Truecaller ରେ ଯୋଡ଼ିହେଲା ନୂଆ ଫିଚର, ଏବେ କେହି କଲ କଲେ ଜାଣିପାରିବେ ଏହାର କାରଣ; ଏମିତି କରନ୍ତୁ ସେଟ୍‌

Truecaller ଏକ ନୂଆ ଫିଚର ଆରମ୍ଭ କରିଛି। ଏହି ଫିଚର ଆସିବା ପରେ ଆପଣ ଜାଣିପାରିବେ ଯେ କିଏ ଆପଣଙ୍କୁ କାହିଁକି କଲ୍‌ କରୁଛି। କମ୍ପାନୀ କଲର ଆଇଡିରେ ଏକ ନୂଆ ଅପସନ୍‌ ଆଡ୍‌ କରିଛି। ନୂଆ ଫିଚରର ନାଁ Call Reason ରଖାଯାଇଛି। ଏହି ଫିଚରରେ ୟୁଜର୍ସ କଲ୍‌ କରିବାର କାରଣ ସେଟ୍‌ କରିପାରିବେ। କଲ୍‌ ଆସିଲେ ଆପଣ ଜାଣିପାରିବେ କଲ୍‌ର କାରଣ କ’ଣ।

ଏହି ଫିଚରରେ ପର୍ସନାଲ, ବିଜନେସ୍‌ କିମ୍ବା କୌଣସି ଅରଜେଣ୍ଟ କଲରେ ଫରକ ଜାଣିବେ ଓ କଲ ରିସିଭ୍‌ କରିବେ କି ନାହିଁ ନିଜେ ନିଷ୍ପତ୍ତି ନେବେ। ଏହି ଫିଚର ଲୋକଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ।

truecaller

Truecaller ର ଏହି ନୂଆ ଫିଚର ସମସ୍ତ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ଜାରି କରାଯାଇଛି। ଯଦି ଆପଣ ବି ଏହି ଆପ୍‌ ବ୍ୟବହାର କରୁଛନ୍ତି ତେବେ ଗୁଗଲ ପ୍ଲେ ଷ୍ଟୋରରୁ ଏହାକୁ ଅପ୍‌ଡେଟ୍‌ କରି ନୂଆ ଫିଚରର ଲାଭ ଉଠାଇପାରିବେ। ଏହି ଫିଚର ବ୍ୟବହାର କରିବା ପାଇଁ କାହାକୁ କଲ୍‌ କରିବା ବେଳେ ମେସେଜ୍‌/ ନୋଟ୍‌ ଆଡ୍‌ କରିବା ଅପସନ୍‌ ମିଳିବ। କଲ କରିବା ପୂର୍ବରୁ ଆପଣ କେଉଁ ନୋଟ୍‌ ଲେଖିବେ ତାହା ରିସିପିଏଣ୍ଟଙ୍କ ସ୍କ୍ରିନ୍ରେ‌ Called ID ଦିଶିବ। ସେଥିରେ ନାଁ ସହ ଅନ୍ୟ ବିବରଣୀ ବି ନଜର ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.