ଥରେ ଚାର୍ଜ ହେଲେ ୪୦୦ କିଲୋମିଟର ଚାଲିବ ଇଲେକ୍ଟ୍ରିକ ସାଇବର ଟ୍ରକ

ଯାନବାହାନ କ୍ଷେତ୍ରରେ ନୂଆ ନୂଆ ଟେକନିକ ମାନ ଉଦ୍ଭାବନ ହେବାରେ ଲାଗିଛି । ନିକଟରେ ଏମିତିହିଁ ଏକ ଉଦ୍ଭାବନ କରିଛି ଟେସ୍ଲା ନାମକ ଏକ ଆମେରିକୀୟ କମ୍ପାନୀ । ନିକଟରେ ଟେସ୍ଲା ଏମିତି ଏକ ଇଲେକ୍ଟ୍ରୋନିକ୍ସ ଟ୍ରକର ଲଞ୍ଚ କରିଛନ୍ତି ଯାହା କେବଳ ଦେଖିବାକୁ ଆକର୍ଷଣୀୟ ନୁହେଁ । ବରଂ ଏହା ହାଇ ଟେକ୍ନୋଲୋଜିରେ ନିର୍ମିତ ହୋଇଛି । ଏମିତିକି ଏହାର କେବିନରେ ୧୭ ଇଞ୍ଚର ଏକ ଟଚ ସ୍କ୍ରିନ ଟାବଲେଟ ଲାଗିଛି । ଯାହା ଟ୍ରକର ଗତିପଥକୁ ସହଜରେ ନିୟନ୍ତ୍ରଣ କରିପାରିବ । ଏହାର ଏଣ୍ଟ୍ରି ଲେବଲରେ କମ୍ପାନୀ ସିଙ୍ଗଲ ମୋଟରର ପ୍ରୟୋଗ କରିଛି । ଯାହାକୁ ଥରେ ଚାର୍ଜ କଲେ ଏହା ଲଗାତାର ୪୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଚାଲିପାରିବ । ଏହାର ଷ୍ଟୋରେଜ କାପାସିଟିର ମୂଲ୍ୟ ୧୦୦ କ୍ୟୁବିକ ଫିଟ ରହିଛି । ଏହି ପିକ ଅପ ଟ୍ରକର ଗ୍ରାଉଣ୍ଡ କ୍ଲିୟରାନ୍ସ ୪୦୬ ଏମଏମ ରଖାଯାଇଛି ।

cyber truck

ନିଜ ସ୍ପେଶାଲ ଗୁଣ ପାଇଁ ଏହି ଟ୍ରକଟି ଏବେ ବେଶ ଚର୍ଚ୍ଚାରେ ରହିଛି । କମ୍ପାନୀ ମାଲିକ ଏଲନ ମାସ୍କ ଟ୍ୱିଟର ମାଧ୍ୟମରେ କହିଛନ୍ତିକି ଏହି ଗାଡି ବଜାରରେ ଲଞ୍ଚ ହେବାର ମାତ୍ର ୨ ଦିନ ଭିତରେ ଆମକୁ ୨ ଲକ୍ଷରୁ ଅଧିକ ଅର୍ଡର ମିଳିସାରିଲାଣି । ଟେସ୍ଲା ମିନି ଟ୍ରକରେ ସମୁଦାୟ ୬ ଜଣ ବସିବାର ବ୍ୟବସ୍ଥା ରହିଛି । ଏହାର ପଛ ପାଖରେ କମ୍ପାନୀ ମିନି ଟ୍ରକ ପରି ଏକ ଡିଜାଇନ କରିଛି । ଯାହା ମାଧ୍ୟମରେ ସହଜରେ ଯାତ୍ରୀମାନେ ଜିନିଷ ନେବା ଆଣିବା କରି ନେଇ ପାରିବେ । କମ୍ପାନୀ ଏହି ଗାଡିକୁ ୩ଟି ଭେରିଆଣ୍ଟରେ ଲଞ୍ଚ କରିଛନ୍ତି । ଏହି ଟ୍ରକଟି ଘଣ୍ଟା ପ୍ରତି ୧୦୦ କିଲୋମିଟର ପ୍ରତି ଘଣ୍ଟା ଯିବାର କ୍ଷମତା ରଖିଛି । ଏହାର ବଜାର ଦର ୩୧୦୦୦ ଆମେରିକୀୟ ଡଲାର ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୮ ଲକ୍ଷ ଟଙ୍କା ରଖାଯିବା ନେଇ ସ୍ଥିର ହୋଇଛି ।

ଏହା ସହ ପଢନ୍ତୁ: କମାଣ୍ଡରେ ଚାଲିବ ସ୍ମାର୍ଟ ଫ୍ୟାନ୍‌! ଖୁବ୍‌ଶୀଘ୍ର ମାର୍କେଟରେ ନେବ ଏଣ୍ଟ୍ରି

ଅନ୍ୟ ପକ୍ଷରେ ଆଉ ଏକ ନାମୀ ଅଟୋମୋବାଇଲ କମ୍ପାନୀ ଏହି ଗାଡିର ରିଭୁ ନିଜ ୟୁଟୁବ ଚ୍ୟାନେଲରେ ପ୍ରସାରଣ କରିଛନ୍ତି । ଏଥିରେ ଗାଡ଼ିଟିର ଅନ୍ୟାନ ସ୍ୱତନ୍ତ୍ରତା ସହ ଏହାର ପ୍ରତି ପାର୍ଟ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି । ସୂଚନା ମୁତାବକ ଏହି ଗାଡିର ପ୍ରଡକ୍ସନ ଆସନ୍ତା ୨୦୨୧ ମସିହା ସୁଦ୍ଧା ଆରମ୍ଭ କରାଯାଇ ୨୦୧୨ ମସିହା ସୁଦ୍ଧା ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.