ପ୍ରତ୍ୟେକ ଟ୍ରେନ ଯାତ୍ରୀ ଏହି କଥାକୁ ଜାଣିରଖନ୍ତୁ, ଆପଣଙ୍କ ଯାତ୍ରାକୁ ସୁବିଧା କରିଦେବ ଏହି ଖବର
ରତୀୟ ରେଳବାଇ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ କିଛି ବିଶେଷ ଓ ମାଗଣା ବ୍ୟବସ୍ଥା ରଖିଛି । ଯାହା ସମ୍ପର୍କରେ ହୁଏତ ଯାତ୍ରୀମାନେ ଜାଣିନଥିବା ଯୋଗୁଁ ବେଳେ ବେଳେ ଖୁବ୍ ହଇରାଣ ହୁଅନ୍ତି । ଏଇ ନିୟମ ସମ୍ବନ୍ଧରେ ଜାଣିବା ପରେ ଆପଣମାନେ ଟ୍ରେନରେ ସୁରୁଖୁରୁରେ ଯାତ୍ରା କରିପାରିବେ।

ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଟ୍ରେନର ଭିନ୍ନ ପ୍ରକାର ରୁଲ ଥାଏ। ଜଣେ ପିଲା ପାଇଁ ରେଳ ବିଭାଗ ଯେଉଁ ନିୟମ କରିଛି ତାହା ସମସ୍ତଙ୍କ ପାଇଁ ଲାଗୁ ହୋଇନଥାଏ। ଆଉ ଯଦି ସମସ୍ତଙ୍କ ପାଇଁ ରୁଲ ନିର୍ଣ୍ଣୟ ହେଲେ ସେଥିରେ ସିନିଅର ସିଟିଜେନଙ୍କ ପାଇଁ ନୂଆ କିଛି ଆଡ଼୍ ଥାଏ। କୋଭିଡ଼ ପରେ ଟ୍ରେନରେ ସିନିଅର ସିଟିଜେନଙ୍କୁ ନେଇ ଅନେକ ରୁଲ ଲାଗୁ ହୋଇଛି। ଟିକେଟ ରିଲାକ୍ସସେସନ୍ ଣଠୁ ଆରମ୍ଭ କରି ଆବଶ୍ୟକୀୟ ସୁବିଧାର ଲାଭ ଏବେ ପ୍ରାୟ ସମସ୍ତଙ୍କ ପାଇଁ ରହିଛି।
ଆପଣ ଜାଣନ୍ତି କି ? ଟ୍ରେନରେ ବିନା ଟିକେଟରେ ଯାତ୍ରା କଲେ ଆପଣଙ୍କୁ ପୋଲିସ୍ ଧରିବ ନାହିଁ ? ତେବେ ଏକଥା କେବଳ ଲାଗୁ ଯେଉଁମାନେ ସମସ୍ୟାରେ ପଡ଼ି ବିନା ଟିକେଟ୍ରେ ଟ୍ରେନ୍କୁ ଚଢ଼ି ଆସିଛନ୍ତି । ନା ସେମାନଙ୍କ ପାଇଁ ଯେଉଁମାନେ ଜାଣିଶୁଣି ନିୟମିତ ଭାବେ ବିନା ଟିକେଟ୍ରେ ଯାତ୍ରା କରନ୍ତି । ଭାରତୀୟ ରେଳବାଇ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ କିଛି ବିଶେଷ ଓ ମାଗଣା ବ୍ୟବସ୍ଥା ରଖିଛି । ଯାହା ସମ୍ପର୍କରେ ହୁଏତ ଯାତ୍ରୀମାନେ ଜାଣିନଥିବା ଯୋଗୁଁ ବେଳେ ବେଳେ ଖୁବ୍ ହଇରାଣ ହୁଅନ୍ତି । ଏଇ ନିୟମ ସମ୍ବନ୍ଧରେ ଜାଣିବା ପରେ ଆପଣମାନେ ଟ୍ରେନରେ ସୁରୁଖୁରୁରେ ଯାତ୍ରା କରିପାରିବେ।
ଟ୍ରେନ୍ରେ ବିନା ଟିକେଟ୍ ଯାତ୍ରୀଙ୍କ ସଂଖ୍ୟା କିଛି କମ୍ ନାହିଁ । ଏମାନଙ୍କୁ ଧରି ଟିଟିଇ ଫାଇନ୍ ଲଗାନ୍ତି । କେତେବେଳେ ଏହାକୁ ନେଇ ଝଗଡ଼ା ହୁଏ ତ ପୁଣି କେବେ ଯାତ୍ରୀଙ୍କୁ ରେଳବାଇ ପୋଲିସ୍ ହାଜତକୁ ଯିବାକୁ ପଡ଼େ । ତେବେ ଆମେ ଏଠି କହି ରଖୁଛୁ ଯେ ଯଦି ଆପଣ କୌଣସି ସମସ୍ୟାରେ ପଡ଼ି ବିନା ଟିକେଟ୍ରେ ଟ୍ରେନ୍ରେ ଉଠି ଯାଇଛନ୍ତି ତାହାହେଲେ ପ୍ରଥମେ ଏହାକୁ ନେଇ ଟିଟିଇଙ୍କୁ ବୁଝାଇବାକୁ ପଡ଼ିବ । ସମସ୍ୟା ସମ୍ପର୍କରେ ଯଦି ସେ ଯଦି ଠିକ୍ ଭାବେ ବୁଝି ଗଲେ ତେବେ କେବଳ ଆପଣଙ୍କ ଠାରୁ ଟିକେଟ୍ ଭଡ଼ା ନେବେ । ନଚେତ ଅଧିକ ଫାଇନ୍ ଲାଗିଯିବ । ଏହା ସହିତ ଏକଥା ବି ଜାଣି ରଖନ୍ତୁ, ବିନା ଟିକେଟ୍ ଯାତ୍ରୀଙ୍କୁ କିନ୍ତୁ ପୋଲିସ୍ ଧରିବାର ନିୟମ ନାହିଁ । କାରଣ ପୋଲିସ୍ ସିନା ଟିଟିଇଙ୍କ ସହ ଥାନ୍ତି । ହେଲେ ସେମାନେ ଟିକେଟ୍ ଚେକ୍ କରିବା ଅଥବା ଯାତ୍ରୀଙ୍କୁ ଧରିବାର ଅଧିକାର ପାଇ ନାହାନ୍ତି ।
କେବେ କେବେ ଟ୍ରେନ ଭିତରେ କିମ୍ବା ପ୍ଲାଟଫର୍ମରେ ଆର୍ପିଏଫ୍ ଓ ଜିଆରପି ଟିକେଟ ଚେକିଙ୍ଗି କରୁଥିବାର ଦେଖିବାକୁ ମିଳିଥାଏ। ସତରେ କିନ୍ତୁ ସେମାନଙ୍କର ଏହା କରିବାର ଅଧିକାର ନାହିଁ । ଏ ଅଧିକାର କେବଳ ଟିଟିଇଙ୍କର ଏବଂ ଅଧିକୃତ ଟିକେଟ ଚେକିଂ ଷ୍ଟାଫ୍ଙ୍କର ଅଛି । ଟିଟିଇ ଓ ଟିଟିସିଙ୍କ ବ୍ୟତୀତ ଅନ୍ୟ କେହି ଆପଣଙ୍କୁ ଟିକେଟ ବାବଦରେ ପଚାରି ପାରିବେ ନାହିଁ। ଆରପିଏଫ୍ ବା ରେଳବାଇ ପୋଲିସ୍ ଫୋର୍ସର କର୍ମଚାରୀ ଟ୍ରେନରେ ହେଉଥିବା ବିଶୃଙ୍ଖଳା ଓ ଗଣ୍ଡଗୋଳକୁ ରୋକିବା ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିଛନ୍ତି। ଯଦି କୌଣସି ଆରପିଏଫ୍ ଆପଣଙ୍କୁ ପଚାରେ କିମ୍ବା ଟିକେଟ କଥା ନେଇ ଧମକ ଦିଏ ତେବେ ସେହି କର୍ମଚାରୀ ବିରୋଧରେ ଆପଣ ଅଭିଯୋଗ ପରି ପାରିବେ । ଫୋନ୍ ନମ୍ବର 155210 କିମ୍ବା 9717630982ରେ ସିଧସଳଖ କରିପାରିବେ ଅଭିଯୋଗ । ନଚେତ୍ ଆପଣ ନିଜ ମୋବାଇଲରେ ଏସ୍ଏମ୍ଏସ୍ କରି ପାରିବେ। indianrailways.com ରେ ଏହି ଅଭିଯୋଗ କରିବାର ବ୍ୟବସ୍ଥା ରହିଛି । ନିକଟରେ ଥିବା ରେଳ ଅଧିକାରୀଙ୍କ ୁ ଭେଟି ଅଭିଯୋଗ ମଧ୍ୟ ଦେଇ ପାରିବେ । ଭାରତୀୟ ରେଳବାଇ ଦୁର୍ନୀତି ନିୟନ୍ତ୍ରଣ ପାଇଁ ଏହି ନମ୍ୱର୍ ଜାରି କରିଛି।