IMEI ଡାଟାବେସରେ ସ୍ପଟ୍ ହେଲା Nothing ର ୩ଟି ସ୍ମାର୍ଟଫୋନ୍, ମିଳିବ ଖାସ୍ ଫିଚର୍
ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Nothing ଏହାର ଆଗାମୀ ସିରିଜ Nothing Phone 3 ପ୍ରସ୍ତୁତ ହେଉଛି । ଏହି ନୂଆ ସ୍ମାର୍ଟଫୋନ୍ ପୂର୍ବରୁ ଲଞ୍ଚ ହୋଇଥିବା Nothing Phone 2 ର ଏକ ଅପଗ୍ରେଡ୍ ଭର୍ସନ ଅର୍ଥାତ ଏହାର ସକ୍ସେସର୍ ଭାବରେ ଲଞ୍ଚ ହେବ । ଏହା କେବଳ ଭାରତରେ ମିଳୁଥିବା ଏକ ଖାସ୍ ଫୋନ୍ । ତେବେ ଏହି ଆଗାମୀ ସ୍ମାର୍ଟଫୋନର ଲଞ୍ଚ ଡେଟ୍ ଏପର୍ଯ୍ୟନ୍ତ ରିଭିଲ୍ କରାଯାଇନାହିଁ । ଏହି ସମୟରେ IMEI ଡାଟାବେସରେ Nothing ର ୩ଟି ସ୍ମାର୍ଟଫୋନ୍ ନଜର ଆସିଛି ।
ଏହି ତାଲିକାରେ ଫୋନର ମଡେଲ ନମ୍ବର ଏବଂ ସେମାନଙ୍କ କୋଡନେମ୍ ଦର୍ଶାଯାଇଛି । A001, A059 ଏବଂ A059P ମଡେଲ୍ ନମ୍ବର ସହିତ Nothing ର ଆଗାମୀ ସ୍ମାର୍ଟଫୋନ୍ IMEI ଡାଟାବେସରେ ଲିଷ୍ଟ ହୋଇଛି । କମ୍ପାନୀର ପୂର୍ବ ପାର୍ଟନ ଅନୁଯାୟୀ, A059 ନମ୍ବର Nothing Phone 3a, A059P ନମ୍ବର Nothing Phone 3a Plus ଏବଂ “P” ଏହାର Plus ଭ୍ୟାରିଏଣ୍ଟ ହେବ ବୋଲି ଆଶା କରାଯାଉଛି । ସେହିଭଳି ‘A001’ ମଡେଲର ବ୍ରାଣ୍ଡ CMF by Nothing ବୋଲି ଦର୍ଶାଯାଇଛି । ତେବେ ଆସନ୍ତୁ ଏହି ଫୋନ ବିଷୟରେ ଡିଟେଲ୍ସରେ ଜାଣିବା ।
ରିପୋର୍ଟ ଅନୁଯାୟୀ, Nothing ର ଆଗାମୀ ସ୍ମାର୍ଟଫୋନ୍ Nothing Phone 3 Qualcomm Snapdragon 7s Gen 3 ଚିପସେଟ ଦ୍ୱାରା ଲେସ ହେବ ଏବଂ ୮ GB RAM ସହିତ ପ୍ରଦାନ କରାଯିବ ବୋଲି କୁହାଯାଉଛି । ଗିକବେଞ୍ଚରେ, ଏହା ସିଙ୍ଗଲ-କୋର ଟେଷ୍ଟରେ ୧,୧୪୯ ଏବଂ ମଲ୍ଟି-କୋର୍ ଟେଷ୍ଟରେ ୨,୮୧୩ ସ୍କୋର ହାସଲ କରିଛି । ରିପୋର୍ଟ ନିଶ୍ଚିତ କରେ ଯେ ଫୋନ୍ ଆଣ୍ଡ୍ରଏଡ୍ 15 ରେ ଚାଲିବ ଯାହାକି NothingOS 3.0 କଷ୍ଟମ୍ ସ୍କିନ୍ ସହିତ ଆସିବ ।
ଏହା ବ୍ୟତୀତ, ଆଗାମୀ ଫୋନରେ ଏକ ଆକ୍ସନ୍ ବଟନ୍ ଏବଂ ୬. ୫-ଇଞ୍ଚ ଡିସପ୍ଲେ ମଧ୍ୟ ରହିପାରେ ସେହିଭଳି ପ୍ରୋ ଭର୍ସନରେ ୬. ୭-ଇଞ୍ଚ ସ୍କ୍ରିନ୍ ମିଳିପାରେ। ଆକ୍ସନ୍ ବଟନ୍ ଗୁଡିକ ଆଇଫୋନ୍ ପରି କାମ କରିବ ବୋଲି ଆଶା କରାଯାଉଛି । ଏହି କଷ୍ଟୋମାଇଜେବଲ୍ ବଟନ୍ ୟୁଜରମାନଙ୍କୁ ଫୋନ୍ ଉପର ଉନ୍ନତ କଣ୍ଟ୍ରୋଲ ଦେବ । ଯଦି ଏହି ଫୋନ୍ ଲଞ୍ଚ ହୁଏ ତେବେ ଏହା ମିଡ୍ ରେଞ୍ଜ ସେଗମେଣ୍ଟରେ ଲଞ୍ଚ ହୋଇପାରେ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ, ପୂର୍ବରୁ ମାର୍କେଟରେ Nothing ର ଟ୍ରାନ୍ସପେରେଣ୍ଟ ଫୋନକୁ ନେଇ ୟୁଜର୍ସଙ୍କ ଭିତରେ ବେଶ କ୍ରେଜ ଦେଖିବାକୁ ମିଳିଥିଲା । ତେବେ ଏହାର ଆଗାମୀ Nothing Phone 3 ସିରିଜ କେବେ ଲଞ୍ଚ ହେଉଛି ଏବଂ ଏହା ଲୋକଙ୍କୁ କେତେ ପସନ୍ଦ ଆସୁଛି ତାହା ଦେଖିବା ବାକି ରହିଲା ।