ହ୍ୱାଟ୍ସଆପ୍‌ରେ ୨ ମିନିଟ୍‌ର ଏହି ଭିଡ଼ିଓ ଆପଣଙ୍କୁ ସିଧା ପଠାଇ ପାରେ ଜେଲ୍‌ ! ଆସିବା କ୍ଷଣି ତୁରନ୍ତ କରନ୍ତୁ ଡିଲିଟ୍‌

ହ୍ୱାଟ୍ସଆପ୍‌ ବର୍ତ୍ତମାନ ଆମ ଜୀବନର ଏକ ଅଂଶ ହୋଇ ଗଲାଣି। ଯଦି ଆମକୁ କୌଣସି ଜିନିଷ ପଠେଇବାକୁ ପଡେ ପ୍ରଥମେ ହ୍ୱାଟ୍ସଆପ୍‌ର ନାମ ନେଉଥାଉ। ମୋବାଇଲ୍‌ରେ ଇନଷ୍ଟାଲ ହୋଇଥିବା ପ୍ରତି ଆପ୍‌ର ଏକ ପ୍ରାଇଭେସି ପଲିସ୍‌ ହୋଇଥାଏ। ଆମେ ଆପ୍‌ ଇନଷ୍ଟାଲ କରିବା ବେଳେ ଏହି ପଲିସକୁ ସ୍ୱୀକାର କରିଥାଉ। ଏହାପରେ ଆମକୁ ଆପ୍‌ ବ୍ୟବହାର କରିବାକୁ ଅନୁମତି ମିଳିଥାଏ । ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବୁ, ଯେଉଁଥିରେ ଆପଣ କିଛି ମାତ୍ରାରେ ସତର୍କ ରହିବାକୁ ହେବ।

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଭିଡ଼ିଓ

ହ୍ୱାଟ୍ସଆପ୍‌ରେ ଅନେକ ଥର ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଭିଡ଼ିଓ ସେୟାର କରାଯାଇ ଥାଏ , ଯାହା ଆପତ୍ତିଜନକ ହୋଇଥାଏ । ଏମିତିରେ ଆପଣଙ୍କୁ ଖୁବ୍‌ ସାବଧାନ ରହିବା ଜରୁରୀ। ଏମିତି କରିବା ଆଇନତଃ ତ ଅପରାଧ , ଏହାସହ ଉକ୍ତ ଅପରାଧରେ ଆପଣ ସିଧା ଜେଲ୍‌ ଯାଇ ପାରନ୍ତି। ନିକଟରେ ଦିଲ୍ଲୀ ମହିଳା ଆୟୋଗର ସହଯୋଗରେ ଦିଲ୍ଲୀ ପୁଲିସ ୩ ଜଣ ଲୋକଙ୍କୁ ଏହି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅଭିଯୋଗରେ ଗିରଫ କରିଛି ।

ସାମାଜିକ ଭେଦଭାବ-

ଅନେକ ଥର ଏହିପରି ଭିଡିଓ ଗୁଡିକ ହ୍ୱାଟ୍ସଆପ୍‌ ବହୁତ ସେୟାର ହୋଇଥାଏ ଯାହା ସାମାଜିକ ଭେଦଭାବକୁ ପ୍ରୋତ୍ସାହିତ କରିଥାଏ | ଯଦି ଆପଣ ମଧ୍ୟ ଏପରି କୌଣସି ଭିଡିଓ ସାମ୍ନାକୁ ଆସେ ଯାହା କୌଣସି ଜାତି, ଧର୍ମ ସମ୍ବନ୍ଧରେ ଭେଦଭାବ ସୃଷ୍ଟି କରେ, ତେବେ ଆପଣ ଏଥିପ୍ରତି ଯତ୍ନବାନ ହେବା ଉଚିତ ଏବଂ ଏହାକୁ ସେୟାର ମଧ୍ୟ କରିବାକୁ ବାରଣ କରନ୍ତୁ। ଏହା କରିବାର ସବୁଠାରୁ ବଡ ଲାଭ ହେଉଛି ଯେ ଆପଣ କୌଣସି ଆଇନଗତ ଅସୁବିଧାରେ ପଡ଼ିବେ ନାହିଁ।

ଫେକ୍‌ନ୍ୟୁଜ୍‌ ସେୟାର

ଏହାସହ ଆପଣଙ୍କୁ ଏହା ବି କହି ରଖୁଛୁ କି , ହ୍ୱାଟ୍ସଆପ୍‌ରେ ଫେକ୍‌ନ୍ୟୁଜ୍‌ ସେୟାର କଲେ ବି ଆଇନତଃ ଅପରାଧ ହୋଇଥାଏ । ଫେକ୍‌ ନ୍ୟୁଜ୍‌ ସେୟାର କରିବାରେ ଆପଣଙ୍କୁ ଜେଲ୍ ବି ହୋଇପାରେ । ଏଥିପାଇଁ କିଛି ଖବର ସେୟାର କରିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ଏହାର ସତ୍ୟାସତ୍ୟ ଜାଣିବାକୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.