ଭାରତରେ ଲଞ୍ଚ ହେଉଛି Samsung Galaxy Tab S6 Lite , ଜାଣନ୍ତୁ କ’ଣ ରହିଛି ଫିଚର୍ସ ଏବଂ ଦାମ୍‌

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ଆଜି ଲାଟେଷ୍ଟ ଟାବଲେଟ୍‌ସାମସଙ୍ଗ Galaxy Tab S6 Lite ଭାରତରେ ଲଞ୍ଚ କରୁଛି। କମ୍ପାନୀ ଏହି ଟାବଲେଟର ବିବରଣୀ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି। ଏଥିରେ ଟାବ୍‌ର ଟିଜର ଦେଖିବାକୁ ମିଳିଛି। ଏହାଛଡା ଇ-କମର୍ସ ସାଇଟ ଆମାଜନ ଇଣ୍ଡିଆ ପ୍ଲାଟଫର୍ମରେ ମଧ୍ୟ ମିଳିବ। ଯାହାର ପ୍ରି ଅର୍ଡର ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ କମ୍ପାନୀ ଗାଲେକ୍ସ ଟାବ୍‌ ଏସ୍‌ ୬ ଭାରତୀୟ ବଜାରରେ ଲଞ୍ଚ କରିଥିଲା। ଏହି ଟାବର ମୂଲ୍ୟ ୩୦ ହଜାରରୁ ୪୦ ହଜାର ପର୍ଯ୍ୟନ୍ତ ରହିଛି। କିନ୍ତୁ ଏହାର ପ୍ରକୃତ ମୂଲ୍ୟ ଟାବ୍‌ ଲଞ୍ଚ ହେବା ପରେ ଜଣାପଡିଛି।

Samsung-Galaxy-tab-S6-Lite

Galaxy Tab S6 Lite ର ସ୍ପେସିଫିକେସନ :

ରିପୋର୍ଟ ମୁତାବକ, କମ୍ପାନୀ ଏହି ଟାବ୍‌ରେ ଏସ୍‌-ପେନ ସହିତ ଲଞ୍ଚ କରୁଛି। ୧୦.୪ ଇଞ୍ଚର ଟିଏଫଟି ଡିସପ୍ଲେ, ଚାରି ଜିବି ରାମ୍‌ ଏବଂ ୧୬୪ ଜିବି ଷ୍ଟୋରେଜ, ,ଖ୍ସିନୋସ ଅକ୍ଟା କୋର ପ୍ରୋସେସର ସହିତ ଦମଦାର ବ୍ୟାଟେରୀ ସପୋର୍ଟ ମଧ୍ୟ ରହିଛି।

ଗତବର୍ଷ ସାମସଙ୍ଗ Galaxy Tab S6 ଲଞ୍ଚ କରିଥିଲା। ଯାହାର ପ୍ରାରମ୍ଭିକ ମୂଲ୍ୟ ୫୨, ୯୯୯ ଟଙ୍କା ରହିଥିଲା। ଏଥିରେ କମ୍ପାନୀ ୧୦ ଇଞ୍ଚର ଡିସପ୍ଲେ, ୭,୦୪୦ ଏମଏଏଚ ବ୍ୟାଟେରୀ, ଇନ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ, ୬ ଜିବି ରାମ୍‌, ୧୨୮ ଜିବି ଷ୍ଟୋରେଜ ଏବଂ ୮୫୫ ସ୍ନାପଡ୍ରାଗନ ପ୍ରୋସେସର ସପୋର୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.