Apple ୟୁଜର୍ସଙ୍କୁ ଦେଲା ବଡ଼ ଝଟ୍‌କା! ସବୁଦିନ ପାଇଁ ବନ୍ଦ ହୋଇଯିବ iPhoneର ଏହି ମଡେଲ୍‌

Apple ଦୁନିଆର ସବୁଠାରୁ ଲୋକପ୍ରିୟ ତଥା ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ। ଏହି କମ୍ପାନୀର ଫ୍ଲାଗସିପ୍ ସ୍ମାର୍ଟଫୋନ୍ iPhoneକୁ ଲୋକମାନେ ବହୁତ ପସନ୍ଦ କରନ୍ତି ଏବଂ ଏହାକୁ ବହୁଳ ମାତ୍ରାରେ ମଧ୍ୟ କିଣା ଯାଇଥାଏ। କିନ୍ତୁ ଏବେ ଖବର ଆସିଛି କି, କମ୍ପାନୀ ନିଜର ଏକ ଲୋକପ୍ରିୟ ଆଇଫୋନ୍ ମଡେଲକୁ ବନ୍ଦ କରିବାକୁ ଯାଉଛି। ଏପରି କି, ଏହା ମଧ୍ୟ ଜଣାପଡ଼ିଛି ଯେ ଏହି ମଡେଲ୍‌କୁ Appleର Obsolete ପ୍ରଡକ୍ଟ ତାଲିକାରେ ପକାଇ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା, ଏହି ମଡେଲର ନାମ କ’ଣ ଏବଂ ଏହି ତାଲିକାରେ ପଡ଼ିବା ଦ୍ୱାରା ମେଡଲ୍‌ର କ’ଣ ହେବ।

ନିକଟରେ ଆସିଥିବା ଏକ ମିଡିଆ ରିପୋର୍ଟ ମୁତାବକ, ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Apple ନିଜର ଏକ ଲୋକପ୍ରିୟ ଆଇଫୋନ୍ ମଡେଲ୍‌କୁ ଚଳିତ ବର୍ଷର Obsolete ପ୍ରଡକ୍ଟ ତାଲିକାରେ ପକାଇ ଦେଇଛି। ଏହି ମଡେଲ୍‌କୁ ଅକ୍ଟୋବର ୨୦୨୦ରେ Appleର Vintage Product Listରେ ମଧ୍ୟ ଆଡ୍‌ କରାଯାଇଥିଲା।

ଆପଣଙ୍କୁ କହି ରଖୁଛୁ କି, Apple ୧ ନଭେମ୍ବର, ୨୦୨୨ରୁ ଯେଉଁ ଆଇଫୋନ୍‌କୁ Obsolete ପ୍ରଡକ୍ଟ ତାଲିକାରେ ପକାଇଛି, ତାହା ହେଉଛି iPhone 5c। ଏହାର ଅର୍ଥ ହେଲା, ନଭେମ୍ବର ୧ରୁ iPhone 5cର ସମସ୍ତ ସର୍ଭିସ୍‌ ପ୍ରୋଗ୍ରାମକୁ ଆପଲ୍‌ ବନ୍ଦ କରି ଦେବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଆପଲ୍ ଅଫିସିଆଲ୍ ରିସେଲରମାନଙ୍କୁ ଏକ ମେମୋ ମଧ୍ୟ ପଠାଇଛି, ଯେଉଁଥିରେ ଏ ବିଷୟରେ ସୂଚନା ଦିଆଯାଇଛି।

ସୂଚନାଥାଉ କି, iPhone 5cକୁ ୨୦୧୩ରେ ଲଞ୍ଚ କରାଯାଇଥିଲା ଏବଂ ଏଥିରେ ଏକ ପ୍ଲାଷ୍ଟିକ୍ ବ୍ୟାକ୍ ପ୍ୟାନେଲ୍ ଦିଆଯାଇଥିଲା। ଏହି ଫୋନକୁ ବ୍ଲୁ, ଗ୍ରୀନ୍, ପିଙ୍କ୍‌, ହ୍ଵାଇଟ୍‌ ଏବଂ ୟେଲୋ ରଙ୍ଗରେ ବଜାରକୁ ଛଡ଼ାଯାଇଥିଲା। କହି ରଖୁଛୁ, ଏହି ତାଲିକାରେ iPad Mini fourth generationକୁ ମଧ୍ୟ ଆଡ୍‌ କରାଯିବାର ଅଛି।

iPhone 14

ସେପଟେ ବଜାରରେ iPhone 14 ମାଧ୍ୟମରେ iPhone 14, iPhone 14 Plus, iPhone 14 Pro ଏବଂ iPhone 14 Pro Max ଲଞ୍ଚ କରିଛି। ଏ ସବୁଗୁଡ଼ିକୁ ଗ୍ରାହକମାନଙ୍କଠାରୁ ଜବରଦସ୍ତ ରେସ୍‌ପନ୍ସ ମିଳିଛି। iPhone 14 Plusକୁ ବ୍ଲ୍ୟୁ, ପର୍ପଲ୍‌, ମିଡ୍‌ନାଇଟ୍‌ ବ୍ଲାକ୍‌, ଷ୍ଟାର ଲାଇଟ୍‌ ଏବଂ ରେଡ୍ କଲରରେ କିଣି ପାରିବେ। iPhone ୩ ଷ୍ଟୋରେଜ୍‌ ଭ୍ୟାରିଆଣ୍ଟରେ ମିଳୁଛି। ୧୨୮ ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୮୯,୯୦୦ ଟଙ୍କା, ୨୫୬ ଜିବିର ମୂଲ୍ୟ ୯୯,୯୦୦ ଟଙ୍କା ଏବଂ ୫୧୨ ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୧,୧୯,୯୦୦ ଟଙ୍କା ରହିଛି।

Apple iPhone 14 Plusରେ ୬.୭ ଇଞ୍ଚର ସୁପର ରେଟିନା XDR ମିଳୁଛି, ଯାହା କି, (1284×2778 ପିକ୍ସେଲ) ରିଜୋଲ୍ୟୁସନ୍‌ ଏବଂ ୪୫୮ppi ସହିତ ଆସୁଛି। ଡିସ୍‌ପ୍ଲେ ସହିତ ୧,୨୦୦ ନିଟ୍‌ସର ପିକ୍‌ ବ୍ରାଇଟ୍‌ନେସ୍‌ ଏବଂ ଅଲେଓ୍ଵଜ୍‌ ଅନ ଡିସ୍‌ପ୍ଲେର ସପୋର୍ଟ ମଧ୍ୟ ଦିଆଯାଇଛି। iPhone 14 Plusରେ ୧୨ ମେଗା ପିକ୍ସେଲର ରିଅର କ୍ୟାମେରା ସେଟ୍‌ ଅପ ଏବଂ ୧୨ ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଆଇଫୋନ୍‌ ସହିତ ଇ-ସିମ୍‌ ଏବଂ ସାଟେଲାଇଟ୍‌ କନେକ୍ଟିଭିଟିର ସପୋର୍ଟ ମଧ୍ୟ ଦିଆଯାଇଛି।

Leave A Reply

Your email address will not be published.