ଟ୍ବିଟରରେ ଖୁବଶୀଘ୍ର ମିଳିବ ନୂଆ ଫିଚର୍ସ, ୟୁଜର୍ସଙ୍କୁ ମିଳିପାରେ ୨୮୦ ରୁ ଅଧିକ ଶବ୍ଦ ଲେଖିବାର ଅନୁମତି
ଟ୍ବିଟର ଖୁବଶୀଘ୍ର ନୂଆ ଅପଡେଟ ଆଣିବାକୁ ଯାଉଛି। ଯେଉଁଥିରେ ୨୮୦ ଟି ଶବ୍ଦ ଲେଖିବାର ସୀମାକୁ ବଢାଇଦିଆଯାଇପାରିବ। କମ୍ପାନୀ ତରଫରୁ କୁହାଯାଇଛି ଯେ, ୨୮୦ରୁ ଶବ୍ଦରୁ ଅଧିକ ଶବ୍ଦ ଲେଖିପାରିବା ପାଇଁ ଧ୍ୟାନ ଦିଆଯାଉଛି। ଟ୍ବିଟରରେ ଯେକୌଣସି ବ୍ଯକ୍ତି ନିଜ ବିଚାର ରଖିବା ପାଇଁ ସକ୍ଷମ ହେବେ, ୟୁଜର୍ସଙ୍କ ସୁବିଧା ପାଇଁ ଏପରି କରାଯିବ।
ଟ୍ବିଟର କିଛି ନୂଆ ଫିଚର୍ସ ଆଣିବାକୁ ଯାଉଛି। କମ୍ପାନୀର ପ୍ରଡକ୍ଟ ଲିଡର ଆନ୍ଥର କ୍ରୋଫର୍ଡଙ୍କ ମୁତାବକ, ସ୍ପେସ ଫରମାଟରେ ୟୁଜର୍ସଙ୍କୁ ନୂଆ ଉପାୟରେ ଚାଟ୍ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରିବ। ଲାଇଭ ଷ୍ଟ୍ରିମଂ ଶେଷ ହେବା ପରେ ଲୋକଙ୍କୁ ସ୍ପେସ ଅଡିଓକୁ ଚଲାଇବାକୁ ଅନୁମତି ଦେଇପାରିବେ। ଏହା ସହିତ ଟ୍ବିଟର ସୁପର ଫଲୋୟର୍ସଙ୍କ ସଂଖ୍ଯା ବଢାଇବା ପାଇଁ ବିଚାର କରାଯାଉଛି। ଟ୍ବିଟର ହେଡସ ଅପକୁ ରୋଲ ଆଉଟ କରିବା ପାଇଁ ଏବେ ଟେଷ୍ଟିଂ ଚାଲିଛି।
ରିପୋର୍ଟ ଅନୁଯାୟୀ, ଟ୍ବିଟରରେ ଚାରିଟି ନୂଆ ଫିଚର୍ସ ଜଲଦି ଆଡ ହେବାକୁ ଯାଉଛି। ଏଡଇ ନୂଆ ଫିଚର୍ସ ଆସିବା ପରେ ୟୁଜର ନିଜର spaces ପାଇଁ ନୂଆ ରୁଲ ସେଟ୍ କରିପାରିବେ। ଏହାଛଡା ୟୁଜର୍ସ spaces କୁ Block କରିବାର ଅପସନ ମିଳିବ।