ଟେକ୍

ଘରେ ବସି ଏହି ୩ଟି ସହଜ ଉପାୟରେ କରନ୍ତୁ ଆଧାର-ପାନ ଲିଙ୍କ୍‌

ବର୍ତ୍ତମାନ କୌଣସି ବି ସରକାରୀ କାମ ପାଇଁ ଆଧାର କାର୍ଡ ଏକ ଗୁରୁତ୍ୱପୂଣ୍ଣ ବା ବାଧ୍ୟତାମୂଳକ ଦସ୍ତାବିଜ୍‌। ବିନା ଆଧାର କାର୍ଡରେ ଏଣିକି କୌଣସି ବି କାମ ହୋଇପାରୁନାହିଁ। ଆପଣ କୌଣସି ବି ସରକାରୀ କିମ୍ବା ବେସରକାରୀ ସଂସ୍ଥାକୁ ଯାଆନ୍ତୁ ପ୍ରଥମେ ଆଧାର କାର୍ଡ ଦରକାର। କାହିଁକିନା ଏବେ ଆଧାର କାର୍ଡ ହେଉଛି ସମସ୍ତଙ୍କର ପରିଚୟ। ଆପଣମାନେ ଜାଣିଥିବେ ଯେ କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ଆଧାର ଆଉ ପାନ୍‌ କାର୍ଡର ସଂଯୋଗ ବାଧ୍ୟତାମୂଳକ। ସେହିପରି ଯଦି ଆପଣ ଏବେ ଆଧାର ଏବଂ ପାନକୁ ସଂଯୋଗ କରୁନାହାନ୍ତି ତେବେ ବହୁତ ପ୍ରକାର ସମସ୍ୟାର ସାମ୍ନା କରିପାରନ୍ତି। ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର କହିବାନୁଯାୟୀ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ AADHAAR ସହିତ ପାନ ନହୋଇଥିଲେ ସେହି ପାନ କାର୍ଡ ନିଷ୍କ୍ରୀୟ ହୋଇଯିବ। ଗତ ବର୍ଷ ପାନ ଏବଂ ଆଧାର କାର୍ଡ ସଂଯୋଗ କରିବାର ଡେଡଲାଇନ ଅନେକ ଥର ବଢ଼ି ସାରିଛି। ପ୍ରାୟ ୩୦.୭୫ କୋଟି ଲୋକ ନିଜର ପାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରାଇସାରିଛନ୍ତି। ସେହିପରି ୧୭.୫୮ କୋଟି ପାନ କାର୍ଡକୁ ଏବେ ବି ଆଧାର ସହିତ ଲିଙ୍କ୍ କରାଯାଇନାହିଁ।

କିନ୍ତୁ ଆପଣମାନଙ୍କୁ ଆମେ କହିରଖୁଛୁ ଯେ ଏପରି କରିବା ବାଧ୍ୟତାମୂଳକ ଏବଂ ଯଦି ଆପଣ ଏମିତି ନ କରୁଛନ୍ତି ତେବେ ଆୟକର ବିଭାଗ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ରାଶି ଲଗାଇପାରନ୍ତି। ତେବେ ବର୍ତ୍ତମାନ ସରକାରଙ୍କ ବର୍ଦ୍ଧିତ ସମୟ ଅନୁଯାୟୀ ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ। ଆଉ ଆପଣଙ୍କୁ ଏହି ଡେଡଲାଇନ୍‌ ପୁର୍ବରୁ ହିଁ ଆପଣଙ୍କ ଆଧାର ସହିତ ପାନକୁ ଲିଙ୍କ୍‌ କରାଇବାକୁ ପଡିବ। ଯଦି ଆପଣ ଏବେ ଭାବୁଛନ୍ତି ଯେ ଆଧାର ଆଉ ପାନ କାର୍ଡକୁ ଲିଙ୍କ ବା ସଂଯୋଗ କେମିତି କରିବେ କିମ୍ବା ଆପଣ ଏପର୍ଯ୍ୟନ୍ତ ଆଧାର ଆଉ ପାନ କାର୍ଡକୁ ଲିଙ୍କ୍‌ କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏଠାରେ ଜଣାଇବୁ ସମ୍ପୂର୍ଣ୍ଣ ପ୍ରଣାଳୀ, ଯାହା ସାହାଯ୍ୟରେ ଆପଣ ଅତି ସହଜରେ ଘରେ ବସି ମଧ୍ୟ ଆଧାର ସହିତ ପାନ କାର୍ଡକୁ ଲିଙ୍କ କରାଇପାରିବେ।

ଅନଲାଇନ ଜରିଆରେ ବି କରିପାରିବେ ପାନ ସହ ଆଧାର ଲିଙ୍କ

ଆପଣ ରେଜିଷ୍ଟର୍ଡ ୟୁଜର ନଥିଲେ

ଯଦି ଆପଣଙ୍କର ଆକାଉଣ୍ଟ୍ ନାହିଁ ତେବେ ନିଜକୁ ପ୍ରଥମେ ଏଠାରେ ରେଜିଷ୍ଟର କରାନ୍ତୁ ।

• ଏହାପରେ ଆୟକର ବିଭାଗର ଇ-ଫାଇଲ୍ ୱେବସାଇଟ୍ (www.incometaxindiaefiling.gov.in) କୁ ଯାଆନ୍ତୁ ।

• ୱେବସାଇଟରେ ‘ଲିଙ୍କ୍ ଆଧାର’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।

• ଲଗଇନ୍ ପରେ, ଖାତାର ପ୍ରୋଫାଇଲ୍ ସେଟିଂକୁ ଯାଆନ୍ତୁ ।

• ପ୍ରୋଫାଇଲ୍ ସେଟିଂରେ ଆପଣଙ୍କୁ ଆଧାର କାର୍ଡକୁ ଲିଙ୍କ୍ କରିବାର ବିକଳ୍ପ ନଜର ଆସିବ, ଏହାକୁ ସିଲେକ୍ଟ କରନ୍ତୁ ।

• ଏଠାରେ ଦିଆଯାଇଥିବା ବିଭାଗରେ ଆପଣଙ୍କର ଆଧାର ନମ୍ବର ଏବଂ କ୍ୟାପଚା କୋଡ୍ ପୁରଣ କରନ୍ତୁ ।

• ତେବେ ସୂଚନା ଭରିବା ପରେ, ନିମ୍ନରେ ଦେଖାଯାଇଥିବା ‘ଲିଙ୍କ୍ ଆଧାର’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆଧାର ଲିଙ୍କ୍ ହୋଇଯିବ ।

ଏସଏମଏସ ଜରିଆରେ କିଭଳି କରିବେ ପାନ ସହ ଆଧାର ଲିଙ୍କ

• ଏଥିପାଇଁ ଆପଣଙ୍କୁ ନିଜ ଫୋନରେ UIDPN ଟାଇପ୍ କରିବାକୁ ପଡିବ । ଏହା ପରେ, ସ୍ପେସ୍ ଦେଇ ଆପଣଙ୍କ ଆଧାର ନମ୍ବର ଏବଂ ପାନ ନମ୍ବର ଦେବାକୁ ପଡିବ।

• ଉଦାହରଣ ସ୍ୱରୂପ UIDPAN<space><12-digit Aadhaar><space><10-digit PAN> ଲେଖି ୫୬୭୬୭୮ କିମ୍ବା ୫୬୧୬୧ ପଠାଇ ଦିଅନ୍ତୁ ।

• ଏହା ପରେ ଆୟକର ବିଭାଗ ଆପଣଙ୍କ ଆଧାର ଏବଂ ପାନ ନମ୍ବରକୁ ଲିଙ୍କ୍ ପ୍ରକ୍ରିୟାରେ ରଖିବ ।

ଆଉ ଗୋଟେ ପ୍ରଣାଳୀ ହେଉଛି ଫର୍ମ ଭରି ମାନୁଆଲ ଉପାୟରେ ଲିଙ୍କ କରିବା

•ଆପଣଙ୍କୁ ଏଥିପାଇଁ ପାନ ସର୍ଭିସ ସେଣ୍ଟର ଯିବାକୁ ହେବ। ସେଠରେ ଆପଣଙ୍କୁ ଏକ ଫର୍ମ ମିଳିବ। ଏହାସହିତ ଜରୁରୀ କାଗଜପତ୍ର ଆପଣ ଜମା କରିବେ। ଏହି କାଗଜପତ୍ର
ମଧ୍ୟରେ ଆପଣଙ୍କୁ ପାନ କାର୍ଡ ଏବଂ ଆଧାର କାର୍ଡର କପି ଦେବାକୁ ହେବ।

•ଏହି ସେବା ମାଗଣା ନୁହେଁ। ପାନରେ କୌଣସି ପ୍ରକାର ପରିବର୍ତ୍ତନ ପାଇଁ ଆପଣଙ୍କୁ ୧୧୦ ଏବଂ ଆଧାରରେ କୌଣସି ପ୍ରକାର ପରିବର୍ତ୍ତନ ପାଇଁ ୨୫ ଟଙ୍କା ଫିସ୍‌ ଦେବାକୁ ପଡିବ।

•ଯଦି ପାନ ଏବଂ ଆଧାରର ବିବରଣୀ ଅଲଗା ଅଲଗା ହୋଇଥାଏ ତେବେ କରେକସନ୍‌ ପାଇଁ ବାୟୋମେଟ୍ରିକ ସତ୍ୟପାନ ଜରୁରୀ ଅଟେ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

21 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

29 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

45 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago