TVS ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ କେତେ ରହିଛି ଦାମ୍
ବଜାଜ୍ ପରେ ଏବେ TVS ମୋଟର ବଜାରକୁ ନେଇ ଆସିଛି ଇଲେକ୍ଟ୍ରୋନିକ୍ ସ୍କୁଟର। TVS କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଗତ ଶନିବାର ଦିନ ଇ-ସ୍କୁଟର ଲଞ୍ଚ କରିଛି। ଏହି ସ୍କୁଟର ବଜାଜର ଇଲେକ୍ଟ୍ରୋନିକ୍ ସ୍କୁଟର ଚେତକକୁ ଟକ୍କର ଦେବ। ସୂଚନା ମୁତାବକ ଗତ ୧୪ ଜାନୁଆରୀରେ ବଜାଜ ଅଟୋ ନିଜର ଲୋକପ୍ରିୟ ‘ଚେତକ’ ସ୍କୁଟରର ଇଲେକ୍ଟ୍ରୋନିକ୍ ଭର୍ସନ ଲଞ୍ଚ କରିଛି।
ଜାଣନ୍ତୁ TVS ସ୍କୁଟରର ଖାସିୟତ ଏବଂ ଏହାର ମୂଲ୍ଯ:
ଏହି ଇ-ସ୍କୁଟର ଟିଭିଏସ ଆଇକ୍ଯୁବ ଇଲେକ୍ଟ୍ରିମ୍ରେ ୪.୪ କେଭିର ଇଲେକ୍ଟ୍ରିକ ମୋଟର ଲଗାଯାଇଛି। ଏହା ୭୮ କିଲୋମିଟରରେ ଯାଇପାରିବ। ପୁଣିଥରେ ଚାର୍ଜ ହେବା ପରେ ଏହାକୁ ୭୫ କିଲୋମିଟର ପର୍ଯ୍ଯନ୍ତ ନେଇପାରିବେ। ସେହିଭଳି ଏହାର ମୂଲ୍ଯ କର୍ଣ୍ଣାଟକରେ ୧.୧୫ ଲକ୍ଷ ଟଙ୍କାରେ କିଣାଯାଇପାରିବ। ଏହି ସ୍କୁଟର ସର୍ବପ୍ରଥମେ ବେଙ୍ଗାଲୁରରେ କରାଯିବ। ଏହାପରେ ଏହି ସ୍କୁଟର ଦେଶର ଅନ୍ଯ ସହରରେ ବିକ୍ରି କରାଯିବ।
କମ୍ପାନୀ କହିବାନୁଯାୟୀ ବର୍ତ୍ତମାନ ସେ ପ୍ରତ୍ଯେକ ମାସରେ ୧୦୦୦ ୟୁନିଟ୍ ତିଆରି କରିବ। ଟିଭିଏସ ର ଇ-ସ୍କୁରଟ ଲଞ୍ଚ ହେବା ସମୟରେ କର୍ଣ୍ଣାଟକର ମୁଖ୍ଯମନ୍ତ୍ରୀ ବି ଏସ ୟେଦିୟୁରପ୍ପା, କେନ୍ଦ୍ରିୟ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଏବଂ ଟିଭିଏସ ମୋଟର କମ୍ପାନୀର ଚ୍ଯାରମ୍ଯାନ ବେଣୁ ଶ୍ରୀନବାସନ ଉପସ୍ଥିତ ଥିଲେ।