WhatsApp ଲଞ୍ଚ କଲା ନୂଆ ଫିଚର: ଏଣିକି ଆପଣଙ୍କ ନଂ ବ୍ୟବହାର ନକରି କରିପାରିବେ ମେସେଜ

WhatsApp ତାର ୟୁଜର୍ସଙ୍କୁ ଅନେକ ନୂଆ ନୂଆ ଫିଚର ଦେଇଥାଏ। ଏହି ଫିଚରଗୁଡିକ ବ୍ୟବହାର କରିବାକୁ, ଆପଣଙ୍କୁ ମୋବାଇଲ୍ ନମ୍ବରକୁ WhatsApp ସହିତ ରେଜିଷ୍ଟାର କରିବାକୁ ପଡିବ। ଅନେକ ସମୟରେ କେତେକ ୟୁଜର୍ସ ମାନେ ପ୍ରାଇଭେସି ଚାହୁଁ ଥିବା ବେଳେ ଆଉ କେତେକ ନିଜ ନମ୍ବର ସହିତ WhatsApp ଆକାଉଣ୍ଟ୍ ଖୋଲିବାକୁ ଚାହାଁନ୍ତି ନାହିଁ। ତାହା ବର୍ତ୍ତମାନ ସମ୍ଭବ ହୋଇପାରିବ । ଆପଣ ଆପଣଙ୍କର ନମ୍ବର ରେଜିଷ୍ଟାର ନକରି WhatsApp ମଧ୍ୟ ବ୍ୟବହାର କରିପାରିବେ | ଏଥିପାଇଁ ଆପଣଙ୍କୁ କିଛି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ। ଏହା ସହିତ ଆପଣଙ୍କର ପ୍ରାଇଭେସି ବଜାୟ ରହିବ ଏବଂ ଆପଣ WhatsApp ମଧ୍ୟ ବ୍ୟବହାର କରିବାକୁ ସମର୍ଥ ହେବେ।

ଏଥିପାଇଁ ଆପଣଙ୍କୁ ଭର୍ଚୁଆଲ୍ ନମ୍ବରର ସାହାଯ୍ୟ ନେବାକୁ ପଡିବ। ଆପଣ ଏକ ଭର୍ଚୁଆଲ୍ ନମ୍ବର ସହିତ WhatsApp ରେଜିଷ୍ଟାର କରିପାରିବେ। ଭର୍ଚୁଆଲ୍ ନମ୍ବର ଆପଣଙ୍କ
ଫିଜିକାଲ ସିମ୍ କାର୍ଡଠାରୁ ଭିନ୍ନ, କିନ୍ତୁ ଆପଣ ନିୟମିତ ନମ୍ବର ପରି ଏହାକୁ ବ୍ୟବହାର କରି କଲ୍ ଏବଂ ମେସେଜ ରିସିଭ କରିପାରିବେ । ଏକ ଭର୍ଚୁଆଲ୍ ନମ୍ବର ପାଇବାକୁ, ଆପଣଙ୍କୁ ଏକ ଥାର୍ଡ଼ ପାର୍ଟି ଆପର ସାହାଯ୍ୟ ନେବାକୁ ପଡିବ । ଏଥିପାଇଁ, ଆପଣ Doosra, TextNow କିମ୍ବା Sontel ପରି ୱେବସାଇଟ ଭଳି ଆପ୍ସର ସାହାଯ୍ୟ ନେଇପାରିବେ।

ଆପଣ ଅନେକ ଫ୍ରି ୱେବସାଇଟ୍ କିମ୍ବା ଆପ୍ ମଧ୍ୟ ପାଇବେ ଯାହା ଫ୍ରି ଭର୍ଚୁଆଲ୍ ନମ୍ବର ଦେଇଥାଏ। ତଥାପି ଫ୍ରି ସର୍ଭିସ ସହିତ ସମସ୍ୟା ହେଉଛି ଯେ ଅନ୍ୟ ୟୁଜର୍ସ ମାନେ ମଧ୍ୟ ଏହି ନମ୍ବରକୁ ଏକ୍ସେସ କରିପାରନ୍ତି ଏବଂ ଆପଣ ଆପଣଙ୍କର ନମ୍ବରର ଏକ୍ସେସକୁ ହରାଇ ପାରନ୍ତି । ଆପଣନଙ୍କ ଫୋନର ପ୍ଲାଟଫର୍ମ ଅନୁଯାୟୀ ଆପଣ ସହଜରେ Doosra ଆପ୍ ଡାଉନଲୋଡ୍ କରିପାରିବ। ଏଥିରେ ସବସ୍କ୍ରିପସନ୍ ନେବା ପରେ, ଆପଣଙ୍କୁ ଏକ ଭର୍ଚୁଆଲ୍ ନମ୍ବର ଦିଆଯିବ। ଏହାର ବ୍ୟବହାର ଆପଣ WhatsApp ରେଜିଷ୍ଟାର ପାଇଁ କରିପାରିବେ।