OnePlusର ଏହିସବୁ ଫୋନରେ ମିଳୁଛି ଭାରି ଡ଼ିସକାଉଣ୍ଟ, ମିଳିବ ଦମଦାର ଫିଚର୍ସ

ସ୍ମାର୍ଟଫୋନ୍ ୟୁଜର୍ସମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ଅନଲାଇନରେ ଅନେକ ପ୍ଲାଟଫର୍ମ ଅଛି ଯେଉଁଠାରେ ପ୍ରତିଦିନ ସ୍ମାର୍ଟଫୋନରେ ଭାରି ଡ଼ିସକାଉଣ୍ଟ ଉପଲବ୍ଧ । ସେହିଭଳି ଏବେ OnePlusର ସ୍ମାର୍ଟଫୋନ୍ ଆମାଜନରେ ଭାରି ଡ଼ିସକାଉଣ୍ଟରେ ଉପଲବ୍ଧ । ଯଦି ଆପଣ ମଧ୍ୟ ଏହି ନୂତନ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଆଜିର ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆଜି ଆମେ ଆପଣଙ୍କୁ ଏପରି ଚାରୋଟି ସ୍ମାର୍ଟଫୋନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ଏବେ ଭାରି ଡିସକାଉଣ୍ଟ ପାଇପାରିବେ । ଆସନ୍ତୁ ଜାଣିବା ସେହି ସ୍ମାର୍ଟଫୋନ୍ ବିଷୟରେ ।

OnePLus Nord CE3 Lite 5G:
OnePlus କମ୍ପାନୀର ଫୋନ୍ ଆମାଜନ୍ ଉପରେ ବହୁତ ଡିସକାଉଣ୍ଟ ମିଳୁଛି । ଏଥିରେ ପ୍ରଥମ ଫୋନ୍ ହେଉଛି OnePlus Nord C3 Lite 5G । ଏହି ସ୍ମାର୍ଟଫୋନର ମୂଲ୍ୟ ୧୭୯୯୯ ଟଙ୍କା । ଏହି ସ୍ମାର୍ଟଫୋନରେ ୮GB RAM ଏବଂ ୧୨୮GB ଇଣ୍ଟରନାଲ ଷ୍ଟୋରେଜ୍ ଅଛି । ଯେତେବେଳେ ଏହି ଫୋନ୍ ଲଞ୍ଚ ହେଲା, ଏହାର ମୂଲ୍ୟ ୧୯୯୯୯ ଟଙ୍କା ଥିଲା । କିନ୍ତୁ ଆପଣ ଅନଲାଇନ୍ HDFC ବ୍ୟାଙ୍କ କାର୍ଡ ସାହାଯ୍ୟରେ ଏହି ଫୋନରେ ହଜାରେ ଟଙ୍କାର ରିହାତି ପାଇପାରିବେ । ଏହାର ଅର୍ଥ ଆପଣ ଏହି ଫୋନକୁ ମାତ୍ର ୧୬୯୯୯ ଟଙ୍କାରେ କିଣି ପାରିବେ । ଏହି ସ୍ମାର୍ଟଫୋନର ଡିସପ୍ଲେ ହେଉଛି ୬. ୭୨ ଇଞ୍ଚ AMOLED ଡିସପ୍ଲେ । ଏଥିରେ ୧୦୮ ମେଗାପିକ୍ସେଲର ବ୍ୟାକ କ୍ୟାମେରା ଏବଂ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ଅଛି ।

OnePlus Nord 4:
ଆପଣ ଏହି ଫୋନକୁ ଆମାଜନରେ ୨୪୯୯୯ ଟଙ୍କାରେ କିଣି ପାରିବେ । ଏହି ସ୍ମାର୍ଟଫୋନରେ ୮GB RAM ଏବଂ ୧୨୮GB ଇଣ୍ଟରନାଲ ଷ୍ଟୋରେଜ୍ ଅଛି । ଯଦି ଆପଣ HDFC ସ୍ମାର୍ଟ କାର୍ଡ ବ୍ୟବହାର କରନ୍ତି ତେବେ ଆପଣ ୧୫୦୦ ଟଙ୍କାର ଏକ୍ସଟ୍ରା ଡ଼ିସକାଉଣ୍ଟ ପାଇପାରିବେ ଯଥା ପରେ ଏହି ଫୋନର ମୂଲ୍ୟ ୨୩୪୯୯ ଟଙ୍କା ହେବ । ଏହି ସ୍ମାର୍ଟଫୋନରେ ୬. ୭ ଇଞ୍ଚ AMOLED ଡିସପ୍ଲେ ପ୍ରଦାନ କରାଯାଇଛି । ଏଥିରେ ୫୦ ମେଗାପିକ୍ସେଲର ମେନ କ୍ୟାମେରା ଏବଂ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ଅଛି ।

OnePlus 11 5G:
ଏହି ସ୍ମାର୍ଟଫୋନ୍ ଆମାଜନରେ ୬୧୯୯୯ ଟଙ୍କାରେ ଉପଲବ୍ଧ । ଏହି ସ୍ମାର୍ଟଫୋନର ଡିସପ୍ଲେ ହେଉଛି ୬. ୭ ଇଞ୍ଚ AMOLED ଡିସପ୍ଲେ । ଏଥିରେ ୧୬GB RAM ଏବଂ ୨୫୬GB ଇଣ୍ଟରନାଲ ଷ୍ଟୋରେଜ୍ ଅଛି । ଆପଣ ଯଦି HDFC ବ୍ୟାଙ୍କ ସ୍ମାର୍ଟ କାର୍ଡ ବ୍ୟବହାର କରନ୍ତି ତେବେ ଆପଣ ଏହି ଫୋନରେ ଏକ୍ସତ୍ରା ୩୦୦୦ ଟଙ୍କା ଡିସକାଉଣ୍ଟ ପାଇପାରିବେ ଅର୍ଥାତ ଆପଣ ଏହି ଫୋନକୁ ୫୮୯୯୯ ଟଙ୍କାରେ କିଣି ପାରିବେ । ଏହି ଫୋନରେ ୫୦ ମେଗାପିକ୍ସେଲ ବ୍ୟାକ କ୍ୟାମେରା ଏବଂ ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଅଛି ।

OnePlus 12:
ଆମାଜନରେ ଏହି ସ୍ମାର୍ଟ ଫୋନର ମୂଲ୍ୟ ୬୪୯୯୯ ଟଙ୍କା । ସମାନ HDFC ବ୍ୟାଙ୍କ କାର୍ଡ ସହିତ, ଆପଣ ଏହି ଫୋନରେ ୨୦୦୦ ଟଙ୍କା ଡିସକାଉଣ୍ଟ ପାଇପାରିବେ । ଏହାର ଅର୍ଥ ଆପଣ ଏହି ସ୍ମାର୍ଟଫୋନକୁ ୬୨୯୯୯ ଟଙ୍କାରେ କିଣିପାରିବେ । ଏହି ଫୋନର ଡିସପ୍ଲେ ହେଉଛି ୬. ୮୨ ଇଞ୍ଚ ITP ଡିସପ୍ଲେ । ଏଥିରେ ୫୦ ମେଗାପିକ୍ସେଲ ବ୍ୟାକ କ୍ୟାମେରା ଏବଂ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି ।