ଆସନ୍ତା ୧୧ ମଇରେ ବନ୍ଦ ହୋଇଯିବ ଏହି ସୁବିଧା, ଆଉ କରିପାରିବେନି କଲ୍‌ ରେକର୍ଡିଙ୍ଗ

ମୋବାଇଲ ନମ୍ବରକୁ ଆଇଡେଣ୍ଟିଫାଏ କରୁଥିବା ପପୁଲାର ଆପ ଟ୍ରୁକଲରରେ ଆଉ କରିପାରିବେନି କଲ୍‌ ରେକର୍ଡିଙ୍ଗ। କମ୍ପାନୀ ଏବେ ସେବା ବନ୍ଦ କରିଦେବାକୁ ଘୋଷଣା କରିଛି। ଏବେ ଆପଣ ୧୧ ମଇ ରୁ ଟ୍ରୁକଲର ଆପ୍‌ ମାଧ୍ୟମରେ କଲ ରେକର୍ଡିଙ୍ଗ କରିପାରିବେନାହିଁ। ଟ୍ରୁକଲର, ଗୁଗଲର ନୂଆ ପଲିସି ଅନୁଯାୟୀ ଏହି ନିଷ୍ପତ୍ତି ନେଇଛି। ଗୁଗଲ ୧୧ ମଇ ଠାରୁ ଏପିଏ ଆକ୍ସେସ ବନ୍ଦ କରିବା କଥା ଜଣାଇଛି। ଆଉ ଅନେକ କଲ୍‌ ରେକର୍ଡିଙ୍ଗ ଆପ୍ସ ରେକର୍ଡିଙ୍ଗ ପାଇଁ ଏପିଏ କୁ ହିଁ ବ୍ୟବହାର କରନ୍ତି।

ଏହି ଅକ୍ସନ ପରେ ଗୁଗଲ ଟ୍ରୁକଲର କଲ୍‌ ରେକର୍ଡିଙ୍ଗ ଫିଚରକୁ ନିଜ ଆପରୁ ହଠାଇବା କଥା କହିଛି। ଟ୍ରୁକଲର ପକ୍ଷରୁ କୁହାଯାଇଛି ଯେ ଗୁଗଲର ନୂଆ ଡେଭଲପର ପ୍ରୋଗ୍ରାମ ପଲିସି ମୁତାବକ ଏବେ କଲ୍‌ ରେକର୍ଡିଙ୍ଗ ସୁବିଧା ଦିଆଯିବନାହିଁ। ଟ୍ରୁକଲର ଜଣାଇଛି ଯେ ୟୁଜର୍ସଙ୍କ ଦାବି ଆଧାରରେ ସମସ୍ତ ଆଣ୍ଡ୍ରଏଡ ସ୍ମାର୍ଟଫୋନ ପାଇଁ ଏହି କଲ୍‌ ରେକର୍ଡିଙ୍ଗ ସୁବିଧା ଆରମ୍ଭ କରାଯାଇଥିଲା। ଟ୍ରୁ କଲରରେ ସମସ୍ତଙ୍କ ପାଇଁ ଏହି କଲ୍‌ ରେକଡିଙ୍ଗ୍‌ ଫ୍ରି ଥିଲା।

କିନ୍ତୁ ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ପଲିସିରେ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ପରେ ଥାର୍ଡ ପାର୍ଟି କଲ୍‌ ରେକଡିଙ୍ଗ ଆପ୍‌ ବନ୍ଦ ହୋଇଯିବ। ଗୁଗଲ କହିଛି ଯେ ନୂଆ ପଲିସି ଅନୁଯାୟୀ ଆପ୍‌ ଡେଭଲପର୍ସଙ୍କୁ କଲ୍‌ ରେକର୍ଡିଙ୍ଗ ପାଇଁ ଆକ୍ସେସବିଲିଟୀ ଏପିଆଇ ସୁବିଧା ମିଳିବନାହିଁ। ଏହି ସୁବିଧା ବନ୍ଦ ହେବା ପରେ ହିଁ ଆପ୍‌ ରେକର୍ଡିଙ୍ଗର କାମ କରିବନାହିଁ।

ନୂଆ ପଲିସି ଅନ୍ତର୍ଗତ ଗୁଗଲ ପ୍ଲେ ଷ୍ଟୋରରେ ମହଜୁଦ କଲ୍‌ ରେକର୍ଡିଙ୍ଗ ଆପ୍‌ ବେକାର ହୋଇଯିବ। ତେଣୁ ଆଣ୍ଡ୍ରଏଡ୍‌ ଫୋନରେ ଆପଣ କଲ୍‌ ରେକର୍ଡିଙ୍ଗ ପାଇଁ ଏହି ଆପ ସବୁର ବ୍ୟବହାର କରିପାରିବେନାହିଁ।ଏହି ସୁବିଧା ବନ୍ଦ ହେବା ପରେ ଟ୍ରୁକଲର, ଅଟୋମେଟିକ କଲ୍‌ ରେକର୍ଡର, କ୍ୟୁବ ଏସିଆର ସମେତ ଅନେକ ରେକର୍ଡିଙ୍ଗ ଆପ୍‌ କାମ କରିବା ବନ୍ଦ କରିଦେବ। ଆଉ ଏହି ପଲିସି ଆସନ୍ତା ମଇ ମାସ ୧୧ରେ ଲାଗୁ ହେବାକୁ ଯାଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏମିତି ପଦକ୍ଷେପ ଗୁଗଲ ପୂର୍ବରୁ ଉଠାଇଥିଲା। ପ୍ରାଇଭେସୀ ଏବଂ ସେଫଟି ପାଇଁ ଗୁଗଲ ଆଣ୍ଡ୍ରଏଡ-୧୦ ସହିତ କଲ୍‌ ରେକର୍ଡିଙ୍ଗ ଫିଚର ହଟାଇ ଦିଆଯାଇଥିଲା। ଆଣ୍ଡ୍ରଏଡ ୧୧ ସହିତ ଆକସେସବିଲିଟୀ ଏପିଆଇ ଫିଚର ଆସିଛି। ଏହି ଫିଚରର ବ୍ୟବହାର କରି ଡେଭଲପର୍ସ କଲ୍‌ ରେକର୍ଡିଙ୍ଗ ଆପକୁ ପୁଣି ଥରେ ଲଞ୍ଚ୍‌ କରିଦେଲେ।

ଏମାନଙ୍କ ପାଇଁ ବନ୍ଦ ହେବନି ଏହି ସୁବିଧା

ଯଦି ଆପଣଙ୍କ ଆଣ୍ଡ୍ରଏଡ ଫୋନରେ ଡେଫଲ୍ଟ ରୂପେ କଲ୍‌ ରେକର୍ଡିଙ୍ଗ ସୁବିଧା ରହିଛି, ତାହେଲେ ଆପଣ କଲ୍‌ ରେକର୍ଡିଙ୍ଗ କରିପାରିବେ। ଗୁଗଲର କହିବା କଥା ଯେ ପ୍ରି-ଲୋଡେଡ କଲ୍‌ ରେକର୍ଡିଙ୍ଗ ଆପ କିମ୍ବା ଫିଚର ପାଇଁ ଆକସେସବିଲିଟୀ ଏପିଆଇ ପରମିସନର ଆବଶ୍ୟକତା ପଡିବନାହିଁ। ଗୁଗଲ ପିକ୍ସେଲ, ସାମସଙ୍ଗ୍‌, ଓ୍ଵାନପ୍ଲସ ଏବଂ ସାଓମି ସ୍ମାର୍ଟଫୋନରେ ଏହି ସୁବିଧା ଡେଫଲ୍ଟ ରୂପେ ରହିଛି।

Leave A Reply

Your email address will not be published.