କୋଟି କୋଟି ୟୁଜର୍ସମାନଙ୍କ ପାଇଁ ଗୁଡ୍ ନ୍ୟୁଜ୍, TRAI ଟେଲିକମ୍ କମ୍ପାନୀଗୁଡିକ ପାଇଁ ଜାରି କଲା ନୂଆ ଆଦେଶ

TRAI ନୂଆ ବର୍ଷରେ ଦେଶର ୧୨୦ କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ଗିଫ୍ଟ ଦେଇଛି । ଟେଲିକମ୍ ରେଗୁଲେଟର ଟେଲିକମ୍ କମ୍ପାନୀ Airtel, Jio, Vodafone Idea ଏବଂ BSNL କୁ ନିଜର ୱେବସାଇଟରେ ନେଟୱେର୍କ କଭରେଜ୍ ମ୍ୟାପ୍ ପବ୍ଲିସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟେଲିକମ୍ ରେଗୁଲେଟରର ଏହି ଆଦେଶ ପରେ ଟେଲିକମ୍ କମ୍ପାନୀଗୁଡିକୁ ନିଜର 2G/3G/4G/5G କଭରେଜ୍ ସହିତ ଜଡିତ ଜିଓଗ୍ରାଫିକାଲ୍ ମ୍ୟାପ୍ ପବ୍ଲିସ୍ କରାବାକୁ ପଡିବ । ଏହା ଦ୍ବାରା ୟୁଜର୍ସମାନେ କଭରେଜ୍ ଅନୁଯାୟୀ ସେମାନଙ୍କର ଟେଲିକମ୍ ଅପରେଟର ଚୟନ କରିପାରିବେ ।
TRAI ର ଏହି ଆଦେଶରେ ଯେଉଁମାନେ MNP କିମ୍ବା ନୂଆ ସିମ୍ କାର୍ଡ ବ୍ୟବହାର କରୁଛନ୍ତି ସେହିମାନେ ଏହାର ଫାଇଦା ଉଠାଇପାରିବେ । ବର୍ତ୍ତମାନ କେବଳ ଅଳ୍ପ କିଛି କମ୍ପାନୀ ୱେବସାଇଟରେ ସେମାନଙ୍କର ନେଟୱେର୍କ କଭରେଜ୍ ମ୍ୟାପ୍ ପ୍ରକାଶ କରୁଛନ୍ତି । ଏହି ସ୍ଥିତିରେ ଏକ ନୂଆ ସିମ୍ କାର୍ଡ ପାଇବା କିମ୍ବା ଅପରେଟର ଚେଞ୍ଜ କରିବା ସମୟରେ ୟୁଜର୍ସମାନେ ଜାଣନ୍ତି ନାହିଁ ଯେ ସେମାନେ ଯେଉଁ ଅଞ୍ଚଳରେ ରହିବେ ସେଇଠି ଏହା ଭଲ ଭାବରେ କାମ କରିବ ।
ଟେଲିକମ୍ ରେଗୁଲେଟର ଏହି ଆଦେଶ ହେଉଛି କ୍ବାଲିଟି ଅଫ ସର୍ଭିସ୍ (QoS) ର ଇମପ୍ରୁଭ୍ ପାଇଁ ନିର୍ଦ୍ଦେଶାବଳୀଗୁଡିକର ଏକ ମୁଖ୍ୟ ଅଂଶ ହୋଇଥାଏ । ନେଟୱେର୍କ କଭରେଜ୍ ମ୍ୟାପ୍ ମାଧ୍ୟମରେ ୟୁଜର୍ସମାନେ ଟେଲିକମ୍ ଅପରେଟରର ବର୍ତ୍ତମାନ ସର୍ଭିସ ବିଷୟରେ ସୂଚନା ପାଇବାକୁ ସକ୍ଷମ ହେବେ । ଟେଲିକମ୍ ନିୟାମକ କହିଛନ୍ତି ଯେ କ୍ବାଲିଟି ଅଫ ସର୍ଭିସ ପାଇଁ ମୋବାଇଲ୍ ନେଟୱେର୍କ କଭରେଜ୍ ଗୁରୁତ୍ବପୂର୍ଣ୍ଣ ରହିଛି ।
TRAI ଟେଲିକମ୍ ଅପରେଟରମାନଙ୍କୁ ସର୍ଭିସ୍ ୱାଇଜ୍ ଯଥା 2G, 3G, 4G ଏବଂ 5G ନେଟୱେର୍କ କଭରେଜ ମ୍ୟାପର ୱେସାଇଟରେ ପ୍ରାକାଶ କରିବାକୁ କହିଛି । ଏହା ସହିତ ୟୁଜର୍ସଙ୍କୁ ଏହା ମଧ୍ୟ ଜଣାଯାଇଛି ଯେ କେଉଁ ଅଞ୍ଚଳରେ ୱାୟାରଲେସ୍ ଭଏସ୍ କିମ୍ବା ୱାୟାରଲେସ୍ ବ୍ରଡବ୍ୟାଣ୍ଡ ସର୍ଭିସ୍ ସାମିଲ ଅଛି ।
ଟେଲିକମ୍ ରେଗୁଲେଟର ଏଥପାଇଁ ଟେଲିକମ୍ କମ୍ପାନୀଗୁଡିକୁ ଏପ୍ରିଲ ୧, ୨୦୨୫ ରେ ଏକ ଡେଡଲାଇନ୍ ଦେଇଛନ୍ତି । ଏହା ପୂର୍ବରୁ ଟେଲିକମ୍ କମ୍ପାନୀମାନଙ୍କୁ ସେମାନଙ୍କର କ୍ବାଲିଟି ଅଫ୍ ସର୍ଭିସକୁ ୯୯% କିମ୍ବା ତା’ଠାରୁ ଅଧିକ ରଖିବାକୁ ପରାମର୍ଶ ଦିଆଯାଇଛି । ଟେଲିକମ୍ କମ୍ପାନୀଗୁଡିକ ନିଜର ନେଟୱାର୍କ କଭରେଜ୍ ମ୍ୟାପର ଲୋଗୋ ସହିତ ପ୍ରଦର୍ଶନ ହେବ ଏବଂ ୱେବସାଇଟରେ ହୋମପେଜରେ ରଖିବାକୁ ପଡିବ, ଯାହା ଦ୍ବାରା ୟୁଜର୍ସଙ୍କୁ ଏହି ନେବିଗେଟ୍ କରିବା ଅସୁବିଧାର ସମ୍ମୁଖାନ ହେବେ ନାହିଁ । ଟେଲିକମ୍ କମ୍ପାନୀଗୁଡିକ କ୍ରମାଗତ ଭାବରେ ନେଟୱେର୍କ କଭରେଜ୍ କ୍ଷେତ୍ରକୁ ଅପଡେଟ୍ କରିବାକୁ ପଡିବ ଯାହା ଦ୍ବାରା ୟୁଜର୍ସମାନେ ରିୟଲ ଟାଇମରେ ନେଟୱାର୍କ ସମ୍ବନ୍ଧୀୟ ସୂଚନା ପାଇପାରିବେ ।