Truecallerର ଏହି ଖାସ୍‌ ଫିଚର୍ସ ବିଷୟରେ ଜାଣି ନାହାଁନ୍ତି ତ କିଛି ଜାଣିନାହାଁନ୍ତି ଆପଣ, ଥରେ ୟୁଜ୍‌ କଲେ ପାଇଯିବେ ମଜା

Truecaller.. ଆପଣଙ୍କ ଫୋନରେ ତ ଏହି ଆପ୍‌ ନିଶ୍ଚୟ ଥିବ। କାହିଁକିନା ଏହା ବହୁତ ଲୋକପ୍ରିୟ ଆପ୍‌। କଣ ଆପଣ ଟ୍ରୁ କଲର ବ୍ୟବହାର କରୁଛନ୍ତି ? ଟ୍ରୁକଲର ଏମିତି ଏକ ଆପ୍‌ ଯାହା ସ୍ପାମ୍‌ କଲିଙ୍ଗ ଏବଂ କଲର ଆଇଡି ଆଇଡେଣ୍ଟିଫିକେସନ୍‌ ପାଇଁ ବ୍ୟବହାର କରାଯାଏ। ବେସିକ କଲର ଆଇଡି ଚିହ୍ନିବା ବ୍ୟତୀତ ଏହି ଆପରେ ଆହୁରି ଅନେକ କମାଲ ଫିଚର୍ସ ରହିଛି ଯାହା ବିଷୟରେ ଅଧିକାଂଶ ଲୋକ ଜାଣି ହିଁ ନାହାଁନ୍ତି। ସେଥିପାଇଁ ଆମେ ଆପଣଙ୍କୁ ଜଣାଇବୁ ଏହି ଆପରେ ଏମିତି କିଛି ଫିଚର୍ସ ରହିଛି ଯାହାକୁ ଫ୍ରିରେ ଆପଣ ବ୍ୟବହାର କରିପାରିବେ ଏବଂ ଏହାର ଫାଇଦା ଭଲଭାବେ ଉଠାଇପାରିବେ।। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଖାସ୍‌ ଫିଚର୍ସ ସେହି ୟୁଜର୍ସଙ୍କ ପାଇଁ, ଯେଉଁମାନେ ଏହି ଆପକୁ ଆଣ୍ଡ୍ରଏଡ୍‌ ଡିଭାଇସେଜରେ ବ୍ୟବହାର କରୁଛନ୍ତି।

ସ୍ପାମ୍‌ ମେସେଜକୁ ଫିଲ୍ଟର କରନ୍ତୁ : ଟେକ୍ସଟ ମେସେଜରେ ନର୍ମାଲ ମେସେଜ ସହିତ ସ୍ପାମ୍‌ ମେସେଜ ଆସିଥାଏ, ଯେଉଁ କାରଣରୁ ଜରୁରୀ ମେସେଜ ଗୁଡିକୁ ଆମେ ଅନେକ ଥର ମିସ୍‌ କରିଦିଅନ୍ତି। ଏମିତିରେ ଟ୍ରୁକଲରର ଏହି ‘ସ୍ମାର୍ଟ ଏସଏମଏସ ଫିଚର’ ସାହାଯ୍ୟରେ ଆପଣ ମେସେଜକୁ ଅଲଗା ଅଲଗା କ୍ୟାଟେଗରୀରେ ଡିଭାଇଡ୍‌ କରିପାରିବେ। ଏହିପରି ଭାବେ ସ୍ପାମ୍‌ ମେସେଜକୁ ସହଜରେ ଫିଲ୍ଟର କରି ଆପଣ ଜରୁରୀ ମେସେଜକୁ ଆଇଡେଣ୍ଟିଫାଏ କରିପାରିବେ।

ବଡ ଫାଇଲ୍ସ ସେୟାର କରନ୍ତୁ : ହ୍ଵାଟ୍ସଆପ୍‌ ଏବଂ ଟେଲିଗ୍ରାମ ଭଳି ଆପଣ ଟ୍ରୁକଲରରେ ବି ଫଟୋ, ଭିଡିଓ, ଡକ୍ୟୁମେଣ୍ଟସ ଏବଂ ଅନ୍ୟାନ୍ୟ ମିଡିଆ ଫାଇଲ୍ସକୁ ନିଜ ନିଜ ଭିତରେ ସେୟାର କରିପାରିବେ। ଟ୍ରୁକଲର ଜରିଆରେ ୧୦୦ ଏମବି ସାଇଜ୍‌ ପର୍ଯ୍ୟନ୍ତ ଫାଇଲ୍ସକୁ ଆପଣ ସେୟାର କରିପାରିବେ।

trueକଲ୍‌ କରୁଥିବା ବ୍ୟକ୍ତି ପ୍ରଥମେ ବତାଇବେ କାରଣ : ଅନେକ ଥର ଏମିତି ହୋଇଥାଏ ଯେ ଆମେ ଯାହାକୁ କଲ୍‌ କରନ୍ତି ସେତେବେଳେ ସେ ବିଜି ଥିବା କାରଣରୁ କଲ୍‌ ଉଠାଇପାରିନଥାନ୍ତି। ଏମିତିରେ ଟ୍ରୁକଲର ଆପଣଙ୍କୁ ଅପ୍ସନ ଦେଇଥାଏ ଯେ ଆପଣ ସାମ୍ନା ବାଲାଙ୍କୁ କଲ୍‌ କରିବା ସମୟରେ କଲ୍‌ କରିବାର କାରଣ ଜଣାଇପାରିବେ ଯେ ଆପଣ କାହିଁକି ଫୋନ୍‌ କରିଛନ୍ତି। ଯାହାଦ୍ୱାରା ଆପଣ ଯାହାଙ୍କୁ କଲ୍‌ କରୁଛନ୍ତି ସେ ତୁରନ୍ତ ଆପଣଙ୍କ କଲକୁ ରେସପଣ୍ଡ କରିବେ।

ସେଣ୍ଡ କରିଥିବା ମେସେଜକୁ କରନ୍ତୁ ଏଡିଟ୍‌ : ଅନେକ ଥର ଆମେ ମେସେଜ ପଠାଇବା ପରେ ଧ୍ୟାନ ଦେଇନଥାଉ ଆଉ ମେସେଜରେ କିଛି ଶବ୍ଦ ଭୁଲରେ ଟାଇପ୍‌ ହୋଇଯାଇଥାଏ। ଏମିତିରେ ଟ୍ରୁକଲର ସେଣ୍ଡ ହୋଇଥିବା ମେସେଜକୁ ଏଡିଟ କରିବାର ଅପ୍ସନ ଦେଇଥାଏ। ସବୁଠୁ ଖାସ୍‌ କଥା ହେଉଛି ସାମ୍ନା ବାଲା ଆପଣଙ୍କ ମେସେଜ ପଢ଼ିସାରିଥିଲେ ବି ଏହି ମେସେଜକୁ ଏଡିଟ୍‌ କରିପାରିବେ।

ସ୍ମାମ୍‌ କଲକୁ କରନ୍ତୁ ବ୍ଲକ୍‌ : ଟ୍ରୁକଲରର ସବୁଠାରୁ ବଢ଼ିଆ କଥା ହେଉଛି ଏହା ସେହି କଲ୍ସକୁ ତୁରନ୍ତ ଚିହ୍ନିପାରିବ ଯାହା ସ୍କାମ କିମ୍ବା ଫ୍ରଡ କଲ୍ସ ଏବଂ ଯାହା ବ୍ୟାଙ୍କ ଆଦିରେ ଆସିଥାଏ। ଏହିଭଳି ଭାବେ ଏହି କଲ୍ସକୁ ନିଜେ ଡିଟେକ୍ଟ କରି ଏହି ଆପ ନିଜେ ତାକୁ ବ୍ଲକ କରିଦେବ। ଏହି ଫିଚର ସାହାଯ୍ୟରେ ଆପଣ ଫାଲତୁ ମାର୍କେଟ କଲ୍ସ ଏବଂ ଖତରନାକ ଫ୍ରଡ କଲ୍ସ ଠାରୁ ନିଜକୁ ଦୂରେଇ ରଖିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.