Jio ଏବଂ Airtel ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, ୨୦୨୬ ପର୍ଯ୍ୟନ୍ତ ରିଚାର୍ଜ ଟେନସନରୁ ହେବେ ରିଲାକ୍ସ

Reliance Jio ଏବଂ Airtel ଦେଶର ନମ୍ବର ଏକ ଏବଂ ଦମ୍ବର ଦୁଇ ଟେଲିକମ୍ କମ୍ପାନୀ । Jio ର ବର୍ତ୍ତମାନ ପ୍ରାୟ ୪୬ କୋଟି ୟୁଜର୍ସ ଅଛନ୍ତି । ଏଥି ସହ Airtel ରେ ପ୍ରାୟ ୩୮ କୋଟି ୟୁଜର୍ସ ଅଛନ୍ତି । ଉଭୟ କମ୍ପାନୀ ପରସ୍ପର ସହିତ ଟକ୍କର କରିବା ପାଇଁ ଭଲ ରିଚାର୍ଜ ପ୍ଲାନ୍ ପ୍ରଦାନ କରନ୍ତି । ଗତ କିଛି ସମୟ ମଧ୍ୟରେ Jio ଏବଂ Airtel ସେମାନଙ୍ଖ ପୋଟଫୋଲିଓରେ ଅନେକ ବଡ଼ ପରିବର୍ତ୍ତନ କରିଛନ୍ତି । ଏବେ ଉଭୟ କମ୍ପାନୀର ଲଙ୍ଗ ଭାଲିଡିଟି ସହ ଭଲ ପ୍ଲାନ୍ ସାମିଲ ଅଛି ।
ଯଦି ଆପଣ Jio ଏବଂ Airtel ର ସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ । Jio ଏବଂ Airtel ରିଚାର୍ଜ ପ୍ଲାନ ଲିଷ୍ଟରେ କିଛି ପ୍ଲାନ୍ ଅଛି ଯାହା ସାରା ବର୍ଷ ପାଇଁ ଆପଣଙ୍କର ଟେନସନକୁ ଦୂର କରିପାରିବ । ବୁଝିବାକୁ ଗଲେ, ଉଭୟ କମ୍ପାନୀ ଏପରି ପ୍ଲାନ୍ ପ୍ରଦାନ କରନ୍ତି ଯେ ଯଦି ଆପଣ ଆଜି ସେଗୁଡିକୁ ଆପଣାନ୍ତି, ତେବେ ଆପଣଙ୍କୁ ୨୦୨୬ରେ ଯାଇ ରିଚାର୍ଜ କରିବାକୁ ପଡିବ ।
ଯଦି ଆପଣ ଏପରି ଜଣେ ୟୁଜର୍ସ ଯାହାକୁ ଇଣ୍ଟରନେଟ୍ ଡାଟାର ଆବଶ୍ୟକ ନାହିଁ କିନ୍ତୁ କଲିଂ ପାଇଁ ଲଙ୍ଗ ଭାଲିଡିଟି ପ୍ଲାନ୍ ଚାହୁଁଛନ୍ତି, ତେବେ Jio ଏବଂ Airtel ପାଖରେ ଏପରି ପ୍ଲାନ୍ ଅଛି । ଆସନ୍ତୁ ଆପଣଙ୍କୁ ଉଭୟ କମ୍ପାନୀର ସବୁଠାରୁ ଶସ୍ତା ଭଏସ୍ ଓନଲି ପ୍ଲାନ୍ ବିଷୟରେ କହିବୁ । ଏହି ପ୍ଲାନଗୁଡିକ ଆପଣଙ୍କୁ ପ୍ରାୟ ଗୋଟିଏ ବର୍ଷ ପାଇଁ ମହଙ୍ଗା ରିଚାର୍ଜ ପ୍ଲାନରୁ ରିଲାକ୍ସ କରିବ ।
Airtel ର ଶସ୍ତା ଆନୁଆଲ୍ ପ୍ଲାନ୍ :
ଯଦି ଆପଣଙ୍କ ଫୋନରେ Airtel ସିମ୍ ଅଛି ଏବଂ ଆପଣ ଲଙ୍ଗ ଭାଲିଡିଟି ସହିତ ଏକ ଶସ୍ତା ପ୍ଲାନ୍ ଖୋଜୁଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ Airtel ର ୧୮୪୯ ଟଙ୍କାର ପ୍ଲାନ୍ କିଣିପାରିବେ । ଏହି ରିଚାର୍ଜ ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ହୋଇପାରିବ ଯେଉଁମାନେ ଡାଟା ଆବଶ୍ୟକ କରନ୍ତି ନାହିଁ । ଟ୍ରାଇର ନିର୍ଦ୍ଦେଶ ପରେ Airtel ତାର ଲିଷ୍ଟରେ ୧୮୪୯ ଟଙ୍କାର ଏକ ଭଲ ପ୍ଲାନ୍ ଆଡ୍ କରିଛି । ଏହି ପ୍ଲାନରେ ୟୁଜର୍ସମାନେ ସମ୍ପୂର୍ଣ୍ଣ ବର୍ଷ ଅର୍ଥାତ୍ ୩୬୫ ଦିନର ଲଙ୍ଗ ଭାଲିଡିଟି ପାଆନ୍ତି । ପ୍ଲାନରେ ସମସ୍ତ ନେଟୱାର୍କ ପାଇଁ ଅନଲିମିଟେଡ୍ କଲିଂ ଯୋଗାଇ ଦିଆଯାଉଛି । ପ୍ଲାନର ସମସ୍ତ ନେଟୱାର୍କ ପାଇଁ ଅନଲିମିଟେଡ୍ କଲିଂ ଦିଆଯାଇଛି । ଏହା ସହିତ ପ୍ଲାନରେ ଗୋଟିଏ ବର୍ଷ ପାଇଁ ୩୬୦୦ SMS ମଧ୍ୟ ଦିଆଯାଉଛି ।
Jio ପ୍ଲାନ୍ :
ଯଦି ଆପଣ Jio ସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ପୁରା ବର୍ଷ ପାଇଁ ରିଚାର୍ଜର ଟେନସନରୁ ମୁକ୍ତି ପାଇବେ । ଟ୍ରାଇର କାଇଡଲାଇନ୍ସ ପରେ, କମ୍ପାନୀ ଲିଷ୍ଟରେ ୧୭୪୮ ଟଙ୍କାର ଏକ ସୁଲଭ ପ୍ଲାନ୍ ଉପସ୍ଥାପନ କରିଛି । Jio ର ଏହି ଶସ୍ତା ଆନୁଆଲ୍ ପ୍ଲାନ୍ କୋଟି କୋଟି ଗ୍ରାହକଙ୍କ ବଡ଼ ଟେନସନକୁ ଶେଷ କରିଛି । ଯଦି ଆପଣଙ୍କୁ ଇଣ୍ଟରନେଟ ଡାଟାର ଆବଶ୍ୟକତା ନାହିଁ, ତେବେ ଆପଣଙ୍କ ପାଇଁ Jio ର ଏହି ରିଚାର୍ଜ ପ୍ଲାନ୍ ବେଷ୍ଟ ହୋଇପାରିବ ।
ଏହି ପ୍ଲାନରେ, କମ୍ପାନୀ ୟୁଜର୍ସମାନଙ୍କୁ ୩୩୬ ଦିନର ଲଙ୍ଗ ଭାଲିଡିଟି ଦେଉଛି । ଅର୍ଥାତ୍ ଯଦି ଆପଣ ଆଜି ପ୍ଲାନ୍ ନେଉଛନ୍ତି, ତେବେ ଆପଣଙ୍କୁ ୨୦୨୬ ମସିହାରେ ଯାଇ ରିଚାର୍ଜ କରିବାକୁ ପଡିବ । ଏହା ସହିତ, ରିଚାର୍ଜ ପ୍ଲାନରେ Jio TV ଏବଂ Jio Cloud ର ସୁବିଧା ମଧ୍ୟ ଉପଲବ୍ଧ ହେବ ।