ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି। ଏହି କାରଣରୁ ସମସ୍ତ ମୋବାଇଲ ନିର୍ମାତା କମ୍ପାନୀମାନେ ନିଜର ଦମଦାର ସ୍ମାର୍ଟଫୋନ ମାର୍କେଟକୁ ଛାଡୁଛନ୍ତି ଏବଂ ନିଜର ପ୍ରଡକ୍ଟ ବିକ୍ରୀ ହେବା ପାଇଁ ଅପଡେଟେଡ ଫିଚର ବିଶିଷ୍ଟ ସ୍ମାର୍ଟଫେୋନକୁ ଲଞ୍ଚ କରୁଛନ୍ତି। ଆଜି ଆମେ ଆଣଙ୍କୁ ଜଣାଇବାକୁ ଯାଉଛୁ ଚଳିତ ବର୍ଷର ଭାରତରେ ସେହି ୫ଟି ଶସ୍ତା ସୁନ୍ଦର ସ୍ମାର୍ଟଫୋନ ବିଷୟରେ ଯାହାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି।
Realme C1 :
ଏହି ସ୍ମାର୍ଟଫୋନ ଡୁଆଲ ସିମ ବିଶିଷ୍ଟ ହୋଇଥିବା ସହ 6.2 ଇଞ୍ଚ display ରହିଛି। ଏଥିରେ 2/16 gb ଷ୍ଟୋରେଜ ରହିଥିବା ବେଳେ 4230mah ବ୍ୟାଟେରୀ ବ୍ୟାକଅପ ରହିଛି। ସ୍ମାର୍ଟଫୋନର ରେୟର କ୍ୟାମେରା 13/2 ମେଗାପିକ୍ସଅଲ ରହିଥିବା ବେଳେ ଫ୍ରଣ୍ଟ ରହିଛି 5 ମେଗାପିକ୍ସଅଲ।
Redmi Note 5 Pro :
ଏହି ସ୍ମାର୍ଟଫୋନ ଚଳିତ ବର୍ଷ ଫେବ୍ରୁୟାରୀରେ ଲଞ୍ଚ କରିଥିଲା। ଏହାର ଡିସପ୍ଲେ 5.9 ଇଞ୍ଚ ରହିଥିବା ବେଳେ ବ୍ୟାଟେରୀ ରହିଛି 4000mah। କମ୍ପାନୀ ଏହାକୁ 4/64 ଜିବି ଷ୍ଟୋରେଜରେ ଲଞ୍ଚ କରିଛି। ସ୍ମାର୍ଟଫୋନରେ 5/12 ମେଗାପକ୍ସଲ ରିୟର କ୍ୟାମେରା ଥିବାବେଳେ 20 ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା ରହିଛି। ଏହାକୁ ଆପଣ ଅନଲାଇନ ଏବଂ ଅଫଲାଇନରେ କିଣିପାରିବେ।
Honor 9 Lite :
ଏହି ଫୋନର ରାମ 3 gb ରହିଥିବା ବେଳେ ଷ୍ଟୋରେଜ ରହିଛି 32gb। ମୋବାଇଲର ଡିସପ୍ଲେ 5.65 ଇଞ୍ଚ ରହିଛି। ଏହି ଫୋନର କ୍ୟାମେରା ବହୁତ ଭଲ ରହିଥିବା ବେଳେ ବ୍ୟାଟେରୀ ରହିଛି 3000mah। ଏହି ସ୍ମାର୍ଟଫୋନ ଡୁଆଲ କ୍ୟାମେରା ବିଶିଷ୍ଟ । ଏହାର ରିୟର କ୍ୟାମେରା 13+2 ମେଗାପିକ୍ସଲ ରହିଥିବା ବେଳେ ଫ୍ରଣ୍ଟ ରହିଛି 13+2 ମେଗାପିକ୍ସଲ।
ଏହା ସହ ପଢ଼ନ୍ତୁ : ଡୁଆଲ ଡିସପ୍ଳେ ସହ ସାମସଙ୍ଗ ଉଠାଇଲା ତାହାର ଫୋଲ୍ଡେବଲ ସ୍ମାର୍ଟଫୋନ୍ ଉପରୁ ପରଦା
Xiaomi Redmi 5A :
ରେଡମି 5A ସ୍ମାର୍ଟଫୋନ 5 ଇଞ୍ଜ ଡିସପ୍ଲେ ବିଶିଷ୍ଟ ହୋଇଥିବା ବେଳେ ବ୍ୟାଟେରୀ ରହିଛି 3000mah। ଏହାକୁ 2/16 gb ଇଣ୍ଟରନାଲ ଷ୍ଟୋରେଜ କ୍ଷମତା ବିଶିଷ୍ଟ କରାଯିବା ସହ କ୍ୟାମେରା ରହିଛି 5 ମେଗାପିକ୍ସଲ।
Xiaomi Redmi 4 :
ସାଓମି ରେଡମି 4 ଏକ ବଜେଟ ସ୍ମାର୍ଟଫୋନ। ଏହାର ଡିସପ୍ଲେ 5 ଇଞ୍ଚ ରହିଥିବା ବେଳେ ବ୍ୟାଟେରୀ ରହିଛି4100mah। କମ୍ପାନୀ ଏହାକୁ 3gb ରାମ ଏବଂ 32gb ଇଣ୍ଟରନାଲ ଷ୍ଟୋରେଜରେ ଲଞ୍ଚ କରିଛି। ଏହୋର ରିୟର କ୍ୟାମେରା 13 ମେଗାପିକ୍ସଲ ରହିଥିବାବେଳେ ଫ୍ରଣ୍ଟ ରହିଛି 5 ମେଗାପିକ୍ସଲ।