ହ୍ଵାଟସଆପ୍‌ ଖୁବଶୀଘ୍ର ଆଣୁଛି ଏହି ତିନିଟି ନୂଆ କମାଲ୍‌ ଫିଚରର୍ସ, ଜାଣନ୍ତୁ କ’ଣ

ସାରା ବିଶ୍ବରେ ବ୍ୟବହୃତ ହେଉଥିବା ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହେଉଛି ହ୍ବାଟସ୍ଆପ୍। ସାରା ବିଶ୍ବରେ ହ୍ବାଟସ୍ଆପର ୨ ବିଲିୟନରୁ ଅଧିକ ୟୁଜରର୍ସ ଅଛନ୍ତି । କମ୍ପାନୀ ଯୁଜର୍ସଙ୍କ ପାଇଁ କିଛି ଦିନର ବ୍ୟବଧାନରେ ନୂଆ ନୂଆ ଫିଚରର୍ସ ଆଣିଥାଏ । କମ୍ପାନୀ ଏବେ କିଛି ନୂଆ ଫିଚରର୍ସ ଆଣୁଛି, ଯାହା ଶୀଘ୍ର ଲଞ୍ଚ୍ ହେବ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ଫିଚରର୍ସ…

ଏକ୍ସପାୟରିଂ ମିଡିଆ :

କମ୍ପାନୀ ଏହି ଫିଚର ଉପରେ ଅନେକ ସମୟ ଧରି କାମ କରୁଛି । ଏହି ଫିଚର ବର୍ତ୍ତମାନ ବିକଶିତ ପର୍ଯ୍ୟାୟରେ ରହିଛି। ଏହାର ବିଭିନ୍ନ ନାମ ରହିଛି ଯେମିତିକି ସେଲ୍ଫ ଡିସଷ୍ଟ୍ରାକ୍ଟିଂ ମେସେଜ ଏବଂ ଡିସଆପିୟରିଂ ମେସେଜ । ଏହି ଫିଚର ମାଧ୍ୟମରେ ପଠାଯାଇଥିବା ଫଟୋ, ଭିଡିଓ କିମ୍ବା ଜିଆଇଏଫଗୁଡିକ ଦେଖିବା ପରେ ଡିଲିଟ୍ କରାଯାଇପାରିବ । ଏହା ବର୍ତ୍ତମାନ ଆପରେ ଲାଇଭ୍ ହୋଇନାହିଁ । WABetaInfo ଅନୁଯାୟୀ ଏହି ଫିଚର ଭବିଷ୍ୟତରେ ବିଟା ରିଲିଜରେ ଆସିବ ଏବଂ ପରେ ଏକ ସ୍ଥିର ରୋଲଆଉଟ୍ କରାଯିବ ।

whatsappa

ମଲ୍ଟି-ଡିଭାଇସ୍ ସପୋର୍ଟ :

ଏକ୍ସପାୟରିଂ ମିଡିଆ ଭଳି ହ୍ବାଟସ୍ ଆପ୍ ମଲ୍ଟି-ଡିଭାଇସ୍ ସପୋର୍ଟ ଫିଚର ଉପରେ ମଧ୍ୟ କିଛି ସମୟ ଧରି କାମ କରିଆସୁଛି । ଏହି ଫିଚର ସହାୟତାରେ ୟୁଜରର୍ସ ଏକ ସମୟରେ ଏକାଧିକ ଡିଭାଇସରେ ସେମାନଙ୍କର ହ୍ବାଟସ୍ ଆପ୍ ଆକାଉଣ୍ଟ୍ ଚାଲୁ କରି ପାରିବେ । WABetaInfo ଅନୁସାରେ ହ୍ବାଟସ୍ ଆପ୍ ଡିଭାଇସ୍ ଲିମିଟ୍ ୪ ପର୍ଯ୍ୟନ୍ତ ସୀମିତ ରଖିବ । ଅର୍ଥାତ ୟୁଜର ଏକ ସମୟରେ ୪ଟି ଡିଭାଇସରେ ହ୍ବାଟସ୍ ଆପ୍ ଲଗ୍ ଇନ୍ କରିବାକୁ ସମର୍ଥ ହେବେ ।

whatsapp

ହିଷ୍ଟ୍ରି-ସିଙ୍କ୍ :

ମଲ୍ଟି-ଡିଭାଇସ୍ ସପୋର୍ଟ ସହ ହ୍ବାଟସ୍ ଆପ୍ ହିଷ୍ଟ୍ର-ସିଙ୍କ୍ ଫିଚରକୁ ମଧ୍ୟ ୟୁଜରର୍ସମାନଙ୍କ ପାଇଁ ଶୀଘ୍ର ଲଞ୍ଚ୍ କରିବାକୁ ଯାଉଛି । ଏହି ଫିଚର ସହାୟତାରେ ୟୁଜରର୍ସମାନେ ସମସ୍ତ ଚାଟ୍କୁ ଗୋଟିଏ ଡିଭାଇସ୍ରୁ ଅନ୍ୟ ଡିଭାଇସକୁ କପି କରିପାରିବେ । ଏହି ଫିଚର ସାହାଯ୍ୟରେ ପ୍ରଥମ ଥର ପାଇଁ ଆଣ୍ଡ୍ରଏଡ୍ ଉପଭୋକ୍ତା ଆଇଫୋନରେ କିମ୍ବା ଆଇଫୋନ୍ ଉପଭୋକ୍ତା ଆଣ୍ଡ୍ରୋଏଡରେ ଚାଟ୍ କପି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.