ନିଲାମ ହେଲା Twitter ର ବ୍ଲୁ ବାର୍ଡ ଲୋଗୋ, ଜାଣନ୍ତୁ ଏହି ୨୫୪ କିଲୋଗ୍ରାମ ଲୋଗୋର ପ୍ରାଇସ୍

ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ Twitter ର ନାମ କିଛି ଦିନ ପୂର୍ବରୁ X ରଖାଯାଇଥିଲା । ଯଦି ଆପଣ Twitter ବ୍ୟବହାର କରୁଛନ୍ତି, ତେବେ ଆପଣ ଏହାର ଲୋଗୋ ମଧ୍ୟ ଦେଖିଥିବେ । ଗୋଟିଏ ନୀଳ ରଙ୍ଗର ପକ୍ଷୀଟି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ପରିଚୟ ପାଲଟିଥିଲା । କିନ୍ତୁ ଯେତେବେଳେ ଏଲୋନ ମସ୍କ Twitter ର ଦାୟିତ୍ବ ନେଲେ, ସେ ପ୍ଲାଟଫର୍ମର ନାମ ଏବଂ ଲୋଗୋ ଉଭୟକୁ ପରିବର୍ତ୍ତନ କଲେ । ହେଲେ Twitter ର ବ୍ଲୁ ବାର୍ଡ ପୁଣି ଥରେ ଚର୍ଚ୍ଚାରେ ଅଛି ।
ଆପଣଙ୍କୁ କହି ରଖୁଛୁ ଯେ Twitter ର ବ୍ଲୁ ବାର୍ଡ ଏବେ ନିଲାମ୍ ହୋଇଯାଇଛି । ଏହାର ନିଲାମରେ ଏକ ବିପୁଳ ପରିମାଣର ଟଙ୍କା ଦିଆଯାଇଥିଲା । ନିଲାମ୍ ପ୍ରକ୍ରିୟାରେ Twitter ର ବ୍ଲୁ ବାର୍ଡ ପ୍ରାୟ ୩୫୦୦୦ ଡଲାରରେ ନିଲାମ୍ ହୋଇଥିଲା । ଯଦି ଏହି ପରିମାଣ ଭାରତୀୟ ଟଙ୍କାରେ ଆକଳନ କରାଯାଏ, ତେବେ ଏହା ପ୍ରାୟ ୩୪ ଲକ୍ଷ ଟଙ୍କା ହେବ ।
ରେୟାର ଏବଂ କଲେକ୍ଟିବିଲ୍ ଆଇଟମ୍ସ ନିଲାମ କରୁଥିବା RR ଆକ୍ସନ କମ୍ପାନୀ ଅନୁସାରେ, ନିଲାମ ହୋଇଥିବା Twitter ର ବ୍ଲୁ ବାର୍ଡ ଲୋଗୋର ଓଜନ ପ୍ରାୟ ୨୫୪ କିଲୋଗ୍ରାମ ଥିଲା । ଏଥି ସହ ଯଦି ଏହାର ଆକାର ବିଷୟରେ କଥା ହେବା, ତେବେ ଏହା ୧୨ ଫୁଟ୍ × ୯ ଫୁଟ୍ ଆକାରରେ ଆସିଥାଏ । ଏହା ନିଲାମରେ ପ୍ରାୟ ୩୪,୩୭୫ ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା । ବର୍ତ୍ତମାନ ଏହି Twitter ବାର୍ଡକୁ କେଉଁ ବ୍ୟକ୍ତି କିମ୍ବା ଅରଗାନାଇଜେନସ୍ କିଣିଛି ତାହା RR ନିଲାମ୍ ଦ୍ବାରା ପ୍ରକାଶ କରାଯାଇ ନାହିଁ ।
ଆପଣଙ୍କୁ କହି ରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ ଯେ Twitter ସହ ଜଡିତ କିଛି ନିଲାମ ହୋଇଛି । ପୂର୍ବରୁ ଏଲୋନ୍ ମସ୍କ ଟ୍ବିଟର ମୁଖ୍ୟାଳୟର ସାଇନ୍ ବୋର୍ଡ, ଅଫିସ୍ ଫର୍ନିଚର ଏବଂ କିଚେନ୍ ପ୍ରଡକ୍ଟକୁ ମଧ୍ୟ ନିଲାମ୍ କରିସାରିଛନ୍ତି । ଏଲୋନ ମସ୍କ Twitter କୁ ୨୭ ଅକ୍ଟୋବର ୨୦୨୨ ମସିହାରେ ପ୍ରାୟ ୪୪ ବିଲିୟନ ଡଲାରରେ Twitter କୁ କିଣିଥିଲେ । ଏହାକୁ ରି-ବ୍ରାଣ୍ଡିଂ କରିବା ପରେ, ସେମାନେ ଏହି ପ୍ଲାଟଫର୍ମରେ ବ୍ଲୁ ସବସ୍କ୍ରିପସନ୍ ସର୍ଭିସ୍ ଲଞ୍ଚ କରିଥିଲା । ଯେବେଠାରୁ ଏଲୋନ ମସ୍କ X ର ଦାୟିତ୍ବ ନେଇଛନ୍ତି, ସେବେଠାରୁ ସେ ଏଥିରେ ଅନେକ ପରିବର୍ତ୍ତନ କରିଛନ୍ତି ।