କରୁଛନ୍ତି କି କ୍ରେଡିଟ/ଡେବିଟ କାର୍ଡ ବ୍ୟବହାର, କେବେବି ହେବ ନାହିଁ ଫ୍ରଡ ଯଦି ଆପଣେଇବେ ଏହି ଟିପ୍ସ

ଆଜିର ଟେକ୍ନୋଲୋଜି ଜମାନାରେ ଡିଜିଟାଲ ଟ୍ରାନଜାକସନ୍‌ ଅଧିକ ବଢ଼ିଯାଇଛି। ଏହାସହିତ କରୋନା ଭାଇରସ୍‌ କାରଣରୁ ମଧ୍ୟ ଏବେ ଲୋକମାନେ କ୍ୟାସ ପେମେଣ୍ଟ କରିବାକୁ କୁଣ୍ଠାବୋଧ ହେଉଛନ୍ତି। ଯେଉଁଥିପାଇଁ ଆଜିକା ଡେଟରେ ଡିଜିଟାଲ ପେମେଣ୍ଟର ଅଧିକ ଚାହିଦା ବଢ଼ିଯାଇଛିି। ଏଥିସହିତ ବଡ ବଡ ସହର ସମେତ ଏବେ ଛୋଟ ଛୋଟ ସହର ଗୁଡିକରେ ତ କ୍ରେଡିଟ କାର୍ଡର ଚଳଣି ମଧ୍ୟ ବଢ଼ିଯାଇଛି। କିନ୍ତୁ କ୍ରେଡିଟ କାର୍ଡ ବ୍ୟବହାର କରିବା ଏତେ ସହଜ ନୁହେଁ।

କ୍ରେଡିଟ୍‌ କାର୍ଡ ବ୍ୟବହାର କରିବା ସମୟରେ ଗ୍ରାହକଙ୍କୁ ଅଧିକ ସାବଧାନରେ ରହିବା ଜରୁରୀ। କୌଣସି ବି ଫ୍ରଡ କିମ୍ବା ଠକାମିରୁ ରକ୍ଷା ପାଇବା ପାଇଁ କ୍ରେଡିଟ କାର୍ଡ ଟ୍ରାନଜାକସନ୍‌ ସମୟରେ ନଜର ରଖନ୍ତୁ ଏବଂ ସୁରକ୍ଷିତ ଭାବରେ ରଖନ୍ତୁ। ଗ୍ରାହକ ଯେପରି ସୁରକ୍ଷିତ ଭାବେ କ୍ରେଡିଟ କାର୍ଡ ବ୍ୟବହାର କରିପାରିବେ ଏଥିପାଇଁ HDFC ବ୍ୟାଙ୍କ କିଛି ସହଜ ଟିପ୍ସ ଜଣାଇଛି। ଯାହାକୁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।

ପ୍ରଥମଟି ହେଉଛି କାର୍ଡ ସବୁବେଳେ ନିଜ ପାଖରେ ରଖନ୍ତୁ

କ୍ରେଡିଟ କାର୍ଡ ବ୍ୟବହାର କରିବା ପୂର୍ବରୁ ସବୁବେଳେ ଧ୍ୟାନରେ ରଖନ୍ତୁ ଯେ ଡେବିଟ କାର୍ଡ ଭଳି କ୍ରେଡିଟ କାର୍ଡ ବିଷୟରେ ମଧ୍ୟ କାହାକୁ ଜଣାଇବା ଅନୁଚିତ। ନିଜ କାର୍ଡ ସବୁବେଳେ ନିଜ ପାଖରେ ହିଁ ରଖନ୍ତୁ।

ଦ୍ୱିତୀୟଟି ହେଉଛି ପିନ୍‌ ବଦଳାନ୍ତୁ

ଆପଣ ଠକାମିରୁ ନିଜକୁ ରକ୍ଷା ପାଇବାକୁ ଚାହୁଁଥିଲେ କ୍ରେଡିଟ କାର୍ଡର ପିନ୍‌ ସମୟ ସମୟରେ ବଦଳାନ୍ତୁ। ଅତିକମରେ ଦୁଇ ଥର ନିଜ କ୍ରେଡିଟ କାର୍ଡର ପିନକୁ ନିଶ୍ଚୟ ବଦଳାନ୍ତୁ। କେବଳ ଏତିକି ନୁହେଁ ପିନ୍‌ ସବୁବେଳେ ଏମିତି ରଖନ୍ତୁ ଯେପରି କାହାକୁ ଅନୁମାନ ଲଗାଇବା ମଧ୍ୟ କଷ୍ଟକର ହୋଇପଡିବ।

ତୃତୀୟଟି ହେଉଛି ଓଟିପି ସେୟାର କରନ୍ତୁନାହିଁ

ନିଜ କ୍ରେଡିଟ କାର୍ଡ ସମ୍ବନ୍ଧିତ ଓଟିପି କାହା ସହିତ ସେୟାର କରନ୍ତୁନାହିଁ। ଏମିତିକି ଆପଣଙ୍କ ପାଖକୁ ବ୍ୟାଙ୍କର କଲ୍‌ ଆସିଲେ ମଧ୍ୟ ଓଟିପିକୁ ସେୟାର କରନ୍ତୁନାହିଁ। ଓଟିପି ଏକଦମ୍‌ ବ୍ୟକ୍ତିଗତ ହୋଇଥାଏ, ଯାହାକୁ କାହା ସହିତ ସେୟାର କରିବା ମୁର୍ଖାମୀ ଅଟେ।

ଚତୁର୍ଥଟି ହେଉଛି ଆଲର୍ଟ ଏବଂ ଷ୍ଟେଟମେଣ୍ଟ ଉପରେ ଧ୍ୟାନ ରଖନ୍ତୁ

କ୍ରେଡିଟ କାର୍ଡ ସମ୍ବନ୍ଧୀୟ ଆଲର୍ଟ ଏବଂ ଷ୍ଟେଟମେଣ୍ଟ ଉପରେ ଖାସ୍‌ ଧ୍ୟାନ ରଖନ୍ତୁ। ଯେତେବେଳେ ବି ଆପଣ କ୍ରେଡିଟ କାର୍ଡରେ କୌଣସି ଟ୍ରାନଜାକସନ୍‌ କରୁଛନ୍ତି ସେତେବେଳେ ଆପଣଙ୍କ ପାଖକୁ ବ୍ୟାଙ୍କ ତରଫରୁ ମେସେଜ୍‌ ଆସିବ। ଯାହାକୁ ଆପଣଙ୍କୁ ଧ୍ୟାନର ସହିତ ପଢ଼ିବାକୁ ହେବ। ଆଲର୍ଟ ବ୍ୟତୀତ ଆପଣଙ୍କୁ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଷ୍ଟେଟମେଣ୍ଟ ଉପରେ ବି ସେତିକି ଧ୍ୟାନ ରଖିବାକୁ ହେବ।

ପଞ୍ଚମଟି ହେଉଛି କୌଣସି ସନ୍ଦିଗ୍ଧ ୱେବସାଇଟ କିମ୍ବା ଆପରେ କାର୍ଡର ବ୍ୟବହାର କରନ୍ତୁନାହିଁ

ଯଦି ଆପଣ ଅନଲାଇନ ସପିଙ୍ଗ କରୁଛନ୍ତି ତାହେଲେ ଏହି କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଯେ ୱେବସାଇଟ ଲିଙ୍କରେ http: // https: ବଦଳରେ https:// ଅଛି କି ନାହିଁ। ଏହାବ୍ୟତୀତ ସବୁପ୍ରକାରର ଟ୍ରାନଜାକସନ୍‌ ପାଇଁ ଆଲର୍ଟ ଉପରେ ଧ୍ୟାନ ଦିଅନ୍ତୁ କାହିଁକିନା ଏଟିଏମ ଏବଂ ଅନଲାଇନ ଟ୍ରାନଜାକସନ ମାମଲାରେ ବ୍ୟାଙ୍କ ତୁରନ୍ତ ଆପଣଙ୍କୁ ଏସଏମଏସ ପଠାଇଥାଏ।

ଛଅ ନମ୍ବରଟି ହେଉଛି ସନ୍ଦିଗ୍ଧ ଲିଙ୍କ ଉପରେ କେବେବି କ୍ଲିକ କରନ୍ତୁନାହିଁ

କ୍ରେଡିଟ କାର୍ଡ ଯୋଗାଉଥିବା ବ୍ୟାଙ୍କ ଦାବି କରିଛନ୍ତି ଯେ ଇ-ମେଲ କିମ୍ବା କୌଣସି ଲିଙ୍କ ଉପରେ କ୍ଲିକ କରନ୍ତୁନାହିଁ। ତାହା ଏକ ପ୍ରକାରର ଫିସିଙ୍ଗ୍‌ ମଧ୍ୟ ହୋଇପାରେ। ବ୍ୟାଙ୍କ ଆପଣଙ୍କ ପିନ,ଫୋନ ଡିଟେଲ୍ସ କିମ୍ବା ଇ-ମେଲ ବିଷୟରେ କେବେବି ପ୍ରଶ୍ନ କରେନାହିଁ। ଯଦି ଆପଣଙ୍କୁ କେବେ ବି ଏମିତି ସନ୍ଦିଗ୍ଧ ଠିକଣାରୁ ଇ-ମେଲ ଆସେ ତାହେଲେ ତୁରନ୍ତ ବ୍ୟାଙ୍କକୁ ରିପୋର୍ଟ କରନ୍ତୁ।

ଅନ୍ୟଟି ହେଉଛି କାର୍ଡ ଚୋରି ହେଲେ ତୁରନ୍ତ ବ୍ୟାଙ୍କକୁ ରିପୋର୍ଟ କରନ୍ତୁ

ଯଦି ଆପଣଙ୍କ କାର୍ଡ ଚୋରି ହୋଇଗଲା କିମ୍ବା ଆପଣ ଭୁଲ ଯାଗାକୁ ଟ୍ରାନଜାକସନ୍‌ କରିଦେଲେ ତାହେଲେ ତୁରନ୍ତି ହିଁ କଷ୍ଟମର କେୟାର ନମ୍ବରକୁ କଲ କରନ୍ତୁ ଆଉ ବ୍ୟାଙ୍କକୁ ଏହି ବିଷୟରେ ସୂଚନା ଦିଅନ୍ତୁ। ଆପଣ ଏଟିଏମ ମାଧ୍ୟମରେ ବ୍ରାଞ୍ଚ ସହିତ ଫୋନ କିମ୍ବା ଅନଲାଇନ ବ୍ୟାଙ୍କିଙ୍ଗ ଦ୍ୱାରା ସମ୍ପର୍କ କରାଇପାରିବେ। ଏହାପରେ ବ୍ୟାଙ୍କ ଆପଣଙ୍କ କାର୍ଡକୁ ବ୍ଲକ କରିଦେବ ଏବଂ ଆପଣ ଠକାମିରୁ ରକ୍ଷା ପାଇଯିବେ।

ଏହାଛଡା SBI ମଧ୍ୟ ଗ୍ରାହକଙ୍କ ପାଇଁ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ବ୍ୟବହାର ଉପରେ କିଛି ଟିପ୍ସ ଜାରି କରିଛି। ଯାହାକୁ ଆପଣ ଜାଣିବା ମଧ୍ୟ ନିହାତି ଜରୁରୀ।

– ଗ୍ରାହକ ବ୍ୟବହାର କରିବା ସମୟରେ କ୍ରେଡିଟ ଏବଂ ଡେବିଟ କାର୍ଡ ଉପରେ ନଜର ରଖିବା ଜରୁରୀ। ଟ୍ରାନଜାକସନ ପରେ ତୁରନ୍ତ କାର୍ଡକୁ ନେଇ ରଖନ୍ତୁ।

– ସବୁବେଳେ ନଜର ରଖନ୍ତୁ ଏସଏମଏସ ଡିଟେଲ୍ସ ଏବଂ ରିୟଲ ଟ୍ରାନଜାକସନ ମଧ୍ୟରେ କିଛି ପାର୍ଥକ୍ୟ ରହିଛି ନା ନାହିଁ।

– ଏଟିଏମ ଟ୍ରାନଜାକସନ ପରେ ରସିଦକୁ ସୁରକ୍ଷିତ ଭାବରେ ଡିସପୋଜ୍‌ କରିଦିଅନ୍ତୁ।

– ଦୋକାନୀ କିମ୍ବା ବ୍ୟବସାୟୀଙ୍କୁ କେବେବି ଆପଣଙ୍କ କାର୍ଡର ବିବରଣୀ ସେଭ୍‌ କରିବାକୁ ଅନୁମତି ଦିଅନ୍ତୁ ନାହିଁ। ସିଭିଭି ଏବଂ ପିନକୁ କାହା ସହିତ ମଧ୍ୟ ସେୟାର କରନ୍ତୁନାହିଁ।

– କାହାକୁ ବି ଆପଣଙ୍କ କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ଦିଅନ୍ତୁନାହିଁ।

ପରିଶେଷରେ ଆପଣଙ୍କୁ ଗୋଟେ କଥା ଜଣାଇବାକୁ ଚାହିଁବୁ ଯେ ଆପଣ କେବେବି କାର୍ଡ ଏବଂ କାର୍ଡ ଡିଟେଲ୍ସ କାହା ସହିତ ବି ସେୟାର କରନ୍ତୁନାହିଁ।

You might also like