ପାନ କାର୍ଡରେ ଭୁଲ ହୋଇଯାଇଛି କି ନାମ, ତେବେ ଏପରି କରନ୍ତୁ ଭ୍ରମ ସଂଶୋଧନ

ପାନ କାର୍ଡରେ ହୋଇଯାଇଛି କି ତୃଟି? ନାମର ସ୍ପେଲିଙ୍ଗରେ ରହିଯାଇଛି କି ଭୁଲ। ତେବେ ଘରେ ବସି ନିଜେ ନିଜେ କରନ୍ତୁ ପାନ କାର୍ଡ କରେକସନ୍‌। କାହିଁକିନା ଆପଣ ଜାଣିଛନ୍ତି ପାନ କାର୍ଡ ଆମ ପାଇଁ ଏକ ଜରୁରୀ ଦସ୍ତାବିଜ୍‌। ଏହି ଡକ୍ୟୁମେଣ୍ଟରେ ଗଡବଡ କିମ୍ବା ତୃଟି ରହିଲେ ଅନେକ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ତେବେ ଅଧିକାଂଶ ଦେଖିବାକୁ ମିଳେ ଯେ ପାନ କାର୍ଡରେ ନାମର ସ୍ପେଲିଙ୍ଗ୍‌ ଭୁଲ ରହିଯାଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏହି ସମସ୍ୟାର ସମାଧାନ ନେଇ ଆସିଛୁ। ଚାଲନ୍ତୁ ଜାଣିବା ଆପଣ ଘରେ ବସି ପାନ କାର୍ଡକୁ ନିଜେ ନିଜେ ହିଁ କେମିତି ଅପଡେଟ କରିବେ।

  • ସର୍ବପ୍ରଥମେ ଆପଣଙ୍କୁ ୟୁଟିଆଇଆଇଏସଏଲ ର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
  • ଏହାପରେ ଚେଞ୍ଜ/କରେକସନ୍‌ ଇନ୍‌ ପାନ୍‌ କାର୍ଡ ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏହି ଅପ୍ସନ ଉପରେ କ୍ଲିକ କରିବା ପରେ ହିଁ ଆପଣଙ୍କ ସାମ୍ନାରେ ଆପ୍ଲିକେସନ ଫର ଚେଞ୍ଜ/ କରେକସନ୍‌ ଇନ୍‌ ପାନ ଡାଟା ଅପ୍ସନର ପେଜ୍‌ ଓପନ ହୋଇଯିବ।
  • ଏଠାରେ ଆପଣଙ୍କୁ ଦୁଇଟି ଅପ୍ସନ ଦେଖାଯିବ। ପ୍ରଥମଟି ଫିଜିକାଲ ଏବଂ ଦ୍ୱିତୀୟଟି ଡିଜିଟାଲ ଡକ୍ୟୁମେଣ୍ଟସ୍‌ ଅପ୍ସନ।
  • ଏଥିରୁ କୌଣସି ଗୋଟିଏ ଅପ୍ସନକୁ ଚୟନ କରନ୍ତୁ।
  • ଏହାର ଠିକ ତଳେ ପ୍ରଥମ ବକ୍ସରେ ଆଧାର ବେସଡ ଇ-କେଓ୍ଵାଇସି ଅପ୍ସନ ଆସିବ।
  • ଏହାକୁ ଚୟନ କରିବା ପରେ ୱେବସାଇଟ ଅଟୋମେଟିକାଲୀ ପରବର୍ତ୍ତୀ ପେଜର ଅପ୍ସନ, ସାଇନ ୟୁଜିଙ୍ଗ ଆଧାର ବେସଡ ଇସାଇନକୁ ବି ଚୟନ କରିନେବ।
  • ଏଠାରେ ପାନ କାର୍ଡ ନମ୍ବର ଭରିବାକୁ ହେବ। ଏବଂ ତାପରେ ସବମିଟ କରିବାକୁ ହେବ।
  • ଆପ୍ଲିକେସନ୍‌ ଫର୍ମରେ ଯେଉଁ ବି ଡିଟେଲ୍ସ ଆପଣଙ୍କୁ ମଗାଯାଇଥିବ ତାହାକୁ ସଠିକ ଭାବେ ପୂରଣ କରି ପେମେଣ୍ଟ କରନ୍ତୁ।
  • ଇ-କେଓ୍ଵାଇସି ସର୍ଭିସ ପାଇଁ ୟୁଆଇଡିଏଆଇ ସର୍ଭରରେ ରିୟଲ-ଟାଇମରେ ଆଧାର ଅଥେଣ୍ଟିକେସନ ହେବ ଏବଂ ଆପଣଙ୍କ ମୋବାଇଲକୁ ଓଟିପି ଆସିବ।
  • ଓଟିପି ଏଣ୍ଟର କରିବା ପରେ ଆପଣଙ୍କ ପାନ କାର୍ଡରେ ୟୁଆଇଡିଏଆଇ ଡାଟାବେସରେ ଆଡ୍ରେସ ଆଡ୍‌ ହୋଇଯିବ।
  • ଏବେ ଆପ୍ଲିକେସନ୍‌ ଡାଟା ଏବଂ ବାକି ବିବରଣୀକୁ ଭେରିଫାଏ କରି ସବମିଟ୍‌ କରନ୍ତୁ।
  • ଏହାପରେ ଇ-ସାଇନ୍‌ ପାଇଁ ଆଉ ଏକ ଓଟିପି ମିଳିବ। ଏହାକୁ ଏଣ୍ଟର କରିବା ପରେ ହିଁ ଆପ୍ଲିକେସନକୁ ଆଧାର ବେସଡ ଇ-ସିଗନେଚର ଜରିଆରେ ସାଇନ୍‌ କରିବାକୁ ହେବ।
  • ଆପଣଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରକ୍ରୀୟା ପରେ ଆପଣଙ୍କ ଆପ୍ଲିକେସନ ସେଭ୍‌ ହୋଇଯିବ ଏବଂ ୟୁଟିଆଇଆଇଏସଏଲ ଦ୍ୱାରା ପରବର୍ତ୍ତୀ ପ୍ରୋସେସକୁ ପୂରା କରିଦିଆଯିବ।
Leave A Reply

Your email address will not be published.