ଅନ୍‌ଲାଇନରେ ଘରେ ବସି ମୋବାଇଲ ଦ୍ୱାରା କରନ୍ତୁ ଗ୍ୟାସ୍ କନେକସନ୍, ଜାଣନ୍ତୁ ପୂରା ପ୍ରୋସେସ୍

ଏଲପିଜି ଗ୍ୟାସ୍ କନେକସନ୍ ଆପଣ ଘରେ ବସି ଆରାମରେ ବି କରିପାରିବେ। ଉପଭୋକ୍ତା ମାତ୍ର କିଛି ମିନିଟ୍ ଭିତରେ ନୂଆ କନେକସନ୍ ପାଇଁ ଆବେଦନ କରିପାରିବେ। ଇଣ୍ଡିଆନ୍ ଅଏଲର Myindia.in ୱେବସାଇଟ ଜରିଆରେ ଆପଣ ଗ୍ୟାସ୍ କନେକସନ୍ ପାଇଁ ଆବେଦନ କରିପାରିବେ। ଏହି ପୋର୍ଟାଲରେ ଗ୍ରାହକଙ୍କୁ ଆବେଦନ କରିବା ପାଇଁ ଫର୍ମ ଭରିବାକୁ ହୋଇଥାଏ । ଏହାସହ ଡକ୍ୟୁମେଣ୍ଟ ଆଟାଚ୍ କରି ସବମିଟ୍ କରିବାକୁ ମଧ୍ୟ ହୋଇଥାଏ।

ପ୍ରମାଣପତ୍ର ପାଇଁ ଆପଣ ଆଧାର କାର୍ଡ,ଟେଲିଫୋନ ବିଲ, ବିଜୁଳି ବିଲ, ଭୋଟର ଆଇଡି କାର୍ଡ, ଡ୍ରାଇଭିଙ୍ଗ୍ ଲାଇସେନ୍ସ, ପାସବୁକ, ଘର ପଞ୍ଜୀକରଣ କାଗଜପତ୍ର, ପାସପୋର୍ଟର ବ୍ୟବହାର କରିପାରିବେ। ଏହାପରେ ଡିଷ୍ଟ୍ରିବ୍ୟୁଟରଙ୍କ ପାଖକୁ ଯାଇ କାଗଜପତ୍ର ଜମା କରିବାକୁ ହେବ। ଏହାପରେ ଗ୍ୟାସ୍ କନେକସନ୍ ଜାରି ହୋଇଯାଇଥାଏ।

ଅନ୍‌ଲାଇନ୍‌ରେ ଗ୍ୟାସ୍ କନେକସନ୍ ଆପ୍ଲାଏ କରିବା ପାଇଁ ଗ୍ରାହକଙ୍କୁ https://cx.indianoil.in/webcenter/portal/LPG/pages_lpgservicenewsconnection ୱେବସାଇଟକୁ ଭିଜିଟ୍ କରିବାକୁ ହେବ।

lpg1ଆସନ୍ତୁ ଜାଣିବା ପୂରା ପ୍ରୋସେସ୍

  • ‘ନିଉ କନେକସନ୍’ ଉପରେ କ୍ଲିକ କରନ୍ତୁ
  • କଷ୍ଟମର ଲଗଇନକୁ ଯାଇ ରେଜିଷ୍ଟର କରନ୍ତୁ
  • ରେଜିଷ୍ଟର କରିବା ପରେ ‘ସବମିଟ୍ କେଓ୍ଵାଇସି’ ଉପରେ କ୍ଲିକ କରନ୍ତୁ
  • ଆପଣଙ୍କ ସାମ୍ନାରେ ଏକ ପେଜ୍ ଓପନ ହେବ ଯେଉଁଥିରେ ପର୍ସନାଲ ଡିଟେଲ୍ସ ଭରିବାକୁ ହେବ
  • ପର୍ସନାଲ ଡିଟେଲ୍ସରେ ‘ସିଲେକ୍ଟ ପ୍ରଡକ୍ଟ’ ବିକଳ୍ପରେ ସବସିଡି ଏବଂ ନନ୍ ସବସିଡିଯୁକ୍ତ ସିଲିଣ୍ଡରର ଭିତରୁ କୌଣସି ଗୋଟିଏ ଚୟନ କରନ୍ତୁ
  • ଏବେ ଡକ୍ୟୁମେଣ୍ଟ ସବମିଟ୍ କରନ୍ତୁ
  • ନିଜର ଏକ ଫଟୋ ଅପଲୋଡ କରନ୍ତୁ
  • ‘ସେଭ ଆଣ୍ଡ କଣ୍ଟିନ୍ୟୁ’ ଉପରେ କ୍ଲିକ କରନ୍ତୁ
  • ‘ଡିକ୍ଲାରେସନ୍’ କୁ ମଞ୍ଜୁର କରନ୍ତୁ
  • ‘ସବମିଟ’ ଉପରେ କ୍ଲିକ କରନ୍ତୁ
  • ଏବେ ‘କନଫର୍ମ’ ଉପରେ କ୍ଲିକ କରିବା ପରେ କେଓ୍ଵାଇସି ପୂରା ହୋଇଯିବ
  • ଏବେ ଡିଷ୍ଟ୍ରିବ୍ୟୁଟର ପାଖରେ ଯାଇ ଡକ୍ୟୁମେଣ୍ଟକୁ ସବମିଟ୍ କରିଦିଅନ୍ତୁ।

ଏହି ସବୁ ପ୍ରୋସେସକୁ ପୂରା କରିବା ପରେ ଆପଣଙ୍କୁ ଗ୍ୟାସ୍ କନେକସନ୍ ମିଳିଯିବ।

Leave A Reply

Your email address will not be published.