ମାର୍କେଟରେ ଲଞ୍ଚ ହେବ କାର ଓ ଟ୍ରକ ଭଳି ଦିଶୁଥିବା ଏହି ଅଜବ ଗାଡି

ବର୍ତ୍ତମାନ ମାର୍କେଟରେ ଅନେକ ପ୍ରକାରର ଗାଡି ଲଞ୍ଚ ହେଉଛି । ଯାହାର ଡିଜାଇନ ଦେଖିବାକୁ ମଧ୍ୟ ଅତି ସୁନ୍ଦର । ତେବେ ବର୍ତ୍ତମାନ ମାର୍କେଟକୁ ଆସିବାକୁ ଯାଉଛି ଏକ ନୂଆ ଗାଡି, ଯାହାର ଡିଜାଇନ ମିସୁଛି କାର ଓ ଟ୍ରକ ସହିତ । ଟୟୋଟାର ଏହି ଗାଡିର ବୁକିଙ୍ଗ ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ଗାଡି ମାର୍କେଟରେ ଇସୁଜୁ ଡି – ମ୍ୟାକ୍ସକୁ ଟକ୍କର ଦେବ । ଯଦି ଆପଣଙ୍କୁ ଆଡଭେନ୍ଚର ପସନ୍ଦ ତେବେ ଆପଣ ଏହି ପିକ୍ଅପ ଗାଡି ଟୟୋଟା ହିଲୁକ୍ସ କିଣିପାରିବେ । ଏହା ପାହାଡରେ ଯିବା ପାଇଁ ଏକ ଉପଯୁକ୍ତ ଗାଡି । ଏହି ଗାଡିକୁ ଅଧିକ ସମୟ ପର୍ଯ୍ୟନ୍ତ ଚଲାଇବା ପରେ ମଧ୍ୟ ଏହି ଗାଡିରେ କୌଣସି ଅସୁବିଧା ଦେଖାଯାଇନଥାଏ । ଏହାର ଏସୟୁବି ଫନ୍କ୍ସନ ଏହି ଗାଡିକୁ ଅଧିକ ବାଟ ଚଲାଇବାରେ ସାହାଯ୍ୟ କରିଥାଏ ।

ଏହାର ଇଞ୍ଜିନ ମଧ୍ୟ ଭଲ ରହିଛି । ଏହି ଗାଡିରେ ଟୟୋଟା ଫର୍ଚ୍ୟୁନର ପରି ୨୦୪ ହାର୍ସ ପାୱାର ରହିବା ସହିତ ୨.୮ ଲିଟର ଡିଜେଲ ଇଞ୍ଜିନ ରହିବ । ଏହା ୫୦୦ ଏନଏମ୍ର ପିକ୍ଅପ ଜେନେରେଟ କରିପାରେ । ଏହି ଗାଡିର ଲମ୍ବ ପ୍ରାୟ ୫ ଏମଏମ ରହିବ ବୋଲି ଗାଡି କମ୍ପାନୀ ତରଫରୁ ସୂଚନା ମିଳିଛି । ଟୟୋଟା ହିଲୁକ୍ସର ରେଟ ଜଣା ପଡୁନଥିବା ବେଳେ ଏହାର ପ୍ରତିଦ୍ୱନ୍ଦିତା କରିବା ପାଇଁ ଆସୁଥିବା ଗାଡି ଏସୁଜ ଡି ମ୍ୟାକ୍ସର ଚାହିଦା ଏକ୍ସ ସୋ ରୁମ ଅନୁଯାୟୀ ୧୮.୦୫ ଲକ୍ଷ ଠାରୁ ଆରମ୍ଭ କରି ୨୫.୬୦ ଲକ୍ଷ ଟଙ୍କା ରହିବ । ଏହି ଗାଡି ଆସନ୍ତା ୨୪ ତାରିଖରେ ଭାରତ ମାର୍କେଟରେ ଲଞ୍ଚ ହେବ । ଟୟୋଟା ହିଲୁକ୍ସର ରେଟ ଜଣା ପଡୁନଥିବା ବେଳେ ଏହାର ପ୍ରତିଦ୍ୱନ୍ଦିତା କରିବା ପାଇଁ ଆସୁଥିବା ଗାଡି ଟୟୋଟା ହିଲୁକ୍ସର ପ୍ରାଇସ ମଧ୍ୟ ୧୯ ଲକ୍ଷରୁ ଅଧିକ ରହିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।