ପାକିସ୍ତାନରେ ବି ବ୍ୟାନ ହେଲା ଟିକଟକ, ସରକାର କହିଲେ ବରବାଦ ହେଉଛି ସଂସ୍କୃତି
ଭାରତରେ ବ୍ୟାନ ହେବାପରେ ପାକିସ୍ତାନରେ ବି ଚାଇନାର ସର୍ଟ ଭିଡିଓ ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପାକିସ୍ତାନ ସରକାର ଟିକଟକକୁ ସଂସ୍କୃତି ପ୍ରତି ବିପଦ ବୋଲି କହିଛନ୍ତି। ଟିକଟକ ଉପରେ ନିଷେଧାଦେଶ ଜାରି କରିବା ସହିତ ପାକିସ୍ତାନ କହିଛି ଯେ ଟିକଟକ ଅଶ୍ଳୀଳତା ବିସ୍ତାର କରୁଛି। ସୂଚନା ଅନୁଯାୟୀ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ବନ୍ଧୁତା ଜଣାଶୁଣା ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି।
ସୂଚନା ଅନୁଯାୟୀ ଏହି ନିଷେଧାଦେଶ ପୂର୍ବରୁ ଟିକଟକକୁ ପାକିସ୍ତାନୀ ଟେଲିକମ୍ ବିଭାଗ ଦ୍ୱାରା ଅଶ୍ଳୀଳ କଣ୍ଟେଣ୍ଟକୁ ନେଇ ଚେତାବନୀ ଦିଆଯାଇଥିଲା। କିନ୍ତୁ ବାଇଟ୍ ଡାନ୍ସ ଏହାକୁ ଶୁଣିନଥିଲା ଯାହା ପରେ ପ୍ରତିବନ୍ଧ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହିତ ବିଭାଗ ଏହା ମଧ୍ୟ କହିଛି ଯେ ଯଦି ଟିକଟକ ବିଷୟବସ୍ତୁକୁ ନିୟନ୍ତ୍ରଣ କରେ ତେବେ ଏହି ନିଷ୍ପତ୍ତି ଉପରେ ବିଚାର କରିବ।
ଡାଟା ସୁରକ୍ଷା ନୁହେଁ, ଅଶ୍ଳୀଳତା ପାଇଁ ବ୍ୟାନ
ଭାରତରେ ଡାଟା ସୁରକ୍ଷା ପାଇଁ ଟିକଟକ ବ୍ୟାନ କରାଯାଇଥିବାବେଳେ ପାକିସ୍ତାନୀ ସୂଚନା ମନ୍ତ୍ରୀ ଶିବଲି ଫାରାଜଙ୍କ ଅନୁଯାୟୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟିକଟକର ଅଶ୍ଳୀଳ ବିଷୟବସ୍ତୁ ନେଇ 15 ଥର କହିଛନ୍ତି କିନ୍ତୁ ବାଇଟଡାନ୍ସ ଏହାକୁ ନେଇ ଗମ୍ଭୀରତା ଦେଖାଇ ନାହାଁନ୍ତି। ତେବେ ଇମ୍ରାନଙ୍କର ଟିକଟକରେ ଡାଟା ସୁରକ୍ଷା ନୁହେଁ ବରଂ ଅଶ୍ଳୀଳତାକୁ ନେଇ ସମସ୍ୟା ଥିଲା। ଯାହା ପରେ ସେ ଦୀର୍ଘ ଦିନ ଧରି ଏହି ନିଷେଧାଦେଶ ଉପରେ ବିଚାର କରୁଥିଲେ।