ଏବେ ସହଜରେ କରିପାରିବେ ନିଜ ଲୋକଙ୍କୁ ଟ୍ରାକ୍‌, ଜାଣନ୍ତୁ Whatsapp ର ଏହି ଫିଚର ବିଷୟରେ

ଏବେ ଯାହା ହାତରେ ଦେଖ କିଛି ଥାଉ କି ନଥାଉ, ମୋବାଇଲ କିନ୍ତୁ ନିହାତି ଥିବ। ମୋବାଇଲ ଏବେ ସମସ୍ତଙ୍କର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଲଟିଛି। ଆମେ ମୋବାଇଲରେ ସବୁ କିଛି କରିପାରୁଛୁ। ଖାସ୍‌ କରି ହ୍ଵାଟ୍ସଆପ୍‌କୁ ସମସ୍ତେ ବହୁଳ ଭାବେ ବ୍ୟବହାର କରୁଛନ୍ତି। ହ୍ଵାଟ୍ସଆପ୍‌ ପ୍ରାୟତଃ ଲୋକଙ୍କ ପାଇଁ ନୂଆ ନୂଆ ଫିଚର ବି ଲଞ୍ଚ୍‌ କରିଥାଏ। ତେବେ ଆଜି ଆମେ ଆପଣଙ୍କୁ ହ୍ଵାଟ୍ସଆପ୍‌ର ସେଭଳି ଏକ ବଢ଼ିଆ ଫିଚର ବିଷୟରେ ଜଣାଇବୁ, ଯାହା ସାହାଯ୍ୟରେ ଆପଣ ସହଜରେ ନିଜ ଲୋକଙ୍କୁ ଟ୍ରାକ୍‌ କରିପାରିବେ।

ହ୍ଵାଟ୍ସଆପ୍‌ରେ ଲୋକେସନ୍‌ ସେୟାର କରିବା ଫିଚର ରହିଛି। ଏହି ଫିଚର ସାହାଯ୍ୟରେ ଆପଣ ନିଜ ଲୋକେସନ୍‌ ଅନ୍ୟ ଜଣଙ୍କୁ ପଠାଇପାରିବେ। ସେହିପରି ଆଉ କାହା ଲୋକେସନ୍‌ ବି ଜାଣିପାରିବେ। ଏଥିରେ ଲୋକେସନ୍‌ ପଠାଇବା ବେଳେ ଦୁଇଟି ଅପ୍‌ସନ୍‌ Send Your Current Location ଓ Share Live Location ଦେଖାଏ। ଆପଣ ନିଜ ହିସାବରେ ଯେ କୌଣସି ଅପସନ୍‌ ଚୟନ କରି ଲୋକେସନ୍‌ ପଠାଇପାରିବେ।

ତେବେ ଏଥିରେ ଥିବା Send Your Current Location ଓ Share Live Location ଅପସନ୍‌ ମଧ୍ୟରେ ପାର୍ଥକ୍ୟ ରହିଛି। ଯଦି ଆପଣଙ୍କୁ କେହି Send Your Current Location ପଠାଉଛି ତେବେ ଏହାର ଅର୍ଥ ଉକ୍ତ ଲୋକେସନ୍‌ ମାତ୍ର କିଛି ସମୟ ପାଇଁ ହିଁ ରହିବ। କିନ୍ତୁ ଯଦି କେହି Share Live Location ପଠାଉଛି, ଏହାର ଅର୍ଥ ବ୍ୟକ୍ତି କୁଆଡ଼େ କୁଆଡ଼େ ଯାଉଛନ୍ତି ତାହା ସହଜରେ ଆପଣଙ୍କୁ ଦେଖାଇବ। ଫଳରେ ଆପଣ ତାଙ୍କୁ ଟ୍ରାକ୍‌ କରିପାରିବେ। ତେବେ ଲାଇଭ୍‌ ଲୋକେସନ୍‌ରେ ଆପଣଙ୍କୁ ସମୟ ବି ଦେଖାଇବ। ଏଥିପାଇଁ ୧୫ ମିନିଟ୍‌, ୧ ଘଣ୍ଟା କିମ୍ବା ୮ ଘଣ୍ଟା ଲିମିଟ୍‌ ଅଛି। ଏହି ସମୟ ପରେ ଲୋକେସନ୍‌ ଆପେ ଆପେ ବନ୍ଦ ହୋଇଯିବ। ଆପଣ ଚାହିଁଲେ ଷ୍ଟପ୍‌ ବଟନ୍‌ କ୍ଲିକ୍‌ କରି ମଧ୍ୟ ଏହାକୁ ବନ୍ଦ କରିପାରିବେ।

You might also like