ଏହି ଡିଭାଇସ୍ ସାହାଯ୍ୟରେ କୌଣସି ବି ଆଇଫୋନ କିମ୍ବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ କରାଯାଇ ପାରିବ ଅନଲକ୍
ଯଦି ଆପଣ ମଧ୍ୟ ଜଣେ ଆଇଫୋନ କିମ୍ବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ୟୁଜର, ତେବେ ଆପଣଙ୍କ ପାଇଁ ଏହି ଖବର ମୁଣ୍ଡବ୍ୟଥାର କାରଣ ହୋଇପାରେ । କାରଣ ଇସ୍ରାୟଲର ଫରେନସିକ ଫାର୍ମ Cellebrite ଦାବି କରିଛି ଯେ ସେ କୌଣସି ବି ଆଇଫୋନ, ଆଇପ୍ୟାଡ୍ ଏବଂ ପ୍ରିମିୟମ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ଏକ ଡିଭାଇସ ଜରିଆରେ ଅନଲକ୍ କରିପାରିବ। ସେଲିବ୍ରାଇଟର ଏହି ଡିଭାଇସକୁ ନେଇ ସାମସଙ୍ଗ୍, ଗୁଗୁଲ ଏବଂ ଅନେକ ଟେକ୍ କମ୍ପାନୀମାନଙ୍କ ଉପରେ ୟୁଜରଙ୍କ ପ୍ରାଇଭେସୀକୁ ନେଇ ପ୍ରଶ୍ନ ଉଠିଛି।
କିନ୍ତୁ ଏଇଠି ଆମେ କହି ରଖିବାକୁ ଚାହିଁବୁ ଯେ କମ୍ପାନୀର ଉଦ୍ଦେଶ୍ୟ କୌଣସି ୟୁଜର୍ସଙ୍କ ପ୍ରାଇଭେସୀକୁ ନଷ୍ଟ କରିବା ନୁହେଁ ବରଂ ଏମିତି ଏକ ସଫ୍ଟଓୟାର ପ୍ରସ୍ତୁତ କରି ପୋଲିସ ଏବଂ ଆଇନର ସାହାଯ୍ୟ କରିବା । ଉଦାହରଣ ସ୍ବରୂପ ସେଲିବ୍ରାଇଟର ଏହି ଡିଭାଇସକୁ ବ୍ୟବହାର କରି ପୋଲିସ ଅପରାଧୀଙ୍କ ଫୋନକୁ ଅନଲକ୍ କରି ସେଥିରୁ ଡାଟା ବାହାର କରିପାରିବ। ସେଲିବ୍ରାଇଟ ନିଜର ଏହି ଡିଭାଇସର ନାମ ୟୁନିଭର୍ସାଲ ଫୋରେନସିକ୍ ଏକ୍ସଟ୍ରାକ୍ସନ ଡିଭାଇସ (UFED) ରଖିଛି।
ଅନୁମାନ କରାଯାଉଛି ଯେ UFED ନାମକ ଏହି ଡିଭାଇସ ସାହାଯ୍ୟରେ ପୋଲିସ କୌଣସି ବି ଆଇଫୋନ କିମ୍ବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଥିବା ଆପକୁ ଆକସେସ୍ କରି ସେଥିରେ ଥିବା ଡାଟା ସଂଗ୍ରହ କରିପାରିବ। ଏହାଛଡା ଫୋନରେ ଥିବା କଣ୍ଟେଟକୁ ଡିଲିଟ୍ ମଧ୍ୟ କରିପାରିବ।
କମ୍ପାନୀ ଦାବି କରିଛି ଯେ ଏହି ଡିଭାଇସ ସାହାଯ୍ୟରେ ଆଇଓଏସ ୭ ରୁ ଆଇଓଏସ ୧୨.୩ ପର୍ଯ୍ୟନ୍ତ ଆଇଫୋନକୁ ଅନଲକ୍ କରାଯାଇପାରିବ । ଏହା ସହିତ ଏହି ଡିଭାଇସ୍ କୌଣସି ବି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ଅନଲକ୍ କରିପାରିବ । କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ ଏହି ଡିଭାଇସ୍ ସାମସଙ୍ଗ, ସାଓମି, ମୋଟୋରୋଲା,ଏଲଜି ଏବଂ ହୁୱାଇ ଭଳି କମ୍ପାନୀର ସ୍ମାର୍ଟଫୋନକୁ ଅନଲକ୍ କରିପାରିବ।
ରିପୋର୍ଟ ଅନୁଯାୟୀ ୨୦୧୫ ମସିହାରେ କାଲିଫର୍ଣ୍ଣିଆରେ ଗୁଳି ବର୍ଷଣ କରିଥିବା ସାଇଦ୍ ରେଜୱାନ ଫାରୁକର ଆଇଫୋନ ୫ଏସକୁ ଆମେରିକୀୟ ଇନଟେଲିଜେନ୍ସ ଏଜେନ୍ସୀ FBI ସେଲିବ୍ରାଇଟ୍ ଦ୍ବାରା ହିଁ ଖୋଲିଥିଲେ, କାରଣ ଆପଲ ସାଇଦ୍ ରେଜୱାନର ଫୋନକୁ ଅନଲକ୍ କରିବା ପାଇଁ ମନା କରିଦେଇଥିଲା। ଅବଶ୍ୟ ଆନୁଷ୍ଠାନିକ ଭାବରେ ଏହା ଜଣାପଡି ନାହିଁ ଯେ ସେଲିବ୍ରାଇଟ୍ ହିଁ ଆଇଫୋନ ୫ଏସର ଲକ୍ ଖୋଲିଥିଲା ବୋଲି।
Cellebrite is proud to introduce #UFED Premium! An exclusive solution for law enforcement to unlock and extract data from all iOS and high-end Android devices. To learn more, click here: https://t.co/WHsaDxzoXz pic.twitter.com/BSixEkyAuL
— Cellebrite (@Cellebrite_UFED) June 14, 2019