ଆଇଫୋନରେ ଏପରି କରନ୍ତୁ Spam SMS Filter

ଆଇଫୋନରେ ଥିବା Spam ମେସେଜ କୁ କ୍ଲିନ କରିବ Truecaller ର SMS Filter Spam ଅପସନ

ବାରମ୍ବାର ସ୍ପାମ୍‌ କଲ୍‌ ତଥା ମେସେଜ ପାଇଁ ଚିନ୍ତିତ କି ? ମାର୍କେଟିଙ୍ଗ ଏବଂ ଅଜଣା କଲ୍‌ ଟେନସନ୍‌ ଦଉଛି କି? ତାହେଲେ ଜମା ବି ବ୍ୟସ୍ତ ହୁଅନ୍ତୁନାହିଁ। ଆମେ ଆଣିଛୁ ଏହାର ସମାଧାନ। ଗୋଟେ ଦିନରେ ଅନେକଙ୍କ ପାଖକୁ Spam Calls ସହିତ spam ମେସେଜ ମଧ୍ୟ ଆସିଥାଏ। ଏହାଦ୍ୱାରା ଆପଣଙ୍କ ସମୟ ତ ବେକାର ଯାଏ ତା’ ସହିତ ଆପଣଙ୍କୁ ଇରିଟେଟ୍‌ ବି ଲାଗିଥାଏ। କିନ୍ତୁ ଆଇଫୋନ୍‌ ୟୁଜର୍ସ ଏହି ସମସ୍ୟାରୁ ସହଜରେ ଟେନସନ୍‌ ଫ୍ରି ହୋଇପାରିବେ। ଆଇଫୋନ୍‌ ୟୁଜର ନିଜ ଫୋନର ସେଟିଙ୍ଗରେ କିଛିଟା ପରିବର୍ତ୍ତନ କରି ଡେଲି ଡେଲି ଏହି ଟେନସନରୁ ମୁକ୍ତି ପାଇପାରିବେ।

ସ୍ପାମ ବିରକ୍ତିରୁ ମୁକ୍ତି ପାଇବା ପାଇଁ Truecaller ନୂଆ ସୁବିଧା ଆଣିଛି । ସାଧାରଣ ଭାବେ Truecaller ୟୁଜର୍ସଙ୍କୁ ଆସୁଥିବା unknown call କରୁଥିବା ବ୍ୟକ୍ତି ସମ୍ପର୍କରେ ସୂଚନା ଦିଏ । ଏହାସହିତ Truecaller ସ୍ପାମ କଲ କୁ ରୋକିବାରେ ମଧ୍ୟ ଅନୁମତି ଦିଏ । ଏବେ କିନ୍ତୁ Truecaller SMS ଫିଲ୍ଟରିଂ ର ନୂଆ ସୁବିଧା ପ୍ରଦାନ କରୁଛି । ଏମିତିରେ ଆପଣଙ୍କ ପାଖକୁ ଆସୁଥିବା spam ମେସେଜ କୁ ମଧ୍ୟ ରୋକିବାରେ Truecaller କାମ କରିବ।

ଯଦି ଆପଣ ଆଇଫୋନ 16 କୁ ବ୍ୟବହାର କରୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଫୋନ ରେ ଏହି ଫିଚର ଅଛି । ଯାହା ସାହାଯ୍ୟ ରେ ଆପଣ spam ମେସେଜକୁ ରୋକିପାରୋବେ । ଏହି ଫିଚରରେ ଫୋନ ର inbox ରୁ ସମସ୍ତ spam ମେସେଜ ହଟିଯିବ। ଏମିତିରେ ଆପଣଙ୍କୁ ବେଶୀ ପରିଶ୍ରମ କରିବାକୁ ପଡିବ ନାହିଁ ।

ଏବେ ଜାଣନ୍ତୁ ନିଜ ଆଇଫୋନ ରେ ଆପଣ ଏହାକୁ କିପରି ସେଟ କରାଇବେ :

– ପ୍ରଥମେ ଆଇଫୋନ ରେ Truecaller କୁ ଓପନ କରନ୍ତୁ
– ବର୍ତ୍ତମାନ ଆଇଫୋନ ର ସେଟିଙ୍ଗ କୁ ଯାଇ ଓ ମେସେଜ ଅପସନ କୁ ଓପନ କରନ୍ତୁ
-Spam ଅପସନ କୁ କ୍ଲିକ କରନ୍ତୁ
– ଏବେ ଆପଣ ଫିଲଟର ରେ spam ମେସେଜ ପାଇଁ ଟୋଗଲ turn on କରନ୍ତୁ
-ଏଠାରେ Truecaller ଅପସନ କୁ କ୍ଲିକ କରନ୍ତୁ
-ଏହାପରେ ଆପଣଙ୍କ ଫୋନ ରେ ଥିବା ସମସ୍ତ ସ୍ପାମ ମେସେଜ delet ହୋଇଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.