ସ୍ମାର୍ଟଫୋନର ପାଓ୍ୱାର ବଟନ କାମ କରୁନି କି ? ତେବେ ତୁରନ୍ତ ଆପଣାନ୍ତୁ ଏହି ଉପାୟ

ଆପଣଙ୍କ ସ୍ମାର୍ଟଫୋନର ପାଓ୍ୱାର ବଟନ କାମ କରୁନାହିଁ କି ? ସାଧାରଣତଃ ମୋବାଇଲ ଫୋନର ପାଓ୍ୱାର ବଟନକୁ ଜୋରରେ ପ୍ରେସ କରି ବା ବାରମ୍ବାର ଟିପିବା ଦ୍ବାରା ସୁଇଜ କାମ କରିନଥାଏ। ଆଜ୍ଞା ହଁ ଯଦି ଆପଣଙ୍କ ଫୋନରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଉଛି ତେବେ ଘରେ ବସି ଆପଣ ଏହି ସମସ୍ୟାର ସମାଧାନ କରିପାରିବେ। ଜାଣନ୍ତୁ ସ୍ମାର୍ଟଫୋନର ଏପରି କିଛି ସହଜ ଉପାୟ, ଯାହା ଘରେ ବସି ମଧ୍ୟ ଆକ୍ଟିଭ୍ କରାଯାଇପାରିବ।

phoneବର୍ତ୍ତମାନ ଅଧିକାଂଶ ସ୍ମାର୍ଟଫୋନ ଆକ୍ଟିଭ ଫିଙ୍ଗର ପ୍ରିଣ୍ଟି ସ୍କାନର ସହ ମାକେର୍ଟରେ ଉପଲ୍ଳବ୍ଧ। ଡିସପ୍ଲେ ଅଫ ରହିବା ପରେ ମଧ୍ୟ ଏହା ସକ୍ରିୟ ରହିଥାଏ। ଯଦି ଆପଣ ଫିଙ୍ଗର ପ୍ରିଣ୍ଟି ସ୍କାନରକୁ ଚୟନ କରିଥାନ୍ତି, ତେବେ ଆପଣ ଯେ କୌଣସି ଆଙ୍ଗୁଳି ଟଚ କରି ମୋବାଇଲକୁ ଅନଲକ କରିପାରିବେ।

ପ୍ରାୟତଃ ସବୁ ଫୋନରେ ୱେକଅପ ଜେଶ୍ଚର ଭଳି ଫିଚର ରହିଛି। ଯେଉଁଥିରେ ଦୁଇ ଥର ଟଚ କରିବା ପରେ ଡିସପ୍ଲେ ସକ୍ରିୟ ହୋଇଯାଇଥାଏ ବା ଡିସପ୍ଲେ ଉପରେ ଆଙ୍ଗୁଳି ଟଚ କରିବା ଦ୍ବାରା ଡିଭାଇସ ଅନଲକ୍ ହୋଇଯାଇଥାଏ। ଏଭଳି କରିବା ପାଇଁ ପ୍ରଥମେ ଆପଣ ଫୋନର ସେଟିଙ୍ଗ ମେନୁ କୁ ଯାଇ ୱେକଅପ ଜେଶ୍ଚର ଭଳି ଫିଚର ଅନ କରିବାକୁ ପଡ଼ିବ।

phone unlockଗୁଗୁଲ ପ୍ଲେ ଷ୍ଟୋରରେ ପାୱାର ବଟନ ଠାରୁ ଆରମ୍ଭ କରି ଭଲ୍ୟୁମ ବଟନ ଭଳି କେତେକ ଥାର୍ଡ ପାର୍ଟ ଆପ୍ଲିକେସନ ମିଳିଥାଏ। ଯାହାକୁ ଆପଣ ସହଜରେ ଫୋନରେ ବ୍ୟବହାର କରିପାରିବେ। ଏଥି ପାଇଁ ଆପଣ କେବଳ ଫୋନର ଡିସପ୍ଲେ ଅନ ହେବା ଆବଶ୍ଯକ।  ଖାଲି ସେତିକି ନୁହେଁ ବରଂ ଫୋନର ଭଲ୍ୟୁମ କମାଇବା ସହ ବଢାଇ ମଧ୍ୟ ପାରିବେ।