ମାତ୍ର ୪,୪୯୯ ଟଙ୍କାରେ ମିଳୁଛି ଏହି ସ୍ମାର୍ଟଫୋନ, ଫ୍ଲିପକାର୍ଟରେ ମିଳୁଛି ଭାରି ଡିସକାଉଣ୍ଟ

ଅନଲାଇନ୍ ପ୍ଲାଟଫର୍ମରେ ପ୍ରତିଦିନ ସ୍ମାର୍ଟଫୋନ ଉପରେ ନୂଆ ଡିଲ୍ ମିଳୁଛି । ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତାହା ପୁଣି ବଜେଟରେ ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ବଢ଼ିଆ ଅଫର । ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ କଲ୍ ଏବଂ ମେସେଜ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି । ଯଦି ଆପଣ ମଧ୍ୟ ଏଭଳି ଜଣେ ୟୁଜର, ତେବେ ଆପଣ ମାତ୍ର ୪,୪୯୯ ଟଙ୍କାରେ ଏକ ବଢ଼ିଆ ଫୋନ୍ ଆଣିପାରିବେ । ତେବେ ଏହି ଫୋନର ନାଁ କଣ ଏବଂ ଆପଣ ଏତେ ଶସ୍ତାରେ କିପରି ଏହି ଫୋନକୁ କିଣିପାରିବେ ଆସନ୍ତୁ ଜାଣିବା ।
ସୂଚନା ଥାଉ କି ଶସ୍ତା ଦାମରେ ସ୍ମାର୍ଟଫୋନ୍ କିଣିବାର ଏହି ସୁଯୋଗ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଦେଉଛି । ଯଦି ଆପଣଙ୍କର ବଜେଟ୍ ବହୁତ କମ୍ ତେବେ ଆପଣ ଫ୍ଲିପକାର୍ଟରେ ମିଳୁଥିବା ଏହି ଅଫରର ଲାଭ ଉଠାଇ ପାରିବେ ।
ଆପଣ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ GIONEE ବ୍ରାଣ୍ଡ ସ୍ମାର୍ଟଫୋନ୍ ନାଁ ଶୁଣିଥିବେ । ଏହି ସ୍ମାର୍ଟଫୋନ ବହୁତ ଲୋକପ୍ରିୟ ଥିଲା । ଏବେ ଏହି କମ୍ପାନୀର ଫୋନଗୁଡିକ ବଜାରରେ ଦେଖିବାକୁ ମିଳୁନାହିଁ । କିନ୍ତୁ ଆପଣ ଅନଲାଇନ୍ ରେ ଏହି ସ୍ମାର୍ଟଫୋନ୍ କୁ କିଣି ପାରିବେ । ଜିଓନି ନିଜର ମଡେଲ GIONEE S10C ରେ ଏକ ବଢ଼ିଆ ଡିଲ୍ ଦେଉଛି । ଆପଣ ବର୍ତ୍ତମାନ ଏହି ସ୍ମାର୍ଟଫୋନ୍ କୁ ୫ ହଜାରରୁ ବି କମ୍ ଦାମରେ କିଣି ପାରିବେ ।
GIONEE S10C ଫ୍ଲିପକାର୍ଟରେ ୯,୯୯୯ ଟଙ୍କାରେ ଲିଷ୍ଟ ହୋଇଛି କିନ୍ତୁ ଏଥିରେ ବର୍ତ୍ତମାନ ୫୫ % ଡିସକାଉଣ୍ଟ ଦିଆଯାଉଛି । ଡିସକାଉଣ୍ଟ ସହିତ ଆପଣ ଏହାକୁ ମାତ୍ର ୪,୪୯୯ ଟଙ୍କାରେ କିଣି ପାରିବେ । କିନ୍ତୁ ମନେ ରଖନ୍ତୁ ଆପଣ ଏହି ସ୍ମାର୍ଟଫୋନକୁ କଲିଂ କିମ୍ବା ମେସେଜିଂ ପାଇଁ ବ୍ୟବହାର କରୁଛନ୍ତି ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ହେବ । ଫ୍ଲାଟ ଡିସକାଉଣ୍ଟ ସହିତ ଆପଣ ବ୍ୟାଙ୍କ ଅଫରର ମଧ୍ୟ ଲାଭ ଉଠାଇପାରିବେ । ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କାର୍ଡ ବ୍ୟବହାର କରି ଆପଣ ୫% ଏକ୍ସଟ୍ରା ସେଭିଂ କରିପାରିବେ ।
GIONEE S10C ସ୍ପେସିଫିକେସନ୍ :
କମ୍ପାନୀ GIONEE S10C ରେ ବଢ଼ିଆ ଫିଚର ଦେଇଛି । ଏହି ସ୍ମାର୍ଟଫୋନ୍ ଦ୍ୱାରା ଆପଣ ସହଜରେ ସମସ୍ତ ଦୈନନ୍ଦିନ କାର୍ଯ୍ୟ କରିପାରିବେ । ଏଥିରେ କମ୍ପାନୀ ୫.୨ ଇଞ୍ଚର HD ପ୍ଲସ୍ ଡିସପ୍ଲେ ଦେଇଛି । ଏହି ସ୍ମାର୍ଟଫୋନରେ ୪ GB RAM ଏବଂ ୩୨ GB ଷ୍ଟୋରେଜ୍ ଦିଆଯାଇଛି । ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ ୪୨୭ ପ୍ରୋସେସର ଅଛି । ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନର ରିୟରରେ ସିଙ୍ଗଲ୍ କ୍ୟାମେରା ସେଟଅପ୍ ଅଛି । ଏଥିରେ ଥିବା ପଛ କ୍ୟାମେରା ୧୩ ମେଗାପିକ୍ସେଲ ସହିତ ଆସିଥାଏ । ଫ୍ରଣ୍ଟରେ ୧୬ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ।
ଯଦି ଆପଣ ଏହି ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ସୂଚନା ଥାଉ କି ଏହି ମଡେଲ୍ ବହୁତ ପୁରୁଣା । ଏହାକୁ କମ୍ପାନୀ ୨୦୧୭ ରେ ଲଞ୍ଚ କରିଥିଲା। ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୭.୧ ରେ ଚାଲିଥାଏ । ସ୍ମାର୍ଟଫୋନକୁ ପାଓ୍ଵାର ଦେବା ପାଇଁ ଏଥିରେ ୩୧୦୦mAh ବ୍ୟାଟେରୀ ଯୋଗାଇ ଦିଆଯାଇଛି । ଏଥିରେ କୌଣସି ପ୍ରକାରର ଫାଷ୍ଟ ଚାର୍ଜିଂ ପାଇଁ ସପୋର୍ଟ ନାହିଁ ।