ଆଣ୍ଡ୍ରଏଡ୍‌ ଚଲାଉଥିଲେ ମଧ୍ୟ ଏହି ୧୦ଟି ସିକ୍ରେଟ୍‌ କୋଡ୍‌ ବିଷୟରେ ବୋଧେ ଆପଣ ଜାଣିନଥିବେ!

ବର୍ତ୍ତମାନ ପ୍ରାୟ ନବେ ପ୍ରତିଶତ ଲୋକ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି। ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରିବାକୁ ସୁବିଧା ଓ କମ୍‌ ଦାମ୍‌ବିଶିଷ୍ଟ ହୋଇଥିବାରୁ ଲୋକମାନେ ଏହାକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଆଣ୍ଡ୍ରଏଡ୍‌ ଫୋନ୍‌ ବିଷୟରେ ଆପଣ ସବୁ କିଛି ଜାଣିଥିବେ ନିଶ୍ଚୟ। କିନ୍ତୁ ଆମେ ଆପଣଙ୍କୁ କେତେକ ଏଭଳି କୋଡ୍‌ ବିଷୟରେ କହିବୁ ଯାହା ବିଷୟରେ ବୋଧେ ଆପଣ ଜାଣିନଥିବେ। ଆସନ୍ତୁ ଜାଣିବା ଆଣ୍ଡ୍ରଏଡ୍‌ର କେତେକ ସିକ୍ରେଟ୍‌ କୋଡ୍‌…

  • *#*#4636#*#*: ଏହି କୋଡ୍‌ ଡାଏଲ କରି ଆପଣ ଫୋନ୍‌ ବିଷୟରେ ସମସ୍ତ ସୂଚନା ପାଇପାରିବେ।
  • *2767*3855#:ଏହି କୋଡ୍‌ ଡାଏଲ କଲେ ଫୋନ୍‌ ରିସେଟ୍‌ ହୋଇଯିବ। ଫୋନ ମେମୋରି ଡିଲିଟ୍‌ ହୋଇଯିବ। ଆବଶ୍ୟକ ନ ପଡ଼ିଲେ ଏହି କୋଡ୍‌ କେବେ ବି ଡାଏଲ କରନ୍ତୁ ନାହିଁ।
  • *#*#2664#*#*:ଏହି କୋଡ୍‌ ସାହାଯ୍ୟରେ ଆପଣ ନିଜ ଫୋନ୍‌ର ଟଚ୍‌ ସ୍କ୍ରିନ୍‌ର ଟେଷ୍ଟ କରିଜାଣିପାରିବେ ଫୋନ୍‌ ଠିକ୍‌ରେ କାମ କରୁଛି କି ନାହିଁ।

android

  • *#*#0842#*#*:ଏହି କୋଡ୍‌ ବ୍ୟବହାର କରି ଫୋନ୍‌ରେ ଭାଇବ୍ରେସନ୍‌ ଟେଷ୍ଟ କରିପାରିବେ।
  • *#*#34971539#*#*:ଏହି କୋଡ୍‌ ଫୋନ୍‌ର କ୍ୟାମେରା ବାବଦରେ ସବୁ ସୂଚନା ଦେଇଥାଏ।
  • *#21#: ଏହି କୋଡ୍‌ରୁ ଜାଣିପାରିବେ ଆପଣଙ୍କ ମେସେଜ୍‌, କଲ କିମ୍ବା କୌଣସି ଡାଟା ଆଉ କେଉଁଠି କି ଡାଇଭର୍ଟ କରାଯାଇଛି କି ନାହିଁ।
  •  *#62#: ବେଳେବେଳେ ଫୋନ୍‌ରେ ନୋ ସର୍ଭିସ୍‌ କିମ୍ବା ନୋ ଆନସର ଲେଖାଥାଏ। ଏଭଳିସ୍ଥିତିରେ ଏହି କୋଡ୍‌ ଡାଏଲ କରି ଆପଣ ଜାଣିପାରିବେ ଫୋନ୍‌ ଆଉ କେଉଁ ନମ୍ବରକୁ ରି-ଡାଇରେକ୍ଟର କରାଯାଇଛି କି ନାହିଁ।
  • ##002#: ଏହି କୋଡ୍‌ ସାହାଯ୍ୟରେ ଆଣ୍ଡ୍ରଏଡ୍‌ ଫୋନ୍‌ର ସମସ୍ତ ଫରଓ୍ଵାର୍ଡିଂକୁ ଡିଆକ୍ଟିଭ୍‌ କରିପାରିବେ।
  • *43#: ଏହି କୋଡ୍‌ ବ୍ୟବହାର କରି ଫୋନ୍‌ର କଲ ୱେଟିଂ ସମସ୍ୟାକୁ ଚାଲୁ କରିପାରିବେ। ସେହିପରି ଏହା ଡାଏଲ କରି ୱେଟିଂକୁ ବି ବନ୍ଦ କରିପାରିବେ।
  • *#06#:ଏହି କୋଡ୍‌ ସାହାଯ୍ୟରେ ଆପଣ IMEI ନମ୍ବର ଯାଞ୍ଚ କରିପାରିବେ।
    (ସୂଚନା-ଆଣ୍ଡ୍ରଏଡ୍‌ ଭର୍ସନ ଅନୁସାରେ କିଛି କୋଡ୍‌ କାମ କରିପାରେ କିଛି କାମ ନ କରିପାରେ।)
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.