ଟେକ୍

ଏବେ ଫୋନ ଲଗାଇବା ପୂର୍ବରୁ କରିବାକୁ ହେବ ଏହି କାମ, ବଦଳିଯିବ ସମସ୍ତଙ୍କ ମୋବାଇଲ ନମ୍ବର

କିଛିଦିନ ହେଲା ଫୋନ ନମ୍ବରିଂ ସ୍କିମକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ଟେଲିକମ ରେଗ୍ଯୁଲେଟରୀ ଅଫ୍ ଇଣ୍ଡିଆ (TRAI) ନିକଟରେ ଦେଶରେ ୧୧ ଅଙ୍କ ଥିବା ମୋବାଇଲ ନମ୍ବର ବ୍ଯବହାର କରିବା ପାଇଁ ଏକ ପ୍ରସ୍ତାବ ଦେଇଥିଲା । କାରଣ ଟ୍ରାଇର କହିବା ଅନୁଯାୟୀ ୧୦ ଅଙ୍କ ବିଶିଷ୍ଟ ନମ୍ବରକୁ ୧୧ ଅଙ୍କ ବିଶିଷ୍ଟ ନମ୍ବରରେ ବଦଳାଇବା ପରେ ଦେଶରେ ଅଧିକାଂଶ ନମ୍ବର ଉପଲବ୍ଧ ହୋଇପାରିବ । ଏହାବ୍ୟତୀତ ଟ୍ରାଇ ଲ୍ୟାଣ୍ଡଲାଇନରୁ କଲ କରିବା ସମୟରେ ଆରମ୍ଭରୁ ‘0’ ଲଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛି । ଯଦିଓ ବର୍ତ୍ତମାନ ଫିକ୍ସଡ଼ ଲାଇନ କନେକ୍ସନରୁ ଇଣ୍ଟର ସର୍ଭିସ ଏରିଆରେ ମୋବାଇଲ କଲ କରିବା ପାଇଁ ପ୍ରଥମେ ‘0’ ଲଗାଇବାକୁ ପଡିଥାଏ କିନ୍ତୁ ମୋବାଇଲରୁ ଲ୍ୟାଣ୍ଡଲାଇନକୁ ବିନା ‘0’ ଲଗାଇ ମଧ୍ୟ କଲିଂ ସମ୍ଭବ ।

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ରବିବାର ଦିନ ମୋବାଇଲ୍ ଫୋନ୍ ପାଇଁ ୧୧ ଅଙ୍କ ବିଶିଷ୍ଟ ନମ୍ବରିଂ ସ୍କିମର ସୁପାରିଶକୁ ପ୍ରତ୍ୟାଖ୍ୟାନ କରିଛି । ଏହାପୂର୍ବରୁ, ଅନେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଥିଲା ଯେ TRAI 10 ଅଙ୍କ ବିଶିଷ୍ଟ ସଂଖ୍ୟାକରଣ ଯୋଜନାକୁ ୧୧ କୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି । ଏହା ବ୍ୟତୀତ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ନମ୍ବରକୁ କଲ କରିବା ପୂର୍ବରୁ “0” ରଖିବାକୁ ମଧ୍ୟ ଦାବି କରାଯାଇଥିଲା । TRAI ଟ୍ୱିଟ୍ କରି କହିଛି ଯେ ଆମେ ନୂତନ ୧୧ ଅଙ୍କ ବିଶିଷ୍ଟ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛୁ । ଉପଭୋକ୍ତାମାନେ ଦେଶରେ 10 ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ପାଇବା ଜାରି ରଖିବେ । ପୂର୍ବରୁ ଅନେକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ପ୍ରକାଶ ପାଇଥିଲା ଯେ ମୋବାଇଲ୍ ସେବା ପାଇଁ ଟ୍ରାଇ ୧୧ ଅଙ୍କ ବିଶିଷ୍ଟ ନମ୍ବରିଂ ସ୍କିମର ସୁପାରିଶ କରିଥିଲା ।

ତେବେ ଏଠାରେ ଆମେ କହି ରଖିବୁ ଯେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ନୂତନ ସୁପାରିଶ କରିଛି । ଯାହା ଅନୁଯାୟୀ ଲ୍ୟାଣ୍ଡଲାଇନ ଏବଂ ମୋବାଇଲ୍ ସେବା ପାଇଁ ‘ୟୁନିଫାଏଡ୍ ନମ୍ବରିଂ ପ୍ଲାନ୍’ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହି ସୁପାରିଶ ଅନୁଯାୟୀ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ନମ୍ବରକୁ କଲ କରିବା ପୂର୍ବରୁ “0” ରଖିବା ବାଧ୍ୟତାମୂଳକ ହେବ । ଯଦିଓ ବର୍ତ୍ତମାନ ମୋବାଇଲରେ ଅଙ୍କ ସଂଖ୍ୟା 10 ରୁ ୧୧ କୁ ବୃଦ୍ଧି କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ଏବଂ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଶୂନ ଲଗାଇବାର ଆବଶ୍ୟକତା ପଡୁନାହିଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago