Jio, Airtel ଏବଂ Vi ଲଞ୍ଚ କଲେ Voice only Plans, ୩୬୫ ଦିନ ପର୍ଯ୍ୟନ୍ତ ରହିବ ଟେନସନ୍ ଫ୍ରି

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଅର୍ଥାତ୍ TRAI କୋଟି କୋଟି ମୋବାଇଲ୍ ୟୁଜର୍ସଙ୍କୁ ମହଙ୍ଗା ରିଚାର୍ଜ ପ୍ଲାନରୁ ଦେଇଛି ବଡ଼ ଆରାମ । ବାସ୍ତବରେ TRAI, Jio, Airtel ଏବଂ Vodafone Idea ନିର୍ଦ୍ଦେଶାବଳୀକୁ ପାଳନ କରି ଶେଷରେ କେବଳ Voice only Plans ଲଞ୍ଚ କରିଛି । ଗତ କିଛି ଦିନ ଧରି ଏହି ପ୍ଲାନଗୁଡିକ ସମ୍ବନ୍ଧୀୟ ଖବର ଲଗାତାର ଭାବରେ ସାମ୍ନାକୁ ଆସୁଥିଲା ।
Jio, Airtel ଏବଂ Vodafone Idea ଭଏସ୍ ଓନଲି ପ୍ଲାନ୍ ସମଗ୍ର ଦେଶରେ କୋଟି କୋଟି ମୋବାଇଲ୍ ୟୁଜର୍ସଙ୍କୁ ମହଙ୍ଗା ରିଚାର୍ଜ ପ୍ଲାନରୁ ମୁକ୍ତି ଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଟେଲିକମ୍ କମ୍ପାନୀଗୁଡିକର ଏପରି ପ୍ଲାନ୍ ଯେଉଁଥିରେ ଫ୍ରି କଲିଂ ସହିତ ଡାଟା ମଧ୍ୟ ପ୍ରଦାନ କରାଯାଉଥିଲା । ଏପରି ସ୍ଥିତିରେ ଯେଉଁ ୟୁଜର୍ସଙ୍କର ଟାଡା ଆବଶ୍ୟକତା ନାହିଁ ସେମାନଙ୍କୁ ମଧ୍ୟ ଚାର୍ଜ ଦେବାକୁ ପଡିବ । ହେଲେ ବର୍ତ୍ତମାନ କମ୍ପାନୀଗୁଡିକରେ କେବଳ ଭଏସ୍ ଓନଲି ପ୍ଲାନ୍ ରହିଛି, ତେଣୁ ବର୍ତ୍ତମାନ ୟୁଜର୍ସଙ୍କୁ ଡାଟା ପାଇଁ ଏକ୍ସଟ୍ରା ଟଙ୍କା ଦେବାକୁ ପଡିବ ନାହିଁ ।
ଆପଣଙ୍କୁ କହିବୁ ଯେ କିଛି ସମୟ ପୂର୍ବରୁ TRAI ସମସ୍ତ ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର୍ସଙ୍କୁ କହିଥିଲା ଯେ ନିଜର ପୋର୍ଟଫୋଲିଓରେ ଏଭଳି ଶସ୍ତା ପ୍ଲାନ୍ ସାମିଲ୍ କରିବ ଯେଉଁଥିରେ କେବଳ କଲିଂର ସୁବିଧା ମିଳିବ । TRAI ର ଏହି ନିର୍ଦ୍ଦେଶକୁ ପାଳନ କରି ବର୍ତ୍ତମାନ Jio, Airtel ଏବଂ Vodafone Idea ସୁଲଭ ପ୍ଲାନ୍ ଲଞ୍ଚ କରିଛନ୍ତି । ଆସନ୍ତୁ Jio, Airtel ଏବଂ Vodafone Idea ର ଭଏସ୍ ଓନଲି ପ୍ଲାନ୍ବିଷୟରେ ଡିଟେଲ୍ସ ଜାଣିବା ।
Jio Voice only Plans :
Jio କେବଳ ଗ୍ରାହକଙ୍କ ପାଇଁ ଦୁଇଟି ଶସ୍ତା ଭଏସ୍ ଓନଲି ପ୍ଲାନ୍ ଲଞ୍ଚ କରିଛି । ଏହାର ମୂଲ୍ୟ ୪୫୮ ଟଙ୍କା ଏବଂ ୧୯୫୮ ଟଙ୍କା ରହିଛି । କମ୍ପାନୀ ଗ୍ରାହକଙ୍କୁ ୪୫୮ ଟଙ୍କା ପ୍ଲାନରେ ୮୪ ଦିନର ଭ୍ୟାଲିଡିଟି ଅଫର କରିଥାଏ । ଏଥିରେ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ କଲିଂ ସହିତ ୧୦୦୦ ଫ୍ରି SMS ଦିଆଯାଇଛି ।
Jio ନିଜର ୧୯୫୮ ଟଙ୍କାର ଭଏସ୍ ଓନଲି ପ୍ଲାନରେ ଗ୍ରାହକଙ୍କୁ ୩୬୫ ଦିନର ଭ୍ୟାଲିଡିଟି ଅଫର କରିଥାଏ । ଆପଣ ଏହି ପ୍ଲାନ୍ ସହିତ ଗୋଟିଏ ବର୍ଷ ପାଇଁ ରିଚାର୍ଜ ଟେନସନରୁ ଫ୍ରି ହୋଇଯିବେ । ପ୍ଲାନରେ ମିଳୁଥିବା ବେନିଫିଟ୍ ବିଷୟରେ କହିବାକୁ ଗଲେ ଏଥିରେ ୩୬୫ ଦିନ ପାଇଁ ସମସ୍ତ ନେଟୱାର୍କରେ ଫ୍ରି କଲିଂ ଅଫର କରାଯାଇଥାଏ । ଏହା ସହିତ ଆପଣଙ୍କୁ ଏହି ପ୍ଲାନରେ ୩୬୦୦ ଫ୍ରି SMS ମିଳିପାରିବ ।
Airtel Voice only Plans :
Airtel ମଧ୍ୟ ନିଜର ଗ୍ରାହକଙ୍କ ପାଇଁ ଦୁଇ ପ୍ରକାରର ଭଏସ୍ ଓନଲି ପ୍ଲାନ୍ ଆଣିଛି । କମ୍ପାନୀର ପୋର୍ଟଫୋଲିଓରେ ବର୍ତ୍ତମାନ ୫୦୯ ଟଙ୍କା ଏବଂ ୧୯୯୯ ଟଙ୍କା ଭଳି ଦୁଇଟି ଭଏସ୍ ଓନଲି ପ୍ଲାନ୍ ସାମିଲ୍ ଅଛି । Airtel ୫୦୯ ଟଙ୍କାରେ ଗ୍ରାହକଙ୍କୁ ୮୪ ଦିନ ପାଇଁ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂର ସୁବିଧା ମିଳିଥାଏ । ଏହା ସହିତ ଏହି ପ୍ଲାନରେ ଆପଣଙ୍କୁ ୯୦୦ ଫ୍ରି SMS ମଧ୍ୟ ମିଳିଥାଏ ।
Airtel ନିଜର ୧୯୫୯ ଟଙ୍କାର ଭଏସ୍ ଓନଲି ପ୍ଲାନରେ ଏକ ବର୍ଷ ଭ୍ୟାଲିଡିଟି ଅଫର କରିଥାଏ । ଅର୍ଥାତ୍ ଏହି ପ୍ଲାନ୍ ନେବା ପରେ ଆପଣ ୩୬୫ ଦିନ ପର୍ଯ୍ୟନ୍ତ ରିଚାର୍ଜ ଅସୁବିଧାରୁ ମୁକ୍ତି ପାଇବେ । ଆପଣ ଏଥିରେ ମଧ୍ୟ ସମସ୍ତ ନେଟୱେର୍କ ପାଇଁ ଅନଲିମିଟେଡ୍ କଲିଂ ସହିତ ଏଥିରେ ମୋଟ୍ ୩୬୦୦ ଫ୍ରି SMS ପାଇବେ ।
Vi Voice only Plan :
Jio, Airtel ସହିତ Vi ମଧ୍ୟ ନିଜର ଗ୍ରାହକଙ୍କ ପାଇଁ ଦମଦାର ଭଏସ୍ ଓନଲି ପ୍ଳାନ୍ ଲଞ୍ଚ କରିଛି । Jio ଏବଂ Airtel ଦୁଇଟି ପ୍ଳାନ୍ ଲଞ୍ଚ କରିଥିବାବେଳେ Vi କେବଳ ଗୋଟିଏ ଭଏସ୍ ପ୍ଲାନ୍ ଲଞ୍ଚ କରିଛନ୍ତି । Vi ର ଭଏସ୍ ଓନଲି ପ୍ଲାନର ପ୍ରାଇସ୍ ୧୪୬୦ ଟଙ୍କା ରହିଛି । ଏହି ପ୍ଲାନରେ କମ୍ପାନୀ ଗ୍ରାହକଙ୍କୁ ୨୭୦ ଦିନର ଭ୍ୟାଲିଡିଟି ଦେଇଥାଏ । ଏହି ପ୍ଲାନରେ କମ୍ପାନୀ ଗ୍ରାହକଙ୍କୁ ୨୭୦ ଦିନର ଭ୍ୟାଲିଡିଟି ଦେଇଥାଏ । ଆପଣ ୨୭୦ ଦିନ ପର୍ଯ୍ୟନ୍ତ ସମସ୍ତ ନେଟୱେର୍କରେ ଅନଲିମିଟେଡ ଫ୍ରି କଲିଂ କରିପାରିବେ । କେବଳ ଏତିକି ନୁହେଁ ଆପଣଙ୍କୁ ପ୍ଳାନରେ ପ୍ରତ୍ୟେକ ଦିନ ୧୦୦ ଫ୍ରି SMS ମଧ୍ୟ ଦିଆଯାଇଥାଏ ।