Tinder ଆଣୁଛି ଟିକାକେନ୍ଦ୍ର, କେବଳ ଡେଟିଂ ନୁହେଁ ଭ୍ୟାକ୍ସିନ ବିଷୟରେ ଥିବା ସବୁ ଦ୍ବନ୍ଦ୍ୱ ବି ଦୂର କରିବ ଏହି ଆପ୍

କରୋନା ସହ ଲଢ଼ିବା ପାଇଁ ଦେଶରେ ଟିକାକରଣ ଆରମ୍ଭ ହୋଇଛି। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ଟେକ୍ କମ୍ପାନୀ ଆଗକୁ ଆସୁଛନ୍ତି। ଯୁବପିଢ଼ିଙ୍କୁ ଟିକା ନେବାକୁ ସଚେତନ କରିବା ପାଇଁ ଏବେ Tinder ବି ଅଣ୍ଟା ଭିଡ଼ିଛି।

ଡେଟିଂ ଆପ୍ Tinder ଏବେ ଟିକାକରଣ ଉପରେ ଏଜୁକେସନାଲ ଗାଇଡ଼ ସେୟାର କରିବ। ଏହା ମେମ୍ଵରଙ୍କୁ ନିଜ ପ୍ରୋଫାଇଲରେ ଭ୍ୟାକ୍ସିନେସନ ଷ୍ଟେଟ ଓ ଷ୍ଟିକର ଦେଖାଇବା ଅପସନ ବି ଦେବ। ତେବେ ଏହା କେବଳ ଭାରତୀୟଙ୍କ ପାଇଁ ଉପଲବ୍ଧ ହେବ।

ଲୋକମାନେ ଏବେ Tinder ରେ ଡେଟ୍ କରିବା ସହ ଟିକା ବିଷୟରେ ବି ଜ୍ଞାନ ଆହରଣ କରିପାରିବେ। ଟିକାକୁ ନେଇ କିଛି ଦ୍ବନ୍ଦ୍ୱ ଥିଲେ, ଆପଣ ତାହାକୁ ମଧ୍ୟ ଏଠାରେ ପଚାରି ପାରିବେ। ଏଥିରେ ଏବେ ଟିକା ପାଇଁ ରେଜିଷ୍ଟ୍ରେସନ କରିବା ସୁବିଧା ମଧ୍ୟ ଦିଆଯାଉଛି, ଯାହା ୟୁଜରଙ୍କୁ ସାହାଯ୍ୟ କରିବ। ଏହି ଫିଚର WHO ଓ cowin.gov. in ରୁ ରିସୋର୍ସ ନେଇ ୟୁଜରଙ୍କୁ ସୂଚନା ଦେବ ବୋଲି ଜଣାଯାଇଛି।

Leave A Reply

Your email address will not be published.