ବିନା ବିଦ୍ୟୁତ୍ରେ ଶୀତଳ ପବନ ଦେବ ଏହି ଫ୍ୟାନ୍, ଦାମ୍ ବି ବହୁତ କମ୍…ଆମାଜନରୁ ଉଠାନ୍ତୁ ଲାଭ
ଖରାଦିନ ଚାଲିଛି। ଏହା ସହିତ ଏସି ଓ କୁଲର୍ର ଡିମାଣ୍ଡ ମଧ୍ୟ ଆକାଶଛୁଅାଁ ହେବାରେ ଲାଗିଛି। ସମର ସିଜନ ଆସିବା ମାତ୍ରେ ହିଁ ଏସି ଓ କୁଲର୍ର ଦାମ୍ ବଢ଼ି ଯାଇଥାଏ। ତା’ ଛଡ଼ା ଖରାଦିନେ ସବୁଠୁ ଅଧିକ ସମସ୍ୟା ହୋଇଥାଏ ପାଓ୍ଵାର କଟ୍ର। ପାଓ୍ଵାର କଟ୍ ହୋଇଗଲେ ବାଧ୍ୟ ହୋଇ ଆମକୁ ଗରମରେ ରହିବାକୁ ପଡ଼ିଥାଏ। କିନ୍ତୁ ମାର୍କେଟରେ ଏମିତି କିଛି ଡିଭାଇସ୍ ମିଳୁଛି, ଯଦ୍ଦ୍ଵାରା ବିଦ୍ୟୁତ୍ ଯିବା ପରେ ମଧ୍ୟ ଗରମରୁ ଛୁଟ୍କାରା ମିଳି ପାରିବ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଫ୍ୟାନ୍ ବିଷୟରେ କହିବାକୁ ଯାଉଛୁ, ଯାହା ବିନା ବିଦ୍ୟୁତ୍ରେ ଜବରଦସ୍ତ ଶୀତଳ ପବନ ଦେଇ ପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ…
Adonai Folding Fan
Adonai Folding Fan ବହୁତ ହାଲୁକା ଏବଂ ବିନା ବିଦ୍ୟୁତ୍ରେ ରୁମ୍କୁ ଏକଦମ୍ ଥଣ୍ଡା କରି ଦେବ। ଏଥିରେ ଏକ ବ୍ୟାଟେରୀ ଫିଟ୍ କରାଯାଇଛି, ଯାହାକି ଫୁଲ୍ ଚାର୍ଜ ହେଲେ ହିଁ ଫ୍ୟାନ୍ଟି ଘଣ୍ଟା ଘଣ୍ଟା ଧରି ବିନା ବିଦ୍ୟୁତ୍ରେ ଚାଲି ପାରିବ। ଫ୍ୟାନ୍ର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ଏଥିରେ ଏକ USB ପୋର୍ଟ ଦିଆଯାଇଛି। ଏଥିରେ LED ଲାଇଟ୍ ମଧ୍ୟ ଦିଆଯାଇଛି, ଯାହାକୁ ଇମରଜେନ୍ସି ରୂପେ ବ୍ୟବହାର କରାଯାଇ ପାରିବ।
ଏହି ଫ୍ୟାନ୍କୁ ଆପଣ ଯେଉଁଠିକୁ ଚାହିଁବେ, ସେଇଠିକୁ କ୍ୟାରୀ କରି ନେଇପାରିବେ। Adonai Folding Fanକୁ ଆପଣ କିଚେନ୍, ଅଫିସ୍ କେଉଁଠାରେ ବି ରଖି ପାରିବେ। ସବୁ ଜାଗାରେ ଏହା ବହୁତ ସହଜ ଏବଂ ସୁବିଧାରେ ବ୍ୟବହୃତ ହୋଇ ପାରିବ। ସବୁଠାରୁ ବଡ଼ କଥା ହେଉଛି, ଏହି ଫ୍ୟାନ ଫୋଲ୍ଡ ହୋଇ ଯାଇଥାଏ। ଅର୍ଥାତ୍ ଏହାକୁ ବ୍ୟାଗ୍ କିମ୍ବା ଲଗେଜ୍ରେ ମଧ୍ୟ ରଖାଯାଇ ପାରିବ।
ଖାସ୍ କଥା ହେଉଛି, ଫ୍ୟାନ୍ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲି ପାରିବ। ଏହାକୁ କାନ୍ଥରେ କିମ୍ବା ଟେବୁଲ ଉପରେ ରଖାଯାଇ ପାରିବ। ଏହା ସବୁଆଡ଼କୁ ପବନ ଦେବ ଏବଂ ରୁମ୍କୁ ଖୁବ୍ କମ୍ ସମୟ ଭିତରେ ଥଣ୍ଡା କରିଦେବ। ଏହି ଫ୍ୟାନ୍କୁ ସମ୍ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ୍ରେ ତିଆରି କରାଯାଇଛି। ଏଥିରେ ବଟନ ଦିଆଯାଇଛି, ଯାହା ମାଧ୍ୟମରେ ଫ୍ୟାନ୍କୁ କଣ୍ଟ୍ରୋଲ କରାଯାଇ ପାରିବ।
ଫ୍ୟାନ୍ର ଦାମ୍
ଏହି ପୋର୍ଟେବଲ୍ ଫ୍ୟାନ୍କୁ ଉଭୟ ଅନଲାଇନ ଏବଂ ଅଫ୍ଲାଇନ ଜରିଆରେ ହିଁ କିଣାଯାଇ ପାରିବ। Adonai Folding Fanର ଦାମ୍ ୧,୮୯୯ ଟଙ୍କା ରହିଛି। କିନ୍ତୁ ଆମାଜନରେ ଏହା ୧,୧୯୮ ଟଙ୍କାରେ ମିଳୁଛି। ଅର୍ଥାତ୍ ଫ୍ୟାନ୍ ଉପରେ ଆପଣଙ୍କୁ ପୂରା ୩୭ ପ୍ରତିଶତ ରିହାତି ଦିଆଯାଉଛି।