ଦେଶରେ ଡିଜିଟାଲ ବ୍ୟବସ୍ଥାର ଗୁରୁତ୍ୱକୁ ବଢ଼ାଇବା ପାଇଁ ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ବା TRAI ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଯେଉଁଥିରେ ମୋବାଇଲ ବ୍ୟାକିଙ୍ଗ ସହ ଜଡ଼ିତ ଥିବା SMS ବେସ୍ଡ USSD ସର୍ଭିସକୁ ମାଗଣା କରିଦିଆଯାଇଛି। ତେବେ USSD ସେସନ ହିସାବକୁ ନେଲେ ୫୦ ଟଙ୍କା ଚାର୍ଜ କରାଯାଉଥିଲା। କିନ୍ତୁ ବର୍ତ୍ତମାନ TRAI ପକ୍ଷରୁ ନିଆଯାଇଛି ନୂଆ ନିଷ୍ପତ୍ତି। ମାନେ ଏବେ USSD ସେସନ୍ ପାଇଁ ଜିରୋ ଚାର୍ଜର ପ୍ରସ୍ତାବ ରଖାଯାଇଛି। ମୋବାଇଲରୁ ବ୍ୟାଙ୍କ ବାଲାନ୍ସ ଚେକ କରିବା ପାଇଁ ଦିଆଯାଉଥିବା ସମସ୍ତ ସର୍ଭିସକୁ ମାଗଣା କରିଦିଆଯାଇଛି। ଯାହାଦ୍ୱାରା ଡିଜିଟାଲ ସର୍ଭିସ ସେବାର ଡିମାଣ୍ଡ ବଢ଼ିବ।
ତେବେ USSD ସର୍ଭିସ କ’ଣ?
ଅନଷ୍ଟ୍ରକଚର୍ଡ ସପ୍ଲିମେଣ୍ଟ୍ରୀ ସର୍ଭିସ ଡାଟା ଅର୍ଥାତ USSD ସର୍ଭିସରେ ମୋବାଇଲରୁ ମେସେଜ ଦ୍ୱାରା ବାଲାନ୍ସ ଚେକ୍ ଏବଂ ଫଣ୍ଡ ଟ୍ରାନ୍ସଫରର ସୁବିଧା ଉପଲବ୍ଧୀ ହୋଇଥାଏ। ଏଥିପାଇଁ ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ସହ ଜଡ଼ିତ ଥାଏ। ଏହାପରେ ୟୁଜର ବିନା ଇଣ୍ଟରନେଟରେ *୯୯୯#ର ବ୍ୟାଙ୍କ ବାଲାନ୍ସ ସମେତ ଅନେକ ବ୍ୟାକିଙ୍ଗ ସର୍ଭିସର ଫାଇଦା ଉଠାଇପାରିବେ। ଏହି ସର୍ଭିସ ବିଶେଷ କରି ଗ୍ରାମୀଣ ଇଲାକାରେ ମିଳିଥାଏ। କିନ୍ତୁ ଏହି SMS ଫୋନରେ ଷ୍ଟୋର ହୋଇନଥାଏ।
ଡିଜିଟାଲ ସର୍ଭିସକୁ ବୃଦ୍ଧି କରିବା ପାଇଁ TRAI ପକ୍ଷରୁ ଏହି ପ୍ଲାନ ବାହାର କରାଯାଇଛି। ଏହି ପ୍ରସ୍ତାବରେ ମତ ରଖିବା ପାଇଁ ୮ ଡିସେମ୍ବରକୁ ଧାର୍ଯ୍ୟ କରାଯାଇଛି। ଏହାସହ ଜାଣି ରଖନ୍ତୁ ଯେ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲଗାତାର ଭାବେ ଡିଜିଟାଲ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଯେଉଁମାନେ ଏହି ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦେବେ। ତେଣୁ ଏବେ ଡିଜିଟାଲ ପେମେଣ୍ଟରେ USSD ସର୍ଭିସ ପାଇଁ ଚାର୍ଜ ସିଟକୁ ହଟାଇଦିିଆଯାଇଛି।