ଖୁବଶୀଘ୍ର ଲଞ୍ଚ ହେବ Nothing ସବ୍ ବ୍ରାଣ୍ଡ CMFର ୩ଟି ନୂଆ ପ୍ରଡକ୍ଟ, ପକେଟ ଫ୍ରେଣ୍ଡଲି ହେବ ଦାମ
CMF ବ୍ରାଣ୍ଡ ଦ୍ୱାରା Nothing ପକେଟ ଫ୍ରେଣ୍ଡଲି ପ୍ରଡକ୍ଟଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଟାର୍ଗେଟ ରଖିଛି । ଆପଣ ଫ୍ଲିପକାର୍ଟ ଏବଂ ମିନ୍ତ୍ରା ଭଳି ଅନଲାଇନ୍ ପ୍ଲାଟଫର୍ମ ତଥା ରିିଟେଲ ସେଲରୁ ମଧ୍ୟ କିଣି ପାରିବେ । ଜଣେ ଲିକଷ୍ଟର୍ ଟ୍ଵିଟରରେ ନୂଆ ପ୍ରଡକ୍ଟ ବିଷୟରେ ସୂଚନା ସେୟାର କରିଛନ୍ତି ।

ଟ୍ରାନ୍ସପେରେଣ୍ଟ ମୋବାଇଲ୍ ସହିତ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା Nothing ବର୍ତ୍ତମାନ ସୁଦ୍ଧା ୨ ଟି ସ୍ମାର୍ଟଫୋନ୍ ଲଞ୍ଚ କରିଛି । କିଛି ସମୟ ପୂର୍ବରୁ କମ୍ପାନୀ ଏହାର ସବ୍ ବ୍ରାଣ୍ଡ CMF By Nothing ଲଞ୍ଚ କରିଥିଲା । ଖୁବ୍ ଶୀଘ୍ର କମ୍ପାନୀ ଏହି ବ୍ରାଣ୍ଡର କିଛି ପ୍ରଡକ୍ଟ ଭାରତରେ ଲଞ୍ଚ କରିବାକୁ ଯାଉଛି । ଏହି ସମସ୍ତ ପ୍ରଡକ୍ଟ ୨୬ ସେପ୍ଟେମ୍ବର ଅପରାହ୍ନ ୨.୩୦ରେ ଲଞ୍ଚ ହେବ ବୋଲି ସୂଚନା ମିଳିଛି । ଏହି ବ୍ରାଣ୍ଡ ଜରିଆରେ କମ୍ପାନୀ ଏହାର ଷ୍ଟାଇଲିଶ୍ ପ୍ରଡକ୍ଟକୁ କମ୍ ମୂଲ୍ୟରେ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛି । କିଛି ସମୟ ପୂର୍ବରୁ ସ୍ମାର୍ଟ ୱାଚ୍ ଏବଂ TWS ବଡ୍ସ ଲଞ୍ଚ କରିବାକୁ Nothing କମ୍ପାନୀ ସୂଚନା ଦେଇଥିଲା, ଯାହା କମ୍ପାନୀ ବର୍ତ୍ତମାନ ସବ୍ ବ୍ରାଣ୍ଡ ଅଧୀନରେ ଲଞ୍ଚ କରିବ ବୋଲି ଜଣା ପଡ଼ିଛି ।
CMF ବ୍ରାଣ୍ଡ ଦ୍ୱାରା Nothing ପକେଟ ଫ୍ରେଣ୍ଡଲି ପ୍ରଡକ୍ଟଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଟାର୍ଗେଟ ରଖିଛି । ଆପଣ ଫ୍ଲିପକାର୍ଟ ଏବଂ ମିନ୍ତ୍ରା ଭଳି ଅନଲାଇନ୍ ପ୍ଲାଟଫର୍ମ ତଥା ରିିଟେଲ ସେଲରୁ ମଧ୍ୟ କିଣି ପାରିବେ । ବର୍ତ୍ତମାନ ସୁଦ୍ଧା କମ୍ପାନୀ ତରଫରୁ କୌଣସି ପ୍ରକାର ସୂଚନା ସେୟାର କରାଯାଇ ନାହିଁ । କିନ୍ତୁ ଜଣେ ଲିକଷ୍ଟର୍ ଟ୍ଵିଟରରେ ନୂଆ ପ୍ରଡକ୍ଟ ବିଷୟରେ ସୂଚନା ସେୟାର କରିଛନ୍ତି । TechLeaksZone ମୁତାବକ, Nothingର ସବ୍-ବ୍ରାଣ୍ଡ୍ CMF ସେପ୍ଟେମ୍ବର ୨୬ରେ ସ୍ମାର୍ଟ ୱାଚ୍, ଇୟରବଡ୍ସ ଏବଂ ଏକ GaN ଚାର୍ଜର ଲଞ୍ଚ କରିବ ବୋଲି କୁହାଯାଉଛି । Nothing ସିଇଓ କାର୍ଲ ପେଇ ପ୍ରଥମ ଦୁଇଟି ପ୍ରଡକ୍ଟ ବିଷୟରେ ସୂଚନା ଦେଇଛନ୍ତି । କିନ୍ତୁ ଥାର୍ଡ ପ୍ରଡକ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ମିଳି ନାହିଁ ।
ଲଞ୍ଚ ପୂର୍ବରୁ ସ୍ମାର୍ଟ ୱାଚ୍ ଏବଂ ଇୟରବଡ୍ସ ମୂଲ୍ୟ ଅନଲାଇନ ଲିକ୍ ହୋଇଛି । ଲିକ୍ସ ଅନୁସାରେ CMF ୱାଚ୍ ପ୍ରୋ ଦାମ ୪,୫୦୦ ଟଙ୍କା ହୋଇପାରେ । ଏହା ବ୍ୟତୀତ ଇୟରବଡ୍ସର ମୂଲ୍ୟ ୩,୫୦୦ ଏବଂ GaN 65W ଫାଷ୍ଟ ଚାର୍ଜର ମୂଲ୍ୟ ୩,୦୦୦ ଟଙ୍କା ହୋଇପାରେ । ଜାଣି ରଖନ୍ତୁ ଏହି ସୂଚନା ଲିକ୍ ଆଧାରିତ । ସଠିକ ସୂଚନା ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।