ଟେକ୍

ଖୁବ ଶୀଘ୍ର WhatsApp ଲଞ୍ଚ କରିବ ନୂଆ ଫିଚର, କରିପାରିବେ ଏହି ସବୁ ପରିବର୍ତ୍ତନ

ଆଗାମୀ ଦିନରେ Whats App ଚଳାଇବାର ଆପଣଙ୍କର ଏକ୍ସପିରିୟନ୍ସ ଭଲ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଆସନ୍ତା କିଛି ସପ୍ତାହ ମଧ୍ୟର Whats App ଅନେକ ଗୁରୁତ୍ଵ ପୂର୍ଣ୍ଣ ଫିଚର ଆଣିବାକୁ ଯାଉଛି। Whats Appର ଏହି ଆଗାମୀ ଫିଚର୍ସ ଗୁଡିକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସହିତ ଡେସ୍କଟପ୍ ଆପ୍କୁ ରୋଲ ଆଉଟ କରିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ୟୁଜର୍ସ ମାନଙ୍କ ପାଇଁ Whats App କେଉଁ ନୂଆ ଫିଚର୍ସ ଆଣିବାକୁ ପ୍ରସ୍ତୁତ ହେଉଛି ।

ଷ୍ଟିକର ପରି ଫଟୋ ପଠା ଯାଇପାରିବ

Whats Appରେ ଆସୁଥିବା ଏହି ଫିଚର୍ସ ୟୁଜର୍ସ ମାନେ ପସନ୍ଦ କରିବେ। ଏହି ଫିଚର୍ସ ସାହାଯ୍ୟରେ ୟୁଜର୍ସ ମାନେ ଏକ ଫଟୋକୁ ଚାଟ୍ ବାର୍ ରେ ଅପଲୋଡ୍ କରିବା ପରେ ଏହାକୁ ଷ୍ଟିକରରେ ରୂପାନ୍ତର କରିବାକୁ ସମର୍ଥ ହେବେ । କମ୍ପାନୀ କହିଛି ଯେ ଏହି ଫିଚର୍ସ ବିକାଶ ପର୍ଯ୍ୟାୟରେ ଅଛି। WABetaInfo ର ରିପୋର୍ଟ ଅନୁଯାୟୀ, ଏହି ଫିଚର୍ସ ଏପର୍ଯ୍ୟନ୍ତ ବିଟା ଟେଷ୍ଟିଙ୍ଗ ପାଇଁ ରୋଲ ଆଉଟ ହୋଇନାହିଁ । କମ୍ପାନୀ ଏହାର ଡେସ୍କଟପ୍ ଆପ୍ ପାଇଁ ଏହି ଫିଚର୍ସକୁ ରୋଲ୍ ଆଉଟ କରିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଫିଚର୍ସର ରିଲିଜ୍ ତାରିଖ ବିଷୟରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

କଷ୍ଟମ୍ ପ୍ରାଇଭେସି ସେଟିଙ୍ଗ

ଏହି ଫିଚର୍ସ ଆସିବା ପରେ , ଉପଭୋକ୍ତାମାନେ ସେମାନଙ୍କର ପ୍ରାଇଭେସି ବଜାୟ ରଖିବା ପାଇଁ ଏକ ଉତ୍ତମ ବିକଳ୍ପ ପାଇବେ । ନୂଆ ଅପଡ଼େଟରେ କମ୍ପାନୀ Last Seen ପାଇଁ My Contacts Except ଅପସନ ଦେବାକୁ ଯାଉଛି। ଏହି ଅପସନର ସାହାଯ୍ୟରେ, ୟୁଜର୍ସ ମାନଙ୍କର Last Seen କିଏ ଦେଖିବେ ଏବଂ କିଏ ଦେଖିବେ ନାହିଁ ତାହା ସ୍ଥିର କରିବାକୁ ସମର୍ଥ ହେବେ। WABetaInfo ର ରିପୋର୍ଟ ଅନୁଯାୟୀ, ‘ପ୍ରୋଫାଇଲ୍ ପିକ୍ଚର୍’ ପାଇଁ କମ୍ପାନୀ ଏଭଳି ଏକ ଫିଚର୍ସ ବାହାର କରିବାକୁ ପ୍ରସ୍ତୁତ ହେଉଛି। ୟୁଜର୍ସ ମାନେ ଏହି ଫିଚର୍ସ କୁ ବହୁତ ପସନ୍ଦ କରିବେ ବୋଲି ବିଶ୍ୱାସ ରହିଛି ।

ଭଏସ୍ ରେକର୍ଡିଂକୁ ପଞ୍ଚ କରିପାରିବେ

Whats App ବ୍ୟବହାରକାରୀଙ୍କ ପାଇଁ ଏହା ଏକ ଉତ୍ତମ ଫିଚର୍ସ ହୋଇପାରେ ।ଏହି ଫିଚର୍ସ ଆସିବା ପରେ, ଉପଭୋକ୍ତାମାନେ ରେକର୍ଡିଂ କରିବା ସମୟରେ ଭଏସ୍ ମେସେଜକୁ ପଞ୍ଚ କରି ଏହାକୁ ପୁନର୍ବାର ଆରମ୍ଭ କରିପାରିବେ । ବର୍ତ୍ତମାନ ସୁଦ୍ଧା, ଭଏସ୍ ମେସେଜ୍ ବନ୍ଦ କରିବା ପରେ ଏହାକୁ ପୁନର୍ବାର ରେକର୍ଡ କରିବାକୁ ପଡିଥାଏ । କମ୍ପାନୀ ଏହି ଫିଚର୍ସକୁ କେବେ ରୋଲ ଆଉଟ କରିବ ତାହା ବର୍ତ୍ତମାନ ନିଶ୍ଚିତ ହୋଇପାରିବ ନାହିଁ। ତେବେ ଏହି ଫିଚର୍ସ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ରିଲିଜ ହେବ ବୋଲି ବିଶ୍ୱାସ ।

ମେସେଜ ବ୍ୟାକଅପ୍ ସାଇଜ

Whats App ବର୍ତ୍ତମାନ ଏହି ନୂତନ ଫିଚର୍ସ ଉପରେ କାମ କରୁଛି। ଏହି ଫିଚର୍ସ ସାହାଯ୍ୟରେ ଉପଭୋକ୍ତାମାନେ ସେମାନଙ୍କର ଚାଟ୍ଗୁଡ଼ିକର ବ୍ୟାକଅପ୍ ସାଇଜକୁ ମ୍ୟାନେଜ କରିପାରିବେ । ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ଏହି ଫିଚର୍ସ ସାହାଯ୍ୟରେ ନିର୍ଦ୍ଦିଷ୍ଟ ଫାଇଲ, ଫଟୋ କିମ୍ବା ଡକ୍ୟୁମେଣ୍ଟ ଗୁଡ଼ିକୁ କ୍ଲାଉଡ୍ ବ୍ୟାକଅପ୍ ଠାରୁ ଅଲଗା ରଖିବାରେ ସକ୍ଷମ ହେବେ। ପ୍ରାରମ୍ଭରେ, କମ୍ପାନୀ କେବଳ ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ଏହି ଫିଚର୍ସ ଲଞ୍ଚ କରିବ । WABetaInfo ର ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ଡ୍ରାଇଭରେ ସେଭ୍ ହୋଇଥିବା ବ୍ୟାକଅପ୍ ପାଇଁ ଏହି ଫିଚର୍ସ ମଧ୍ୟ ସହାୟକ ହେବ ।

Barsha

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

26 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

29 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

33 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

45 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

1 hour ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago