ଟେକ୍

Trai ରିପୋର୍ଟ: ପୁଣି ଥରେ ଜିଓ ହେଲା ସବୁଠାରୁ ସ୍ପିଡ୍ ନମ୍ବର -1 ନେଟୱାର୍କ, ଏପ୍ରିଲରେ 23.1MBPS ଥିଲା ସ୍ପିଡ୍

ସବୁବେଳେ ଗ୍ରାହକମାନେ ଫୋନ୍ ନେଟୱାର୍କ ପାଇଁ ଚିନ୍ତାରେ ରୁହନ୍ତି। ପ୍ରାୟ ଅନେକ ଗ୍ରାହକଙ୍କ ମନରେ ପ୍ରଶ୍ନ ଥାଏ ଯେ କେଉଁ ନେଟୱାର୍କ ସହ ଯୋଡ଼ି ହୋଇ ରହିଲେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତେବେ ବର୍ତ୍ତମାନ ଟ୍ରାଇ ତରଫରୁ ଏକ ଡାଟା ପ୍ରସ୍ତୁତ ହୋଇଛି। ଯେଉଁଥିରେ ଗତ ମାସର ନେଟୱାର୍କ ବାବଦରେ କୁହାଯାଇଛି।

ମାର୍ଚ୍ଚରେ ଏୟାରଟେଲର ଡାଉନଲୋଡ୍ ସ୍ପିଡ୍ 1.3 Mbps ରୁ 13.7 Mbps କୁ ହ୍ରାସ ପାଇଛି, ଯଦିଓ ଏପ୍ରିଲରେ ଗତି 14.1 Mbps କୁ ବୃଦ୍ଧି ପାଇଛି ବୋଲି ଜଣା ପଡିଛି। ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ 4G ଡାଉନଲୋଡ୍ ସ୍ପିଡରେ 2 mbps ର ଅଧିକ ସ୍ପିଡ୍ ସହ ସହିତ ନିଜର ଏକ ନମ୍ବର ସ୍ଥାନ ବଜାୟ ରଖିଛି। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଦ୍ବାରା ଏପ୍ରିଲ୍ ମାସ ପାଇଁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଜିଓର ହାରାହାରି 4G ଡାଉନଲୋଡ୍ ସ୍ପିଡ୍ 23.1 Mbps ରେ ମାପ କରାଯାଇଥିଲା। ମାର୍ଚ୍ଚ ମାସରେ ଜିଓର ହାରାହାରି 4G ଡାଉନଲୋଡ୍ ସ୍ପିଡ୍ ଥିଲା 21.1 Mbps।

ରିପୋର୍ଟ ଅନୁସାରେ ଯେ ଟେଲିକମ୍ ସେକ୍ଟର ଜଏଣ୍ଟ ନେଟୱାର୍କ ଭୋଡାଫୋନ୍-ଆଇଡିଆ ର 4G ଡାଉନଲୋଡ୍ ସ୍ପିଡ୍ କ୍ରମାଗତ ଦ୍ୱିତୀୟ ମାସ ପାଇଁ ହ୍ରାସ ପାଇଛି । ଏହା ଫେବୃଆରୀରେ 18.4 Mbps ର ଡାଉନଲୋଡ୍ ସ୍ପିଡରୁ ଏପ୍ରିଲରେ 17.7 Mbps କୁ ଖସି ଆସିଛି। Vi ସହିତ, ସରକାରୀ କମ୍ପାନୀ BSNL ର ସ୍ପିଡ୍ 5.9 Mbps କୁ ଖସି ଆସିଛି। ମାର୍ଚ୍ଚ ମାସରେ ଏୟାରଟେଲର ଡାଉନଲୋଡ୍ ସ୍ପିଡ୍ 1.3 Mbps ରୁ 13.7 Mbps କୁ ହ୍ରାସ ପାଇଛି, ଯଦିଓ ଏପ୍ରିଲରେ ଗତି 14.1 Mbps କୁ ବୃଦ୍ଧି ପାଇଛି।

ଏପ୍ରିଲ୍ ମାସରେ, ଜିଓର 4G ଡାଉନଲୋଡ୍ ସ୍ପିଡ୍ ଏୟାରଟେଲ ଠାରୁ 9.0 mbps ଏବଂ vi ଇଣ୍ଡିଆ ଠାରୁ 5.4 mbps ଅଧିକ ଥିଲା। ତେବେ ଗତ କିଛି ବର୍ଷ ଧରି ରିଲାଏନ୍ସ ଜିଓ ହାରାହାରି 4G ଡାଉନଲୋଡ୍ ସ୍ପିଡରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି। Vi ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି।

Vi ଇଣ୍ଡିଆ ହାରାହାରି 4G ଅପଲୋଡ୍ ସ୍ପିଡ୍ ସହିତ 8.2 Mbps ସହିତ ଚାର୍ଟରେ ଶୀର୍ଷରେ ଅଛି। ରିଲାଏନ୍ସ ଜିଓ ଏହାର ଅପଲୋଡ୍ ସ୍ପିଡ୍ 7.6 Mbps ସହିତ ଦ୍ୱିତୀୟ ନମ୍ବର ଜିତିଛି। ରିଲାଏନ୍ସ ଜିଓ ଏକମାତ୍ର କମ୍ପାନୀ ରହିଛି, ଯାହାର ଅପଲୋଡ୍ ସ୍ପିଡ୍ ଅଧିକ ହୋଇଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago