Flipkart ଓ Amazon ଠୁ ବି ଶସ୍ତା ଦାମରେ ଜିନିଷ ବିକ୍ରି କରୁଛି ଏହି ୱେବସାଇଟ, ଜାଣନ୍ତୁ ଓ ଫେଷ୍ଟିଭ ସିଜିନର ବମ୍ପର ଲାଭ ଉଠାନ୍ତୁ

ଭାରତରେ ଅନେକ ଏଭଳି ୱେବସାଇଟ ରହିଛି ଯାହା ବଢ଼ିଆ ଡିସକାଉଣ୍ଟ ଦେଇ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ। ବଢ଼ିଆ ପ୍ରଡ଼କ୍ଟ ଉପରେ ଭାରି ଅଫର ଦେଇଥାଏ। ଖାସ କରି ଫେଷ୍ଟିଭାଲ ସିଜିନରେ ସବୁ ଇକମର୍ସ ପ୍ଲାଟଫର୍ମ ଏହି କାମରେ ଲାଗିପଡ଼ନ୍ତି ଯେ ସେ ନିଜ ଆଡ଼କୁ ଗ୍ରାହକଙ୍କୁ ଯେପରି ଅଧିକ ଆକର୍ଷିତ କରିପାରିବେ। ଆଜି ଆମେ ସେହି ୱେବସାଇଟ ସମ୍ପର୍କରେ କହିବୁ ।

ଫ୍ଲିପକାର୍ଟ କିମ୍ବା ଆମାଜନ ନୁହେଁ ବରଂ ଆମେ କହିବୁ ଅନ୍ୟ ୱେବସାଇଟ କଥା। ଯାହା ଆପଣଙ୍କ ପାଇଁ ନେଇ ଆସିଛି ବଢ଼ିଆ ସୁଯୋଗ। ଆଗକୁ ଆସୁଛି ଦୀପାବଳି ସାଙ୍ଗକୁ ଧନତେରାସ୍‌ ଏମିତିରେ ସମସ୍ତେ ଦାମୀ ଦାମୀ ପ୍ରଡ଼କ୍ଟ କିଣିବା ନେଇ ଅପେକ୍ଷାରେ ଅଛନ୍ତି। ଏବେଠୁ ଲୋକଙ୍କର ସପିଂ ଆରମ୍ଭ ହୋଇଗଲାଣି। ଏବେ ଖାସ କରି ଅଧିକାଂଶ ଲୋକ ଅନଲାଇନ ସପିଂ ସାଇଟ ବେଶି ବ୍ୟବହାର କରୁଛନ୍ତି।

ତେବେ ଅନଲାଇନ ସପିଂ ପ୍ଲାଟଫର୍ମ ରେ ଏହି ସମୟରେ ଅଧିକ ଡିସକାଉଣ୍ଟ ମିଳିଥାଏ। ଆପଣ ଜାଣିଛନ୍ତି କି କିଛି ଏଭଳି ୱେବସାଇଟ ରହିଛି ଯାହା ଫ୍ଲିପକାର୍ଟ ଓ ଆମାଜନ ଠୁ ବି ଶସ୍ତା ରେ ଜିନିଷ ମିଳୁଛି। ଯଦି ଆପଣ ଜାଣି ନାହାନ୍ତି। ତେବେ ଜାଣିନିଅନ୍ତୁ। ଏଥିରେ ଆପଣ ପ୍ରଡ଼କ୍ଟକୁ ଅଧାରୁ କମ ଦାମରେ କିଣିପାରିବେ।

Meesho:
ଜାଣିରଖନ୍ତୁ ଯେ ଭାରତରେ ବର୍ତ୍ତମାନେ ମେସୋ ଟ୍ରେଣ୍ଡିଂ ସପିଂ ପ୍ଲାଟଫର୍ମ ହୋଇସାରିଛି। କାରଣ ଏଥିରେ ପ୍ରଡ଼କ୍ଟ ଦାମ ଅନ୍ୟ ଅନଲାଇନ ୱେବସାଇଟ ଅପେକ୍ଷା ଅଧା ଦାମରେ ମିଳେ। କମ ଦାମରେ ବଢ଼ିଆ ପ୍ରଡ଼କ୍ଟକୁ ବିକିବା କାରଣରୁ ଏହା ଏବେ ସମସ୍ତଙ୍କ ପସନ୍ଦ ହୋଇପାରିଛି। ବଡ଼ ପିଲାଙ୍କଡ୍ରେସ ହେଉ ଅବା ଛୋଟ ପିଲାଙ୍କ ସାଟ ର୍ , ସବୁଥିରେ ମିଳୁଛି ଭୟଙ୍କର ଡିସକାଉଣ୍ଟ। ଯଦି ଆପଣ ଏଥର ଦିପାବଳୀ ସପିଂ କରିବାକୁ ଚାହୁଁଛନ୍ତି ତେବେ ଏହି ପ୍ଳାଟଫର୍ମ ହେବ ବଢ଼ିଆ ଅପସନ। ଏଠାରେ ଆପଣଙ୍କୁ ୫୦% ରୁ ଅଧିକ ଦରରେ ଡିସକାଉଣ୍ଟ ମିଳିବ।

Shopsy:
ଏ ହି େଓ୍ଵବସାଇଟରେ ଆପଣ ସପିଂ ତ କରିପାରିବେ ଏହାସହ ଟଙ୍କା ମଧ୍ୟ ଜମା କରିପାରିବେ। ଏହା କିଛି ଦିନ ହେବ ଲୋକଙ୍କ ସାମ୍ନାକୁ ଆସିଛି। ଏବେ ପର୍ଯ୍ୟନ୍ତ ଏହା ସମସ୍ତଙ୍କ ପସନ୍ଦ ହୋଇପାରିଛି। ଯଦି ଆପଣ ଚାହୁଁଛନ୍ତି ତେବେ ଏହି ଫେଷ୍ଟିଭ ସିଜିନରେ ଏହି ସାଇଡରୁ ପ୍ରଡ଼କ୍ଟ କିଣିପାରିବେ। ଏହାସହିତ ଟଙ୍କାମ ଧ୍ୟ ରଖିପାରିବେ ।ତେବେ ମନେ ରଖନ୍ତୁ ଏହି ସାଇଟ ଫ୍ଲିପକାର୍ଟର। ଆପଣ ଏହି ସାଇଟରେ ଫ୍ଲିପକାର୍ଟର ଜିନିଷକୁ ମଧ୍ୟ ଅତି ଶସ୍ତାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.