Republic Day ସ୍ପେଶାଲ ଅଫର୍‌: ଗ୍ରାହକଙ୍କୁ ମାଗଣା ଡାଟା ଦେଉଛି Vodafone-Idea; ବାସ୍‌ କରିବାକୁ ହେବ ଏହି କାମ

Vodafone-Idea Republic Day ସ୍ପେଶାଲ ଅଫର୍‌ ଘୋଷଣା କରିଛି। କମ୍ପାନୀର ଏହି ଅଫର୍‌ ପ୍ରିପେଡ୍‌ ଗ୍ରାହକମାନଙ୍କୁ ଦିଆଯାଉଛି, ଯେଉଁମାନେ Vi Appକୁ ରିଚାର୍ଜ କରିବା ପାଇଁ ବ୍ୟବହାର କରୁଛନ୍ତି। ଏହି ସ୍ପେଶାଲ ଅଫର୍‌ରେ କମ୍ପାନୀ Vi ଗ୍ରାହକମାନଙ୍କୁ ଅତିରିକ୍ତ ଡାଟା ବିନା ପଇସାରେ ଦେଉଛି।

Vodafone-Idea ୟୁଜର୍ସଙ୍କୁ 2GB ଏବଂ 5GB ଅତିରିକ୍ତ ଡାଟା ବିନା କୌଣସି ଏକ୍ସଟ୍ରା କଷ୍ଟ୍‍ରେ ଦେଉଛି। ଏହି ଡାଟା ବେନିଫିଟ୍‌ ୨୯୯ ଟଙ୍କା କିମ୍ବା ଏହାଠୁ ଅଧିକରେ ଦିଆଯାଉଛି। Vi ୟୁଜରମାନଙ୍କୁ 2GB ଅତିରିକ୍ତ ଡାଟା ୧୯୯ ଟଙ୍କାର ପ୍ରାରମ୍ଭିକ ରିଚାର୍ଜ ଦାମ୍‌ରେ ଦେଉଛି। ଏହାର ଫାଇଦା ୨୯୯ ଟଙ୍କା ପର୍ଯ୍ୟନ୍ତ ପ୍ୟାକ୍‌ ଉପରେ ନିଆଯାଇ ପାରିବ। ଯଦିଓ କମ୍ପାନୀର ଆପ୍‌ରୁ ଆପଣଙ୍କୁ ରିଚାର୍ଜ କରିବାକୁ ପଡ଼ିବ।

Viର Republic Day ଅଫର୍‌କୁ ନେଇ କମ୍ପାନୀ କନ୍‌ଫର୍ମ କରିଛି କି, ଏହି ଡାଟା ୨୮ ଦିନ ପାଇଁ ଦିଆଯିବ। ଏତଦ୍‌ ବ୍ୟତୀତ କମ୍ପାନୀ ଆହୁରି ମଧ୍ୟ କହିଛି, ଅଫର୍‌ କେବଳ ସେହି ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ Vi App ଜରିଆରେ ୭ ଫେବୃୟାରୀ ଯାଏ ରିଚାର୍ଜ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.