ଚୋରି ହେବା ଫୋନକୁ ସହଜରେ ପୁଣି କରିପାରିବେ ହାସଲ, ବାସ୍ କରିବାକୁ ହେବ ଏହି କାର୍ଯ୍ୟ
ନୂଆଦିଲ୍ଲୀ : ଆଜିକାଲି ମୋବାଇଲ ଫୋନ୍ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଛି । ମୋବାଇଲ ବିନା ଆମର ଅଧିକାଂଶ କାର୍ଯ୍ୟ ଯେପରି ବନ୍ଦ ହୋଇଯାଏ । ହେଲେ ବ୍ୟସ୍ତବହୁଳ ଜୀବନ ଭିତରେ କେତେବେଳେ ଆମେ ମୋବାଇଲ ହଜାଇ ଦେଇଥାଉ । ପୁଣି କେତେବେଳେ ଆମ ମୋବାଇଲ ଚୋରି ହୋଇ ଯାଇଥାଏ । ଯାହାକୁ ପୁଣି ପାଇବା ସମ୍ଭବପର ହୋଇନଥାଏ । ମାତ୍ର ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା ଫଳରେ ଆପଣ ହଜାଇଥିବା ମୋବାଇଲ୍ ଫୋନକୁ ସହଜରେ ପାଇ ପାରିବେ । ଆସନ୍ତୁ ଜାଣିବା କ’ଣ ଏହି ଟ୍ରିକ୍ସ ।
ବାସ୍ କରିବାକୁ ହେବ ଏହି କାମ
ନିଜର ହଜିଯାଇଥିବା ଫୋନ୍କୁ ପୁଣି ଫେରି ପାଇବା ପାଇଁ କିଛି ଜରୁରୀ କାମ କରିବାକୁ ହେବ । ଯେତେବେଳେ ବି ଆପଣ ଗୁଗଲ ଆକାଉଣ୍ଟ ସହ କୌଣସି ବି ଆଣ୍ଡ୍ରଏଡ୍ ଫୋନ୍କୁ ସାଇନ କରନ୍ତି । ସେତେବେଳେ ‘Find My Device ’ ଆପେ ଆପେ ଚାଲୁ ହୋଇଯାଇଥାଏ । ଗୁଗୁଲ୍ ର ମାଗଣାରେ ‘Find My Device ’ ସେବା ଦ୍ୱାରା ଆପଣ ଆପଣଙ୍କ ଫୋନକୁ କେବେ ବି ଟ୍ରାକ୍ କରିପାରିବେ । ଏଥି ସହ ଏହି ସେବା ଦ୍ୱାରା ଆପଣ ଫୋନକୁ ରିମୋର୍ଟ ଲକ୍ ଓ ଏହାର ଡାଟାକୁ ନଷ୍ଟ କରିପାରିବେ ।
ଏମିତି ମିଳିବ ଲୋକେସନ
ଏଥିପାଇଁ ଆପଣଙ୍କୁ ଆପଣଙ୍କ ଅନ୍ୟ ଫୋନରେ ‘Find My Device ’ କୁ ସର୍ଚ୍ଚ କରିବାକୁ ହେବ । ଏହା ଉପରେ କ୍ଲିକ କରିବା ଦ୍ୱାରା ଏକ ନୋଟିଫିକେସନ ଆପଣଙ୍କ ହଜିଥିବା ଫୋନ୍କୁ ଚାଲିଯିବ । ନୋଟିଫିକେସନ ମିଳିବାର ତୁରନ୍ତ ଆପଣଙ୍କ ଅନ୍ୟ ମୋବାଇଲ ଫୋନରେ ଲୋକେସନ ମିଳିଯିବ । ଏଥିସହ ‘ ’ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ହଜିଥିବା ମୋବାଇଲ ଶେଷ ଲୋକେସନ ସମ୍ପର୍କରେ ମଧ୍ୟ ଜଣାଯିବ ।
ମିଳବ ୩ ଅପ୍ସନ
ଏହାଛଡା ଆପଣଙ୍କୁ ୩ ଅପ୍ସନ ମଧ୍ୟ ମିଳିବ । ପ୍ରଥମେ ସାଉଣ୍ଡ ପ୍ଲେ କରିବା ଅପସନ୍ । ଏହି ଅପ୍ସନକୁ ସିଲେକ୍ଟ କରିବା ଦ୍ୱାରା ଆପଣଙ୍କ ହଜିଥିବା ଫୋନ୍ ଜୋରରେ ୫ ମିନିଟ ଯାଏ ବାଜିବାକୁ ଲାଗିବ । ଆପଣଙ୍କ ଫୋନ୍ ସାଇଲେଣ୍ଟ ବା ଭାଇବ୍ରେସନ ମୋଡରେ ଥିଲେ ମଧ୍ୟ ଏହା ବାଜିବ । ଦ୍ୱିତୀୟ ଅପସନ୍ ‘ସିକିଓର ଡିଭାଇସ’ ଉପରେ କ୍ଲିକ କରିବା ଦ୍ୱାରା ଆପଣଙ୍କ ଫୋନରେ ଦିଆଯାଇଥିବା ପିନ୍, ପାସ୍ଓ୍ଵାଡ ଓ ସ୍କ୍ରିନ୍ ଲକ କାରଣରୁ ଏହାକୁ ଲକ୍ କରିଦିଆଯିବ । ୩ୟ ଅପସନ୍ ‘ଡାଟା ଲିଭାଇବା’ ସୁବିଧା ଦ୍ୱାରା ଆପଣଙ୍କ ହଜିଥିବା ଫୋନ୍ର ଡାଟା ସହଜରେ ଡିଲିଟ କରିପାରିବେ ।