ଆଜି ଭାରତରେ ଲଞ୍ଚ ହୋଇପାରେ Nokia 9 PureView ଏବଂ ନୋକିଆ ୬.୨

ନୋକିଆର ଲାଇସେନ୍ସ ସ୍ମାର୍ଟଫୋନ ତିଆରି କରୁଥିବା କମ୍ପାନୀ ଏମଏଚଡି ଗ୍ଲୋବାଲ ଆଜି ଭାରତରେ ନିଜର ନୂଆ ଫ୍ଲ୍ୟାଗାସିପ ସ୍ମାର୍ଟଫୋନ Nokia 9 PureViewକୁ ଲଞ୍ଚ କରିବାକୁ ଯାଉଛି। ଏହାମଧ୍ୟ କୁହାଯାଉଛି ଯେ Nokia 9 PureView ବ୍ୟତୀତ କମ୍ପାନୀ ଅନ୍ୟ ଫୋନକୁ ମଧ୍ୟ ଲଞ୍ଚ କରିବ।
ନୋକିଆ ମୋବାଇଲ ଇଣ୍ଡିଆ ଟ୍ବିଟର ହ୍ୟାଣ୍ଡେଲରେ ଫୋନର ଟିଜର ମଧ୍ୟ ଜାରୀ କରିଛି। ଟିଜର ମୁତାବକ ଫୋନରେ ୱାଟରପ୍ରୁଫ୍ ନଞ୍ଚ ଡିସପ୍ଲେ ମିଳିବ। ଅନେକ ରିପୋର୍ଟ ଅନୁଯାୟୀ ଏହା ମଧ୍ୟ କୁହାଯାଇଛି ଯେ ଆଜିର ଇଭେଣ୍ଟରେ କମ୍ପାନୀ ନୋକିଆ ୬.୨କୁ ମଧ୍ୟ ଲଞ୍ଚ କରାଯିବ। ଜଣାଇବାକୁ ଚାହିଁବୁ ଯେ ନୋକିଆ ୯ ପିଓରଭ୍ୟୁକୁ ପ୍ରଥମ ଥର ୱାର୍ଲ୍ଡ କଂଗ୍ରେସରେ ଲଞ୍ଚ କରାଯାଇଥିଲା।
Nokia 9 PureView ର ସ୍ପେସିଫିକେସନ
ନୋକିଆ ୯ ପିଓରଭ୍ୟୁରେ ୫.୯୯ ଇଞ୍ଚ କ୍ବାର୍ଡ ଏଚଡି ପ୍ଲସ ପ୍ୟାଲେଡ ଡିସପ୍ଲେ ମିଳିବ। ଏହାଛଡା ଫୋନରେ କ୍ବାଲକମର ଅକ୍ଟୋକୋର ସ୍ନାପଡ୍ରାଗନ ୮୪୫ ପ୍ରୋସେସର ମିଳିବ। ଏହାବ୍ୟତୀତ ଫୋନରେ ୬ ଜିବି ରାମ ସହିତ ୧୨୮ ଜିବିର ଷ୍ଟୋରେଜ ମିଳିବ। ଏହି ଫୋନର ସବୁଠାରୁ ବଡ ଖାସିୟତ ହେଉଛି ଏଥିରେ ଦିଆଯାଇଥିବା ପେଣ୍ଟା ଲେନ୍ସ (୫) କ୍ୟାମେରା ରହିଛି। ଏହି ଫୋନରେ ପେଣ୍ଟା ଲେନ୍ସ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି ଯେଉଁଥିରେ ଆପଣଙ୍କୁ ୫ କ୍ୟାମେରା ମିଳିବ।
ଏଥିମଧ୍ୟରୁ ୩ଟି ଲେନ୍ସ ୧୨ ମେଗାପିକ୍ସେଲ ଏବଂ ୨ କ୍ୟାମେରା ୧୨ ମେଗାପିକ୍ସେଲର ଅଟେ। ନୋକିଆ ୯ ପିଓରଭ୍ୟୁରେ ୨୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ନୋକିଆର ଏହି ଫୋନରେ ଇନ-ଡସିପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ମିଳିବ ଏବଂ ଏଥିରେ ୩୩୨୦ମାହ ବ୍ୟାଟେରୀ ମିଳିବ ଯାହା ୱୟାରଲେସ ଚାର୍ଜିକୁ ସପୋର୍ଟ କରିଥାଏ। ଏହି ଫୋନର ଦାମ ୪୮,୭୦୦ ଟଙ୍କା ହୋଇପାରେ।
Unlock the new you at a glance on 06 June 2019. Stay tuned to #GetAhead pic.twitter.com/ZQepfiQkvG
— Nokia Mobile (@NokiaMobile) 5 June 2019