ରାତିରେ ଶୋଇବା ସମୟରେ ବନ୍ଦ ରଖନ୍ତୁ ୱାଇ-ଫାଇ, ବିଦ୍ୟୁତ୍ ସଞ୍ଚୟ ହେବା ସହ ମିଳିବ ଅନେକ ଫାଇଦା

ଆଜିକାଲି ଇଣ୍ଟରନେଟ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଦିନ ହେଉ କି ରାତି ପ୍ରତ୍ୟେକ ଘରେ ସବୁବେଳେ Wi-Fi ଚାଲୁ ରହିଥାଏ । ଇଣ୍ଟରନେଟ୍ ବିନା ସ୍ମାର୍ଟଫୋନ୍, ଲାପଟପ୍, ସ୍ମାର୍ଟ ଟିଭି ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ଅସମ୍ପୂର୍ଣ୍ଣ ମନେହୁଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ରାତିରେ ଶୋଇବା ସମୟରେ Wi-Fi ଚାଲୁ ରଖିବା ପ୍ରକୃତରେ ଆବଶ୍ୟକ କି ନାହିଁ? ପ୍ରକୃତରେ, ରାତିରେ Wi-Fi ବନ୍ଦ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ ଯାହା ଅଧିକାଂଶ ଲୋକ ଜାଣି ନାହାଁନ୍ତି । ତେବେ ଆସନ୍ତୁ ଏହାର ଫାଇଦା ବିଷୟରେ ଜାଣିବା ।

ରାତିରେ Wi-Fi ବନ୍ଦ ରହିବାର ପ୍ରଥମ ଲାଭ ସ୍ୱାସ୍ଥ୍ୟ ସହିତ ଜଡିତ । ଅନେକ ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି ଯେ Wi-Fi ସିଗନାଲ ଦ୍ୱାରା ଘେରି ରହିବା ନିଦ୍ରାର ଗୁଣବତ୍ତା ଉପରେ ପ୍ରଭାବ ପକାଇପାରେ । ଏକ ରିପୋର୍ଟ ଅନୁଯାୟୀ, WiFi ପାଖରେ ଶୋଇଥିବା ପ୍ରାୟ ୨୭ ପ୍ରତିଶତ ଲୋକଙ୍କର ଅନିଦ୍ରା ଭଳି ସମସ୍ୟା ଥାଏ । ଯଦି ରାତିରେ Wi-Fi ବନ୍ଦ କରାଯାଏ, ତେବେ ମସ୍ତିଷ୍କ ରେଡିଓ ତରଙ୍ଗର କମ୍ ସଂସ୍ପର୍ଶରେ ଆସିଥାଏ ଯାହାଦ୍ୱାରା ନିଦ ଗଭୀର ହେବାକୁ ଲାଗେ । ଏହା ଶରୀରକୁ ଭଲ ବିଶ୍ରାମ ଦିଏ ଏବଂ ପରଦିନ ସକାଳେ ବ୍ୟକ୍ତି ଅଧିକ ସତେଜ ଅନୁଭବ କରେ ।

ଦ୍ୱିତୀୟ ବଡ଼ ଲାଭ ହେଉଛି ସାଇବର ସିକ୍ୟୁରିଟି ସହ ଜଡିତ । ଯେତେବେଳେ ରାତିସାରା ୱାଇ-ଫାଇ ଚାଲୁ ଥାଏ, ସେତେବେଳେ ଆପଣଙ୍କର ନେଟୱାର୍କ ହ୍ୟାକିଂ ଏବଂ ଅନାବଶ୍ୟକ ଲଗଇନ୍ ପାଇଁ ଖୋଲା ରହିଥାଏ । ଅନେକ ସମୟରେ ଲୋକମାନେ ଶୋଇବା ସମୟରେ ଧ୍ୟାନ ଦିଅନ୍ତି ନାହିଁ ଯେ ଅନ୍ୟ କେହି ତାଙ୍କ ନେଟୱାର୍କ ବ୍ୟବହାର କରିପାରିବେ । ୱାଇ-ଫାଇ ବନ୍ଦ କରିବା ଦ୍ୱାରା ଡାଟା ଚୋରି ଏବଂ ପ୍ରାଇଭେସି ବିପଦର ସମ୍ଭାବନା ହ୍ରାସ ପାଏ ।

ତୃତୀୟ ସୁବିଧା ହେଉଛି ବିଦ୍ୟୁତ୍ ସଞ୍ଚୟ । ଯଦିଓ Wi-Fi ରାଉଟର ଅଧିକ ବିଦ୍ୟୁତ୍ ବ୍ୟବହାର କରେ ନାହିଁ, କିନ୍ତୁ ୨୪ ଘଣ୍ଟା ଚାଲିବା ଦ୍ୱାରା ଏହା ବର୍ଷକୁ ବହୁତ ୟୁନିଟ୍ ଖର୍ଚ୍ଚ କରିଥାଏ । ଯଦି ଆପଣ ରାତିରେ ଏହାକୁ ବନ୍ଦ କରିବାର ଅଭ୍ୟାସ କରନ୍ତି, ତେବେ ଆପଣଙ୍କର ବିଦ୍ୟୁତ୍ ବିଲ୍ ହ୍ରାସ ପାଇବ ଏବଂ ଇଲେକ୍ଟ୍ରିସିଟି ମଧ୍ୟ ସଞ୍ଚୟ ହେବ ।

ଏହା ବ୍ୟତୀତ, ୱାଇ-ଫାଇ ବନ୍ଦ କରିବା ଦ୍ୱାରା ଗ୍ୟାଜେଟ୍‌ଗୁଡ଼ିକର ଲାଇଫ ସ୍ପାନ୍ ମଧ୍ୟ ବଢିଥାଏ । ଏହାକୁ ନିରନ୍ତର ଚାଲୁ ରଖିବା ଦ୍ଵାରା ରାଉଟର୍ ଏବଂ କନେକଟେଡ୍ ଡିଭାଇସ୍‌ଗୁଡ଼ିକ ଉପରେ ପ୍ରେସର୍ ପଡ଼ିଥାଏ, ଯାହା ସେମାନଙ୍କର ଲାଇଫ ସ୍ପାନ୍ ହ୍ରାସ କରିପାରେ । କିନ୍ତୁ ରାତିସାରା ବିଶ୍ରାମ ଦେବା ଦ୍ଵାରା Wi-Fi ଡିଭାଇସ୍ ଅଧିକ ସମୟ ପାଇଁ ଭଲ ଭାବରେ କାମ କରିପାରିବ ।

Also read: Samsung Galaxy S24 ର ଏକ ସ୍ପେଶାଲ ମଡେଲ୍ ହୋଇଛି ଲଞ୍ଚ, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ