ଖୁବ ଶୀଘ୍ର ବନ୍ଦ ହେବ ୧୦ ଡିଜିଟ ମୋବାଇଲ ନମ୍ବର, ଟ୍ରାଇ ପକ୍ଷରୁ ମିଳିଲା ସୂଚନା

ବନ୍ଦ ହୋଇଯିବ ୧୦ ଡିଜିଟ ମୋବାଇଲ ନମ୍ବର । ଟ୍ରାଇ ପକ୍ଷରୁ ଏକ ନୂଆ ନିୟମ ସାମ୍ନାକୁ ଆସିଛି। ଏବେ ଆପଣ ଆଉ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର କୁ ବ୍ୟବହାର କରିପାରିବେ ନାହିଁ। ଖୁବ ଶୀଘ୍ର ୧୦ ଡିଜିଟ ମୋବାଇଲ ନମ୍ବର ହୋଇଯିବ ବନ୍ଦ। ଜାଣନ୍ତୁ ଏହି ନିୟମ ଟ୍ରାଇ କେବେଠୁ କାର୍ଯ୍ୟକାରୀ କରାଇବ।

ଆଜିକା ସମୟରେ ସମସ୍ତଙ୍କ ପାଖରେ ମୋବାଇଲ ରହିଛି। ଏଥିପାଇଁ ଏକ ସିମ କାର୍ଡ ବି ଅଛି। ପ୍ରତ୍ୟେକ ସିମ କାର୍ଡର ନମ୍ବର ଅଲଗା ଅଲଗା ଥାଏ। ଆଉ ଭାରତରେ ଏହି ନମ୍ବର ୧୦ ଅଙ୍କ ର ରହିଥାଏ। କିନ୍ତୁ ଏବେ ଏହି ୧୦ ଡିଜିଟ ନମ୍ବରକୁ ନେଇ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଅନେକ ଲୋକ ଏଥିପାଇଁ ସମସ୍ୟାରେ ପଡ଼ିପାରନ୍ତି।

ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ ଏକ ନୂଆ ନିୟମ ବାହାର କରିଛି। କିଛି ରିପୋର୍ଟ ମୁତାବିକ ଭାରତୀୟ ଦୂର ସଞ୍ଚାର ନିୟାମକ ପ୍ରାଧିକରଣ ଏହି ନିୟମରେ ଟେଲି ମାର୍କେଟିଙ୍ଗ କମ୍ପାନୀକୁ ଝଟକା ଦେବାକୂୁ ଯାଉଛି। ଟ୍ରାଇ ନୂଆ ନିୟମରେ ଟେଲିମାର୍କେଟିଂ କମ୍ପାନୀରେ ଅନରେଜିଷ୍ଟ୍ରର୍ଡ ନମ୍ବର ୭ ଦିନରେ ବନ୍ଦ ହୋଇଯିବ। ଏମିତିରେ ଯେଉଁ ଟେଲିମାର୍କେଟିଂ କମ୍ପାନୀର ପ୍ରମୋସନ ପାଇଁ ଅନରେଜିଷ୍ଟର୍ଡ ୧୦ ଡିଜିଟ ନମ୍ବର ବ୍ୟବହାର କରୁଥିବେ ସେମାନଙ୍କର ନମ୍ବର ବନ୍ଦ ହୋଇଯିବ।

ଟେଲିକମ କମ୍ପାନୀ ତରଫରୁ ବିଜେ ନସ୍‌ କ୍ୟାଟେଗୋରୀରେ ଟେଲିମାର୍କେଟିଂ କମ୍ପାନୀ କୁ ସାମାନ୍ୟ ରୁ ଭିନ୍ନ ମୋବାଇଲ ନମ୍ବର ଜାରି କରାଯିବ। କାରଣ ସାମାନ୍ୟ ନମ୍ବର ଓ ପ୍ରମୋସନାଲ ନମ୍ବରରେ ପାର୍ଥକ୍ୟ ଥାଏ। ଆଉ ସାଧାରଣ ଜନତା ଏହା ସମ୍ପର୍କରେ ଯେମିତି ଜାଣିପାରିବେ। ଏମିତିେୀ ତାଙ୍କୁ ବି ସମସ୍ତ ସୂଚନା ସମ୍ପର୍କରେ ଜଣାରହିବ।

ଅନେକ ଟେଲିମାର୍କେଟିଂରେ ଏପରି ମାମଲା ଦେଖାଯାଏ ଯେଉଁମାନେ ସାମାନ୍ୟ ନମ୍ବରକୁ ପ୍ରମୋସନ ପାଇଁ ବ୍ୟବହାର କରୁଛନ୍ତି। ତେଣୁ ଏସବୁକୁ ରୋକିବା ପାଇଁ ଟ୍ରାଇ ପକ୍ଷରୁ ଏହି ନିଷ୍ପତ୍ତି ଉଠାଯାଇଛି। ଏମିତିରେ ଟେଲିମାର୍କେଟିଂ କୁ ସାମାନ୍ୟ ନମ୍ବରରୁ କଲ ସ ମେସେଜ ନକରିବାକୁ କୁହାଯାଇଛି।

କିଛିଦିନ ହେଲା ଫୋନ ନମ୍ବରିଂ ସ୍କିମକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ଟେଲିକମ ରେଗ୍ଯୁଲେଟରୀ ଅଫ୍ ଇଣ୍ଡିଆ (TRAI) ନିକଟରେ ଦେଶରେ ୧୧ ଅଙ୍କ ଥିବା ମୋବାଇଲ ନମ୍ବର ବ୍ଯବହାର କରିବା ପାଇଁ ଏକ ପ୍ରସ୍ତାବ ଦେଇଥିଲା । କାରଣ ଟ୍ରାଇର କହିବା ଅନୁଯାୟୀ ୧୦ ଅଙ୍କ ବିଶିଷ୍ଟ ନମ୍ବରକୁ ୧୧ ଅଙ୍କ ବିଶିଷ୍ଟ ନମ୍ବରରେ ବଦଳାଇବା ପରେ ଦେଶରେ ଅଧିକାଂଶ ନମ୍ବର ଉପଲବ୍ଧ ହୋଇପାରିବ । ଏହାବ୍ୟତୀତ ଟ୍ରାଇ ଲ୍ୟାଣ୍ଡଲାଇନରୁ କଲ କରିବା ସମୟରେ ଆରମ୍ଭରୁ ‘0’ ଲଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛି । ଯଦିଓ ବର୍ତ୍ତମାନ ଫିକ୍ସଡ଼ ଲାଇନ କନେକ୍ସନରୁ ଇଣ୍ଟର ସର୍ଭିସ ଏରିଆରେ ମୋବାଇଲ କଲ କରିବା ପାଇଁ ପ୍ରଥମେ ‘0’ ଲଗାଇବାକୁ ପଡିଥାଏ କିନ୍ତୁ ମୋବାଇଲରୁ ଲ୍ୟାଣ୍ଡଲାଇନକୁ ବିନା ‘0’ ଲଗାଇ ମଧ୍ୟ କଲିଂ ସମ୍ଭବ ।

Leave A Reply

Your email address will not be published.