ମାତ୍ର ଗୋଟେ ଫଟୋରୁ ହ୍ୟାକ ହୋଇପାରେ ଫୋନ ଏବଂ ହ୍ୱାଟ୍ସଆପ, ମୋବାଇଲରେ ଅନ୍‌ ରଖିଛନ୍ତି କି ଏହି ସେଟିଂ

ହ୍ୟାକର୍ସ ସବୁବେଳେ ଲୋକଙ୍କୁ ନିଜ ଜାଲରେ ଫସେଇବା ପାଇଁ ଅନେକ ଉପାୟ ଖୋଜିଥାନ୍ତି। ତେବେ ଏହି ଉପାୟ ମଧ୍ୟରୁ ଗୋଟିଏ GIF ଫଟୋ ସହିତ ଜଡ଼ିତ ଅଛି । ଆପଣ ଶୁଣିଥିବେ ଯେ, ଲୋକଙ୍କୁ ନିଜର ଶିକାର ବନାଇବା ପାଇଁ ହ୍ୟାକର୍ସ ଫିସିଂ ଲିଙ୍କର ବ୍ୟବହାର କରୁଛନ୍ତି । କିନ୍ତୁ ହ୍ୟାକ କରିବା ପାଇଁ Fishing GIF ବ୍ୟବହାର ବହୁ ପରିମାଣରେ କ୍ଷତିକାରକ ଅଟେ । ହ୍ୟାକର୍ସ ଏହା ମାଧ୍ୟମରେ ଆପଣଙ୍କ ଫୋନରେ ପସିବାକୁ ଚେଷ୍ଟା କରିପାରନ୍ତି।

କିଛି ଲୋକଙ୍କ ହ୍ୱାଟ୍ସଆପରେ କିଛି ସେଟିଂ ଅନ୍ ରହିଥାଏ । ଲୋକମାନଙ୍କୁ ଏହି ସେଟିଂ ବିଷୟରେ କିଛି ପତ୍ତା ନଥାଏ । ତେଣୁ ଏହି ମାଧ୍ୟମରେ ହ୍ୟାକର୍ସମାନେ ୟୁଜର୍ସଙ୍କ ଫୋନ ଭିତରକୁ ଯାଇ ହ୍ୟାକ କରିଥାନ୍ତି । ତେବେ ଜାଣନ୍ତୁ କେଉଁ ସେଟିଂକୁ ଅନ କରିବେ ନାହିଁ ।

ହ୍ୟାକର୍ସ ମାନେ ଲୋକଙ୍କୁ ନିଜ ଜାଲରେ ଫସେଇବା ପାଇଁ ଫିସିଂ ଲିଙ୍କ ବ୍ୟବହାର କରୁଛନ୍ତି । ହେଲେ ବର୍ତ୍ତମାନ ସେମାନେ ଅନ୍ୟ ଏକ ମାଧ୍ୟମ ବାଛି ନେଇଛନ୍ତି । ହ୍ୱାଟ୍ସଆପରେ ଥିବା GIF ଇମେଜରେ ଫିସିଂ ଆକ୍ରମଣର ପ୍ରତିରୋପଣ କରିଛନ୍ତି । ଏହାର ନାମ ଦିଆଯାଇଛି GIF Shell । ଗତ ବର୍ଷ ପର୍ଯ୍ୟନ୍ତ ହ୍ଵାଟ୍ସଆପରେ ଏକ ଭଲନେରାବିଲିଟୀ ମହଜୁଦ୍‌ ଥିଲା, ଯେଉଁ କାରଣରୁ ହ୍ୟାକର୍ସ କେବଳ ଜିଆଇଏଫ ଇମେଜ ପଠାଇ କାହାର ବି ଫୋନକୁ ହ୍ୟାକ୍‌ କରିପାରୁଥିଲେ। କିନ୍ତୁ ହ୍ୱାଟ୍ସଆପ ଏହାକୁ ଠିକ କରିଦେଇଛି ।

ନଚେତ ହ୍ୟାକର୍ସ ମାନେ ଆପଣଙ୍କ ଫୋନର Access ହାସଲ କରିସାରିନ୍ତେଣି । ବହୁତ ଲୋକଙ୍କ ହ୍ୱାଟ୍ସଆପରେ ମିଡ଼ିଆ ଅଟୋ ଡ଼ାଉନଲୋଡର ଫିଚର ଅନ ରହୁଛି । ଯଦି ଆପଣ ଏହି ସେଟିଂ ଅଫ କରୁନାହାନ୍ତି ତେବେ କିଛି ଅଜଣା ସୋର୍ସରୁ ଆସୁଥିବା ଭିଡ଼ିଓ, GIF , ଇମେଜ ବା ଫାଇଲ୍ସ ଆପେଆପେ ଡାଉନଲୋଡ଼ ହୋଇଯିବ । ହ୍ୟାକର୍ସ ଏହାର ଫାଇଦା ଉଠାଇ ପାରନ୍ତି ।

ସେମାନେ ଏହି ସେଟିଂକୁ ସହଜରେ ଚେଞ୍ଜ କରିପାରନ୍ତି । ଏଥିପାଇଁ ଆପଣ ହ୍ୱାଟ୍ସଆପ ସେଟିଂକୁ ଯିବା ପାଇଁ ପଡିବ । ଏଥିରେ ଆପଣଙ୍କୁ ସ୍ଟୋରେଜ ଆଣ୍ଡ ଡାଟାର ଅପସନ ମିଳିବ । ବର୍ତ୍ତମାନ ଏହା ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କୁ ଅଟୋମେଟିକ ମିଡ଼ିଆ ଡ଼ାଉନଲୋଡ୍ ର ଅପସନ୍ ମିଳିବ । ଏହି ସେଟିଂ ଆପଣଙ୍କୁ ଅଫ କରିବାକୁ ପଡ଼ିବ । ଏହାଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ଫୋନକୁ ହ୍ୟାକ କରିପାରିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.