ଜୁଲାଇ ୧ରୁ ବଦଳିବ ସିମ୍ କାର୍ଡ ପୋର୍ଟେବିଲିଟି କରିବାର ନିୟମ, ଜାଣନ୍ତୁ କ’ଣ
ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଟେଲିକମ୍ ରେଗୁଲାଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ନଂ ସଂଶୋଧନ) ସହିତ ଜଡିତ ନୂତନ ନିୟମ ଲାଗୁ କରିଛନ୍ତି । ଆସନ୍ତା ଜୁଲାଇ ୧, ୨୦୨୪ରୁ ଏହି ନିୟମ ଲାଗୁ ହେବ ।
ନୂଆ ନିୟମ :
ନୂଆ ନିୟମ ଅନୁସାରେ, ନୂଆ ସିମ ସକ୍ରିୟ ହେବାକୁ ଏଣିକି ଆଉ ୧୦ ଦିନ ସମୟ ଲାଗିବନି । ସାତ ଦିନ ମଧ୍ୟରେ ସିମ୍ କାର୍ଡ ପୋର୍ଟେବଲ୍ ହୋଇଯିବ । କିନ୍ତୁ ଫୋନ୍ ଚୋରି ହୋଇଗଲେ ଏଣିକି ଆଉ ତୁରନ୍ତ ନୂଆ ସିମ୍ କାର୍ଡ କରିପାରିବେନି ।
ମୋବାଇଲ୍ ନଂ ବଦଳାଇବା ବା ସିମ୍ କାର୍ଡ ପୋର୍ଟେବିଲିଟି ପାଇଁ ଏକ ଆବେଦନ ଜମା କରିବାକୁ ହେବ । ଏହାପର ୟୁଜର୍ସ କିଛି ସମୟ ଅପେକ୍ଷା କରିବାକୁ ପଡିବ । ମୋବାଇ ନମ୍ବର ୟୁଜର୍ସ ନିଜର ପରିଚୟ ଏବଂ ସମସ୍ତ ବିବରଣୀ ଭେରିଫାଏ କରିବାକୁ ହେବ । ୟୁଜର୍ସଙ୍କୁ ଏକ ଓଟିପି ମିଳିବ, ଯାହାର ବ୍ୟବହାର ପୋର୍ଟେବିଲିଟି କରିବା ସମୟରେ ବ୍ୟବହାର କରିବେ । ନୂଆ ସିମ୍ ନେବା ସମୟରେ ୟୁଜର୍ସ ଆବଶ୍ୟକୀୟ ପରିଚୟ ପତ୍ର ସହିତ ଠିକଣା ସାର୍ଟିଫିକେଟ ଦେବାକୁ ହେବ । ଏହାଛଡା ୟୁଜର୍ସ ବାୟୋମେଟ୍ରିକ ଭେରିଫିକେସନ ଦେବାକୁ ହେବ ।
ଟ୍ରାଇ ଆଣିଥିବା ନୂଆ ଲିୟମ ଲାଗୁ ହେବା ପରେ, ଯଦି ଆପଣଙ୍କ ଫୋନ୍ ଚୋରି ହୋଇଯାଏ, ତେବେ ନୂଆ ସିମ୍ ପାଇଁ ସାତ ଦିନ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବରୁ ଏଫଆଇଆର୍ କପି ଦେବା ପରେ ତୁରନ୍ତ ନୂଆ ସିମ୍ ମିଳି ଯାଉଥିଲା । କିନ୍ତୁ ଜୁଲାଇ ୧ ପରେ ନୂଆ ସିମ୍ କାର୍ଡ ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡ଼ିବ ।
ଏହା ବ୍ୟତୀତ ଯେଉଁମାନେ ନିକଟରେ ସିମ୍ କାର୍ଡ ଅଦଳବଦଳ କରିଛନ୍ତି ସେମାନଙ୍କୁ ମଧ୍ୟ ମୋବାଇଲ୍ ନମ୍ବର ପୋର୍ଟ ପାଇଁ ସାତ ଦିନ ଅପେକ୍ଷା କରିବାକୁ ପଡ଼ିବ । ସିମ୍ ସ୍ୱାଇପିଂ ଠକେଇକୁ ରୋକିବା ପାଇଁ ଏପରି ନିୟମ ଅଣାଯାଇଥିବା ଟ୍ରାଇ କହିଛି ।