Google Mapsର ଏହି ଜବରଦସ୍ତ ଫିଚରକୁ ନିଜ ଫୋନ୍‌ରେ କରି ଦିଅନ୍ତୁ ଡାଉନଲୋଡ୍‌, ଆଉ କଟିବନି ଆପଣଙ୍କ ଗାଡ଼ିର ଚାଲାଣ; ଜାଣନ୍ତୁ କେମିତି

ଆଜିର ଦିନରେ ସଡ଼କ ଦୁର୍ଘଟଣାର ସଂଖ୍ୟା ଅନେକ ମାତ୍ରାରେ ବଢ଼ି ଯାଇଛି। ପ୍ରତ୍ୟେକ ଦିନ ଦେଶର କୌଣସି ନା କୌଣସି କୋଣରୁ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ଏମିତିରେ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସରକାର ଅଲଗା ଅଲଗା ସଡ଼କ ପାଇଁ ଅଲଗା ଅଲଗା ସ୍ପୀଡ୍‌ ଲିମିଟ୍‌ ଜାରି କରିଛନ୍ତି, ଯାହାକୁ ଅତିକ୍ରମ କଲେ ସମସ୍ତ ଗାଡ଼ି ଚାଳକଙ୍କୁ ଚାଲାଣ କାଟିବାକୁ ପଡ଼ିଥାଏ। ଏବେ Google Mapsରେ ଏମିତି ଏକ ଖାସ୍‌ ଫିଚର ରହିଛି, ଯଦ୍ଦ୍ଵାରା ଆପଣଙ୍କର ଓଭର ସ୍ପୀଡିଙ୍ଗ୍‌ ଚାଲାଣରୁ ବଞ୍ଚି ପାରିବ।

Google Mapsର ସ୍ପୀଡ୍‌ ଲିମିଟ୍‌ ଫିଚର

Google Maps ଏକ ଏମିତି ଆପ୍‌, ଯାହାକୁ ଅନେକ ଲୋକ ବ୍ୟବହାର କରି ଥାଆନ୍ତି। ଏହି ଆପ୍‌ ଜରିଆରେ ଆପଣ ଦୁନିଆରେ କେଉଁଠାର ବି ରାସ୍ତା ଖୋଜି ପାଇପାରିବ ଏବଂ ନିଜ ପସନ୍ଦର ଜାଗାରେ ଆରାମରେ ବୁଲି ପାରିବେ। କିନ୍ତୁ ଅନେକ ଲୋକ ଏହି ଆପ୍‌ର ଦ୍ୱିତୀୟ ଖାସ୍‌ ଫିଚର ବିଷୟରେ ଅବଗତ ନାହାନ୍ତି। ସେଥି ମଧ୍ୟରୁ ଗୋଟିଏ ହେଉଛି ସ୍ପୀଡ୍‌ ଲିମିଟ୍‌ ଫିଚର।

କେମିତି କାମ କରିଥାଏ ଏହି ଫିଚର

ଏହି ଫିଚରକୁ ଯେତେବେଳେ ଆପଣ ଆପଣଙ୍କ ଆପ୍‌ରେ ଅନ୍‌ କରିବେ, ତ ଆପଣଙ୍କୁ ମ୍ୟାପ୍‌ ତରଫରୁ ଆଲର୍ଟ ଆସିଯିବ, ଯେତେବେଳେ ଆପଣ କୌଣସି ସଡ଼କର ନିର୍ଦ୍ଧାରିତ ସ୍ପୀଡ୍‌ ଲିମିଟ୍‌ ଅତିକ୍ରମ କରୁଛନ୍ତି। ଗୁଗଲ ମ୍ୟାପ୍ସର ସ୍ୱୀଡ୍‌ ଲିମିଟ୍‌ ଫିଚରରୁ ଆପଣଙ୍କୁ ପ୍ରତ୍ୟେକ ରାସ୍ତାର ସ୍ପୀଡ୍‌ ଲିମିଟ୍‌ ଏବଂ ଯେଉଁ ରାସ୍ତାର ନିର୍ଦ୍ଧାରିତ ସ୍ପୀଡ୍‌ ଲିମିଟ୍‌କୁ ଆପଣ ଅତିକ୍ରମ କରୁଛନ୍ତି, ସେ ବିଷୟରେ ସୂଚନା ଦିଆଯାଇଥାଏ।

କେମିତି କରିବେ ଆକ୍ଟିଭେଟ୍‌

ଯଦି ଆପଣଙ୍କ ଫୋନ୍‌ରେ ଗୁଗଲ ମ୍ୟାପ୍ସର ଆପ୍‌ ନାହିଁ, ତା’ ହେଲେ ଆପଣ ନିଜ ଫୋନ୍‌ର ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍‌କୁ ଡାଉନଲୋଡ୍‌ କରନ୍ତୁ। ଆଉ ଯଦି ଆପଣଙ୍କ ପାଖରେ ପୂର୍ବରୁ ହିଁ ଏହି ଆପ୍‌ ଅଛି, ତା’ ହେଲେ ଲାଟେଷ୍ଟ ଭର୍ସନ ଉପରେ ଏହାକୁ ଅପଡେଟ୍‌ କରିବାକୁ ଭୁଲନ୍ତୁ ନାହିଁ। ଏହାପରେ ଆପଣ ନିଜ ସ୍ମାର୍ଟଫୋନରେ ଆପ୍‌ ଖୋଲନ୍ତୁ ଏବଂ ପ୍ରୋଫାଇଲ ସିଲେକ୍ଟ କରନ୍ତୁ। ପ୍ରୋଫାଇଲରେ ଆପଣଙ୍କୁ ସବୁଠାରୁ ତଳେ ଥିବା ଗୁଗଲ ମ୍ୟାପ୍‌ ସ୍ପୀଡ୍‌ର ଅପଶନ ଦେଖାଯିବ। ଯେମିତି ହିଁ ଆପଣ ସେହି ଅପଶନ ଉପରେ କ୍ଲିକ୍‌ କରି ତାହାକୁ ଅନ୍‌ କରିବେ, ତ ଏହି ଫିଚର ଆକ୍ଟିଭେଟ ହୋଇଯିବ। ଏବେ ଆପଣ ଯେମିତି ହିଁ ରାସ୍ତାରେ ଗାଡ଼ି ଚଲାଇବେ ଏବଂ ସ୍ପୀଡ୍‌ ଲିମିଟ୍‌କୁ ପାର୍‌ କରିବେ, ତ ମ୍ୟାପ୍‌ ତରଫରୁ ଆପଣଙ୍କୁ ଆଲର୍ଟ ମିଳିଯିବ। ଏହିଭଳି ଭାବେ ଗୁଗଲ ମ୍ୟାପ୍ସର ଏହି ସହଜ ଫିଚରରୁ ଆପଣ ଚାଲାଣ ଭରିବାରୁ ମଧ୍ୟ ବର୍ତ୍ତି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.