Toreto କମ୍ପାନୀ ଭାରତରେ ଲଞ୍ଚ କଲା ଦମଦାର ଚାର୍ଜର , ଜାଣନ୍ତୁ କଣ ରହିଛି ଏହାର ସୁବିଧା

ଅଡିଓ ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନୀ ଟୋରେଟୋ ରିମିକ୍ସ ନାଁରେ ନିଜର ଏକ ଚାର୍ଜରର ବଜାର ପ୍ରବେଶ କରାଇଛନ୍ତି । ଏଥିରେ ବ୍ଲୁ ଟୁଥ ସ୍ପିକରର ବି ବ୍ୟବସ୍ଥା ଅଛି । ଯାହା ସାହାଯ୍ୟରେ ଆପଣ ନିଜ ଫୋନକୁ ମଧ୍ୟ ଚାର୍ଜ କରିପାରିବେ । ଏହାର ଆଉ ଏକ ଭଲ ଦିଗ ହେଉଛି ଏହା ମାଧ୍ୟମରେ ଲୋକେ ଚାର୍ଜର ସହ ସ୍ପିକରର ବି ମଜା ନେଇ ପାରିବେ । କମ୍ପାନୀ ରିମିକ୍ସ ସିରିଜରେ ତିନି ପ୍ରକାରର ପ୍ରଡକ୍ଟ ବଜାରରେ ପ୍ରବେଶ କରାଇଛି । ସେଗୁଡିକ ହେଉଛି Remix,Remix 2 ଓ Remix Duo । ଏଗୁଡିକରେ 24A ର ଫାଷ୍ଟ ଚରଜିଙ୍ଗ ବ୍ୟବସ୍ଥା ଅଛି । ଏହାବାଦ ମୋବାଇଲ ଚାରଜିଙ୍ଗ ପାଇଁ ଏଥିରେ ୟୁଏସବି ପୋର୍ଟର ସୁବିଧା ରହିଛି । ଏଥିରେ ଆପଣଙ୍କୁ ୩ ୱାଟର ସ୍ପିକର ସୁବିଧା ମିଳିପାରିବ । ଅଧିକ ସମୟ କାମ କରିବା ପାଇଁ ଏଥିରେ 400mAH ର ବ୍ୟାଟେରୀ ସୁବିଧା ଦିଆଯାଇଛି । କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁ ଟୁଥ ୫.୦ ଓ ୨ଟି ୟୁଏସବି ପୋର୍ଟ ଖଞ୍ଜା ଯାଇଛି । ରିମିକ୍ସ ସିରିଜର ସ୍ପିକର ଗୁଡିକର ମୂଲ୍ୟ ଯଥାକ୍ରମେ ୧୨୯୯, ୧୪୯୯ ଓ ୧୯୯୯ ଟଙ୍କା ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.