ଫେସବୁକରୁ ସହଜରେ ଟ୍ରାନ୍ସଫର କରିପାରିବେ ଫଟୋ ଓ ଭିଡିଓ, ଜାଣନ୍ତୁ କିପରି ?

ସୋସିଆଲ ମିଡିଆ ୟୁଜର୍ସ ଅନେକ ଥର ଫେସବୁକର ଫଟୋ ଏବଂ ଭିଡିଓକୁ ନେଇ ଅଭିଯୋଗ ରହିଥାଏ। ୟୁଜର୍ସଙ୍କ ଅଭିଯୋଗ ଅନୁଯାୟୀ, ଫଟୋ ଓ ଭିଡିଓକୁ ଅପଲୋଡ କରିବା ପରେ ସେମାନଙ୍କ ଗ୍ଯାଲେରୀରୁ ଗାଏବ ହୋଇଯାଉଛି। ଯଦି ଆପଣଙ୍କ ସହିତ ମଧ୍ୟ ଏହି ସମସ୍ଯା ହେଉଛି, ତେବେ ଆପଣ ଏହାକୁ ବହୁତ ସଜହରେ ଡାଉନଲୋଡ କରିରଖିପାରିବେ। ଆପଣ ଫେସବୁକର ଏହି ଫଟୋ ଏବଂ ଭିଡିଓକୁ ଗୁଗଲ ଫଟୋଜ ଭଳି ପ୍ଲାଟଫର୍ମରେ କିପରି ଡାଉନଲୋଡ କରିବେ ?

ଯଦି ଆପଣ ଫେସବୁକରେ ଅପଲୋଡ ହୋଇଥିବା ମିଡିଆକୁ ନିଜ ସ୍ମାର୍ଟଫୋନର ଗ୍ଯାଲେରୀରେ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଫେସବୁକର ଏକ ଟୁଲ ଦ୍ବାରା ବହୁ ସହଜରେ କରିପାରିବେ। ଆପଣ ଏହି ସୋସିଆଲ ମିଡିଆ ଆପରୁ କୌଣସି ଅଲଗା ପ୍ଲାଟଫର୍ମରୁ ମିଡିଆକୁ ସେଭ କରିବା ପାଇଁ ‘ଟ୍ରାନ୍ସଫର ଓ କପି ଅଫ ୟୋର ଇନଫରମେସନ’ ନାମକ ଏକ ଟୁଲକୁ ସିଟମୋଲ କରିପାରିବେ। ଏହା ସାହାଯ୍ଯରେ ଆପଣ ଫଟୋ, ଭିଡିଓ, ନୋଟସ୍, ପୋଷ୍ଟସ ଏବଂ ଇଭେଣ୍ଟ ସବୁକିଛି ସେଭ କରିପାରିବେ।

ସେଭ୍ କରିବା ପାଇଁ ପ୍ରଥମେ ଆପଣ ଫେସବୁକ ଆପ୍କୁ ଖୋଲନ୍ତୁ।

ତା’ ପରେ ଡାହାଣ ପଟେ ଉପରେ ଥିବା ତିନିଟି ଗାର ଉପରେ କ୍ଲିକ କରନ୍ତୁ। ଏହାକୁ କ୍ଲିକ କରିବା ପରେ ମେନ୍ଯୁ ଖୋଲିବ।

ଏହି ମେନ୍ଯୁର ତଳକୁ ସ୍କ୍ରଲ କଲେ ଆପଣଙ୍କୁ ‘ସେଟିଂ ଆର୍ଡ ପ୍ରାଇଭେସୀ’ ଅପସନ ଦେଖିବାକୁ ମିଳି। ଏହା ଉପରେ କ୍ଲିକ କରିବା ପରେ ଚାରିଟି ଅପସନ ଦେଖିବାକୁ ମିଳିବ।

ଏଠାରେ ସେଟିଂରେ ଟ୍ଯାପ୍ କରିବା ପରେ, ତା’ ପରେ ସ୍କ୍ରଲ୍ କରି ତଳକୁ ଦ୍ବିତୀୟ ମେନ୍ଯୁ ‘ୟୋର ଟ୍ରାନ୍ସଫରମେସନ’ରେ ଆପଣଙ୍କୁ ‘ଟ୍ରାନ୍ସଫର ଓ କପି ଅଫ ୟୋର ଇନଫରମେସନ‘ର ଅପସନ ଦେଖିବାକୁ ମିଳିବ।

ଟ୍ରାନ୍ସଫର ଓ କପି ଅଫ ୟୋର ଇନଫରମେସନରେ କ୍ଲିକ କରିବା ପରେ ଆପଣ ‘ନେକ୍ସଟ’ ଅପସନ ଦେଖିବାକୁ ମିଳିବ। ଏହା ଉପରେ କ୍ଲିକ କରିବା ପରେ ସେହି ପ୍ଲାଟଫର୍ମସ୍ ଅପସନ ଦେଖିବାକୁ ମିଳିବ। ଆପଣ ନିଜ ଫଟୋ, ଭିଡିଓ ଆଦିକୁ ଟ୍ରାନ୍ସଫର କରିପାରିବେ। ଗୁଗଲ ଫଟୋ, ଡ୍ରପବକ୍ସ, ଗୁଗଲ ଡକ୍ସ ଇତ୍ଯାଦି।

ପ୍ଲାଟଫର୍ମକୁ ସିଲେକ୍ଟ କରିବା ପରେ ଫେସବୁକ ଆପଣଙ୍କୁ କେଉଁ ଆଲବମ୍ ସେଭ କରିବା ପାଇଁ ଅନମୁତି ମାଗିବ। ଆପଣ ସିଲେକ୍ଟ କରି ସବୁକିଛି ସେଭ କରିପାରିବେ।

ଏହି ଉପାୟରେ ଆପଣ କିଛି ସମୟ ମଧ୍ୟରେ ଆପଣଙ୍କ ଡାଟାକୁ ମନମୁତାବକ ପ୍ଲାଟଫର୍ମରେ ସେଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.