TWITTERର ନୂଆ ନିୟମ, ଦିନକୁ ମାତ୍ର ୪୦୦ ଲୋକଙ୍କୁ କରି ପାରିବେ ଫଲୋ

ମାଇକ୍ରୋ ବ୍ଳଗିଂ ସାଇଟ TWITTER ନିଜର ଫଲୋୟର୍ସଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । ସ୍ପାମ୍‌ ପଠାଉଥିବା ଗ୍ରାହକଙ୍କ ଉପରେ ରୋକ ଲଗାଇବା ପାଇଁ ସୋମବାର ଦିନ କମ୍ପାନି ଦୈନିକ ୪୦୦ରୁ ଅଧିକ ନୂଆ ଆଇଡିକୁ ଫଲୋ କରିପାରିବେ ନାହିଁ ବୋଲି ନିୟମ କରିଛି । କମ୍ପାନି ଦ୍ୱାରା ଜାରି କରାଯାଇଥିବା ସୂଚନାରେ କୁହାଯାଇଛି, ଏବେ କୌଣସି ଗ୍ରାହକ ଦୈନିକ ୪୦୦ରୁ ଅଧିକ ଆକାଉଣ୍ଟକୁ ଫଲୋ କରିପାରିବେ ନାହିଁ । ନିୟମ ପୂର୍ବରୁ ଏହି ସଂଖ୍ୟା ୧୦୦୦ ରହିଥିଲା ।

ଟ୍ଵିଟରର ସଂରକ୍ଷିତ ଟିମ୍‌ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, “ଫଲୋ, ଅନଫୋଲୋ କରିବା ଦ୍ୱାରା ସ୍ପାମ୍‌ର ସମସ୍ୟା ହେଉଛି । ଏଣୁ ଦୈନିକ ଫଲୋ କରିବାରର ସଂଖ୍ୟା ୧୦୦୦ରୁ କମ କରାଯାଇ ୪୦୦ କରାଯାଉଛି । ଆପଣ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ ବରଂ ଟ୍ଵିଟର ନୀତିରେ ସ୍ପାମ୍‌ ପଠାଉଥିବାଙ୍କ ଉପରେ ରୋକ ଲାଗିଯିବ ।”